ବାସୁଦେବଙ୍କ ପାଖରୁ ଆସିଲା କ୍ରିଡାଜ୍ୟୋତି

0 249

ଡେଲାଙ୍ଗ,୨୨/୧୨ –(ଏସଏସ ନିଉଜ)ବରକେରାଗ୍ରାମର ଆରାଧ୍ୟ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ପୀଠରୁ ଛାତ୍ରଛାତ୍ରୀମାନେ ଗ୍ରାମପରିକ୍ରମା କରି ବିଦ୍ୟାଳୟକୁ ଆଣିଲେ କ୍ରିଡାଜ୍ୟୋତି ।ଏହାପରେ ଆରମ୍ଭ ହୋଇଥିଲା ବାର୍ଷିକକ୍ରିଡା ପ୍ରତିଯୋଗୀତା ।ଏହିଭଳି ଏକ ପରିବେଶ ଡେଲାଙ୍ଗବ୍ଲକ ଅର୍ନ୍ତଗତ ମୁନିନ୍ଦା ଗ୍ରାମପଂଚାୟତର ବରକେରା ସରକାରୀ ଉଚ୍ଚବିଦ୍ୟାଳୟ ରେ ଦେଖିବାକୁ ମିଳିଥିଲା ।ଅତିଥିମାନଙ୍କଦ୍ୱାରା ଆରାଧ୍ୟ ଦେବତା ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ନିକଟରୁ ଆସିଥିବା କ୍ରିଡାଜ୍ୟୋତି କୁ ସ୍ଥାପନ କରିବାପରେ ଆନୁଷ୍ଠାନିକଭାବେ କ୍ରିଡାକାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ।ରବିବାରଦିନ ଏହି ବାର୍ଷିକକ୍ରିଡାସବର ଥିଲା ପୁରସ୍କାର ବିତରଣୀଉସବ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପକୁମାରସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାରବିତରଣୀ ଉସବରେ ମୁଖ୍ୟଅତିଥିଭାବେ ଡେଲାଙ୍ଗର ପ୍ରାକ୍ତନ ମଣ୍ଢଳଶିକ୍ଷାଅଧିକାରୀସଚିଦାନନ୍ଦପ୍ରଧାନ ,ସମ୍ମାନୀୟଅତିଥିଭାବେ ଡେଲାଙ୍ଗ ମଣ୍ଡଳସହଶିକ୍ଷାଅଧିକାରୀ ଯୁଧିଷ୍ଠିର ପରିଡା,ଆଂଚଳିକସାଧନାକେନ୍ଦ୍ର ସଂଯୋଜକ ସନାତନସ୍ୱାଇଁ ,ପକୃତିବନ୍ଧୁ ବିଶ୍ୱଜିତ ପରଡା,ମୁଖ୍ୟବକ୍ତାଭାବେ ପ୍ରାକ୍ତନ ଶିକ୍ଷକ ଜଟାଧାରୀ ପରିଡା ପ୍ରମୁଖ ଯୋଗଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଶିକ୍ଷକ ପର୍ଶୁରାମସାହୁ, ବିରଂଚିନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତମ ନାୟକ,ମଞୁଲତାପ୍ରଧାନ, ଏହି ବିଦ୍ୟାଳୟର ପୁରାତନଛାତ୍ର ବିଷ୍ନୁପ୍ରସାଦ ପ୍ରଧାନ ପ୍ରମୁୁଖ କ୍ରିଡା ପ୍ରତିଯୋଗୀତା କୁ ପରିଚାଳନା କରିଥିବାବେଳେ ଶିକ୍ଷକ ମିଟୁକିଶୋର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ପରେ ଛାତ୍ରଛାତ୍ରୀମାନଙ୍କଦ୍ୱାରା ଆକର୍ଷଣୀୟ ସାଂସ୍କୃତିକକାର୍ଯ୍ୟକ୍ରମ ହୋଇଥିଲା ।

Leave A Reply

Your email address will not be published.