ମୃତ ସାମ୍ବାଦିକାଙ୍କ ସ୍ୱାମୀ ଗିରଫ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ରେଳ ଧାରଣାରୁ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ପଚରାଉଚରା ପରେ ଗିରଫ କଲା ଧଉଳି ଥାନା ପୋଲିସ।ବାପୁଜୀନଗର ନିକଟ ରେଳଧାରଣାରୁ କାଲି ମିଳିଥିଲା ମୃତଦେହ। ଦୁଇଭାଇ ମିଶିକି ମାରିଦେଇଛନ୍ତି ମୋଝିଅକୁ ବୋଲି ଅଭିଯୋଗ ଆଣିଛନ୍ତି ମୃତ ସାମ୍ବାଦିକାଙ୍କ ବାପା ।ସେକହିଛନ୍ତି ମୋର ସନ୍ଦେହ ହେଉଛି, ତା ବଡ ଭାଇକୁ ଡକାଇଥିଲା ମିଶିକି ମାରିଦେଇଛନ୍ତି ବୋଧେ । ଦୁଇ ତିନ ଆଗରୁ ସେମିତି ପାଟିତୁଣ୍ଡ କରିଥିଲା ଝିଅ ଆସି ଥାନାରେ ଏତଲା ଦେଇଥିଲା ବୋଲି କହିଛନ୍ତି ।ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲାଉପରେ ଭୁବନେଶ୍ବରଡିସିପି ପ୍ରତୀକସିଂଙ୍କ ପ୍ରେସ୍‌ମିଟ କରି ସୁଚନା ଦେଇଛନ୍ତି ଯେ,ଶ୍ରୀଧରଙ୍କ ଫୋନରୁ ଅନ୍ୟ ଝିଅ ସହ ସମ୍ପର୍କ ଥିବା ନେଇ ତଥ୍ୟ ପାଇଥିଲୋ ଶ୍ରୀଧରଙ୍କ ଫୋନରୁ ମିଳିଥିବା ତଥ୍ୟରେ ବ୍ୟଥିତ ଥିଲେ ମଧୁମିତା ଓ ଶ୍ରୀଧରଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲାା ମଧୁମିତାଙ୍କୁ ଛାଡ଼ପତ୍ର ଦେବାକୁ ଧମକ ଦେଉଥିଲେ ଶ୍ରୀଧର ।ଛାଡ଼ପତ୍ର କଥାକୁ ନେଇ ମଧ୍ୟ ମଧୁମିତା ଚିନ୍ତିତ ଥିଲେ ବୋଲି କହିଛନ୍ତି ।

 

 

- Advertisement -

Leave A Reply

Your email address will not be published.