ଭୁବନେଶ୍ୱର,୨୫ା୭(ଏସଏସନିଉଜ) ମୁଣ୍ଡଳୀ ଭଗିପୁର ନିକଟ ମହାନଦୀ ପଠାରେ ଫସିଛନ୍ତି୩ଟିକିଆ ହାତୀପଲ। ହାତୀପଲ ଗୁରୁବାର ଭୋର ସମୟରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଫେରୁଥିବା ବେଳେ ସକାଳ ହୋଇ ଯିବାରୁ ଭଗିପୁର ନିକଟ ମହାନଦୀ ପଠାରେ ଫସି ରହିଛନ୍ତି । ହାତୀପଲରେ ମୋଟ ତିନୋଟି ହାତୀ ରହିଛନ୍ତି ।ଆଜି ସକାଳେ ଏହା ଜଣାପଡିବାପରେ ହାତୀପହ୍ଲକୁ ଦେଖିବାପାଇଁ ଆଖପାଖ ଗ୍ରାମବାସୀମାନଙ୍କର ଭୀଡ ଲାଗିରହିଥିଲା ।ଖବରପାଇ ଚନ୍ଦକା ଡମପଡା ଅଭୟାରଣ୍ୟର ବନ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଡମପଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ସଦଳବଳେ ପହଞ୍ଚି ହାତୀମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି ।ଏହା ସହିତ କିଭଳି ହାତୀପହ୍ଲର ସୁରକ୍ଷା ଓ କିଭଳି ସୁରକ୍ଷିତ ସହିତ ସନ୍ଧ୍ୟାପୁର୍ବରୁ ଅଭୟାରଣ୍ୟକୁ ଫେରିବେ ଏବଂ ହାତୀଙ୍କ ଗତିବିଧି ଉପରେ କଡ଼ାକଡ଼ି ନଜର ରଖିବାକୁ ବନ କର୍ମଚାରୀମାନଙ୍କୁ ଚନ୍ଦକା ଡିଏଫମପଓ ଶରତ ଚନ୍ଦ୍ର ବେହେରା ନିର୍ଦ୍ଦେଶ ଦେଇଛନ୍ତି ।
