ବିରାଟ୍ ବାହୀନିର ବିରାଟ ବିଜୟ

0 276

କଟକ : ୨୨/୧୨(ଏସଏସଏନ) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର କଟକର ବାରବାଟୀ ଷ୍ଟାଡିୟମରେ  ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିରାଟ ବାହୀନି ବିଜୟ ହାସଲ କରିଛି ।  ୱେଷ୍ଟଇଣ୍ଡିକୁ ୪ୱିକେଟରେ ପରାସ୍ତ କରିଛି । ଭାରତର ଅଧିନାୟକ ବିରାଟ କୋହଲି, ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହ ଭାରତ ତିନିଟିକିଆ ଦିନିକିଆ ସିରିଜକୁ ୨-୧ରେ ହାତେଇଛି।

ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୫ୱିକେଟ ହରାଇ ୩୧୫ରନ କରିଥିଲା। ୱେଷ୍ଟ ଇଣ୍ଡିଜର ବିଶାଳ ୩୧୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୭ଟି ବଲ ବାକି ଥାଇ ୬ୱିକେଟ ହରାଇ ସିରିଜି କୁ  ହାସଲ  କରିନେଇଛି।

ତେବେ ଅଧିନାୟକ ବିରାଟ କୋହଲି ୮୧ବଲରୁ ୯ଟି ଚୌକା ସହାୟତାରେ ୮୫ରନ କରିଥିବା ବେଳେ  କେଏଲ ରାହୁଲ ୮୯ବଲରେ ଗୋଟିଏ ଛକା ଓ ୮ଟି ଚୌକା ସହାୟତାରେ ୭୭ରନ କରିଛି । ସେହିଭଳି ରୋହିତ ଶର୍ମା ୬୩ବଲରେ ଗୋଟିଏ ଛକା ୮ଟି ଚୌକା ସହାୟତାରେ ୬୩ରନ କରିଛନ୍ତି।

ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚରେ ସମ୍ମାନିତ କରାଯାଇଥିବା ବେଳେ ରୋହିତ ଶର୍ମା ମ୍ୟାନ ଅଫ ଦି ସିରିଜ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.