ବିଦ୍ରୋହୀ ବିଧାୟକ

ଖବର ଆଜିର,ତାରିଖ ୧୮-୦୭-୨୦୨୧/ରବିବାର

0 644

୧–ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ।
୨–ସକାଳ ୧୦ଟାରୁ ଦିନ ୧..୩୦ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ।
୩–ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର ୧୫ତାରିଖରୁ ପାଠପଢ଼ା ଆରମ୍ଭ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ।
୪-କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ୩ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକ ଅନୁମୋଦନ, ସିଇଟି ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ନିଷ୍ପତ୍ତି ।
୫-ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା । ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲା ତାଲିବାନ, କହିଲା ତାଙ୍କର ନାହିଁ କୌଣସି ଭୁଲ ।
୬-୨୦ ରେ ବାହୁଡ଼ା ଯାତ୍ରା : ୧୯ ତାରିଖ ସନ୍ଧ୍ୟା ୮ ଘଟିକା ଠାରୁ ୨୧ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି ।
୭-ଭକ୍ତିର ସମ୍ପର୍କ ଯୋଡିଲା ରିଲାଏନ୍ସ ଜିଓ: କୋଟି କୋଟି ଶ୍ରଦ୍ଧାଳୁ କରିପାରିବେ ଶ୍ରୀ ଅମରନାଥଜୀଙ୍କ ଲାଇଭ୍ ଭର୍ଚୁଆଲ ଦର୍ଶନ ଓ ପୂଜା ।
୮-ଟିକା ନେବା ପରେ ବି ରହିଛି ସଂକ୍ରମଣ ଆଶଙ୍କା । ଭୁବନେଶ୍ୱରରେ ଟିକା ନେଇ କରୋନାରେ ସଂକ୍ରମିତ ହୋଇଛନ୍ତି ୪୦ ପ୍ରତିଶତ
୯-କର୍ଣ୍ଣାଟକ ବିଜେପିରେ କନ୍ଦଳ । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ଦାବି କଲେ ବିଦ୍ରୋହୀ ବିଧାୟକ, ୟେଦିୟୁରପ୍ପା କହିଲେ ଇସ୍ତଫା ଦେବାର ଉଠୁନି ପ୍ରଶ୍ନ ।
୧୦-ସୋମବାରରୁ ସାରା ରାଜ୍ୟରେ ଗଡ଼ିବ ଘରୋଇ ବସ୍ । ସଂଘର ଦାବିକୁ ସରକାର ମାନିନେବା ପରେ ଆସିଲା ନିଷ୍ପତ୍ତି, ୨ ମାସର ସଡ଼କ ଟିକସ ଛାଡ଼ କରିବେ ସରକାର ।
୧୧-ମାଓ ସଚିବ ଅରୁଣାଙ୍କ ପ୍ରେସ ବିଜ୍ଞପ୍ତି; ମାଓ କମାଣ୍ଡର ସୁଧିର ରାଜାକୁ ପାର୍ଟିରୁ ନିଳମ୍ବିତ ନେଇ ସୂଚନା ।
୧୨-ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ଅଧିକ ଗୁରୁତର ହେଉଛନ୍ତି ରୋଗୀ : ସ୍ବାସ୍ଥ୍ୟ ବିଶେଷଜ୍ଞ ।
୧୩-ପାୱାର ଅଫ୍ ଆଟର୍ଣ୍ଣି ଶସ୍ତା ହେଲା ।
୧୪-ନୂଆ ରାଜପଥରେ ହେବ ୨୦୨୨ ସାଧାରଣତନ୍ତ୍ର ଦିବସ ପରେଡ୍‌ ।
୧୫-ବାଧକ ହେଲା କରୋନା, ଶେଷରେ ଉତ୍ତରପ୍ରଦେଶରେ କାଉଡ଼ିଆ ଯାତ୍ରା ଉପରେ ଲାଗିଲା ରୋକ ।
୧୬-ଉତ୍ତର ପ୍ରଦେଶରେ କୂଅ ଦୁର୍ଘଟଣାରେ ୧୧କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.