ଆମ୍ବ ପାଇଁ ଫସିଲା ଭାଲୁ

0 345

ନୂଆପଡ଼ା,୧୮/୭(ଏସଏସନିୟୁଜ) ଆମ୍ବ ଖାଇବା ପାଇଁ ଆସି ଫସିଯାଇଥିଲା।୫ ଦିନ ଧରି ନୂଆପଡା ସହରରେ ଆତଙ୍କସୃଷ୍ଟି କରିଥିବା ସହବନବିଭାଗକୁ ନାକେଦମ କରିଥିବା ଏହି ଭାଲୁ ଆଜି ଭୋର ତିନିଟାରେ ଯନ୍ତାରେ ପଡିଛି । ଗତ୫ଦିନ ତଳେ ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଏକ ଭାଲୁ ପଶିଆସିଥିଲା ।ଏହି ଭାଲୁଟିକୁ ଧରିବାପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।ଶନିବାରଦିନ ଜିଲ୍ଲାପାଳଙ୍କ ବାସଭବନରେ ଭାଲୁକୁ ଧରିବା ପାଇଁ ବନ ବିଭାଗ ଯନ୍ତା ରଖିଥିଲା । ଆଜି ଭୋର ତିନିଟାରେ ଯନ୍ତାରେ ରଖାଯାଇଥିବା ଆମ୍ବ ଖାଇବା ପାଇଁ ଆସି ଭାଲୁ ଟି ଫସିଯାଇଥିଲା।

Leave A Reply

Your email address will not be published.