ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ନୂଆ ସଭାପତି

0 166

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ରାଜନୈତିକ ସଙ୍କଟ କୁ ଦୁର କରିବାପାଇଁ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସିଦ୍ଧୁଙ୍କ ଉପରେ ବଡ଼ ଦାୟିତ୍ୱ ଛାଡ଼ିଛି କଂଗ୍ରେସ ।କଂଗ୍ରେସର ନୂଆ ସଭାପତି ସହ ସଂଗତ ସିଂହ, ସୁଖବିନ୍ଦର ସିଂହ ଡେନୀ, ପବନ ଗୋୟଲ ଏବଂ କୁଲଜୀତ ସିଂହ ନାଗରା ଙ୍କୁ କାର‌୍ୟ୍ୟକାରୀ ସଭାପତିଭାବେ ନିଯୁକ୍ତି ଦେଇଛନ୍ତି ହାଇକମାଣ୍ଡ ।ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ । ତାଙ୍କ ସହିତ ୪ ଜଣ କାର‌୍ୟ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ସଭାପତି ସୋନିଆ ଗାନ୍ଧୀ । ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ କ୍ୟାପଟେନ ଅମରିନ୍ଦର ସିଂ ଓ ପ୍ରଦେଶ କଂଗ୍ରେସ ସଭାପତି ହେବେ ନବଜୋତ ସିଂ ସିଦ୍ଧୁ ।

Leave A Reply

Your email address will not be published.