ଆଜି ଶ୍ରୀମନ୍ଦିରରୁ ନୀଳାଚଳ ଅବଢ଼ା

0 227

ପୁରୀ,୨୪/୭(ଏସଏସନିୟୁଜ) ଶେଷ ହେଲା ଓଡ଼ିଆ ଜାତିର ଅନନ୍ୟ ପର୍ବ ରଥ ଯାତ୍ରା । ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ପର୍ବ ନୀଳାଦ୍ରି ବିଜେରେ ଶେଷ ହୋଇଛି । ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ । ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଥିଲା ବଡଦାଣ୍ଡ ।ରତ୍ନ ସିଂହାସନରେ ବିରାଜମାନ କଲେ ଚତୁର୍ଦ୍ଧା ମୂର୍ତ୍ତି । ଖାଁ ଖାଁ ପଡ଼ିଥିବା ଆନନ୍ଦବଜାରରେ ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ ଅବଢା ବାହାରିବ । ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ। ଆଡ଼ପ ଅବଢ଼ାର ରହିଛି ସ୍ୱତନ୍ତ୍ରତା । ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ପଉଟି ଭୋଗ ଲାଗି ହୋଇଥାଏ, ତାକୁ ନୀଳାଚଳ ଅବଢ଼ା କୁହନ୍ତି। ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇଲେ ଯେତିକି ପୁଣ୍ୟ ଆଡ଼ପ ଅବଢ଼ାର ଅନ୍ନ କଣିକାଟିଏ ପାଇଲେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହାକୁ ପାଇବାପାଇଁ ଭକ୍ତମାନେ ଆତୁର ଥାଆନ୍ତି ଭକ୍ତମାନେ ।

Leave A Reply

Your email address will not be published.