ମୁକ୍ତାକାଶକାରାଶ୍ରମରୁ ଖଲାସ ହେଲେ ୫ କଏଦୀ

0 302

ମେଣ୍ଢାଶାଳ,୨୩/୭(ଏସଏସନିୟୁଜ) ରାଜ୍ୟସରକାରଙ୍କ କଏଦୀ ଖଲାସ ଆଦେଶ ପାଇବାପରେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମପରିସରରୁ ଶୁକ୍ରବାରଦିନ ୫ଜଣ କଏଦୀ ଖଲାସ ହୋଇଛନ୍ତି । ୨୦୧୫ଡିସେମ୍ବର୫ତାରିଖରେ ବାରିପଦା ସର୍କଲଜେଲରୁ ଏଠାକୁ ଆସିଥିବା ଅନ୍ୟଜଣେ କଏଦୀ ଅଙ୍ଗାରି ରାଉତ କୋର୍ଟଙ୍କ ବେଲ ଅର୍ଡର ବଳରେ ତାଙ୍କୁ ପୁର୍ବରୁଖଲାସ କରା୍‌ାଇଛି ।ଆଜି ଖଲାସ ହୋଇଥିବା ୫ଜଣ କଏଦୀଙ୍କ ମଧ୍ୟରେ ୨୦୧୭ଅକ୍ଟୋବର୧୮ରେ ଜିଲ୍ଲାକାରଗର କେଉଁଝରରୁ ଆସିଥିବା ସୋନାରାମ ମୁଣ୍ଡା,କୋରାପୁଟ ସର୍କଲଜେଲରୁ ୨୦୧୫ଅକ୍ଟୋବର୧୧ରେ ଆସିଥିବା ରଘୁନାଥ ଶତପଥି,୨୦୧୮ଅଗଷ୍ଟ୫ରେ କୋରାପୁଟ ସର୍କଲଜେଲରୁ ଆସିଥିବା ଲୋଖନ ଚେଲାନ୍‌,ଢେଙ୍କାନାଳ ଜିଲ୍ଲାକାରାଗରରୁ ୨୦୧୬ସେପ୍ଟେମ୍ବର୭ରେ ଆସିଥିବା ସନ୍ତୋଷକୁମାରପଟ୍ଟନାୟକ,ବ୍ରହ୍ମପୁର ସର୍କଲଜେଲରୁ ୨୦୧୮ଜାନୁୟାରୀ୨୮ରେ ଆସିଥିବା ଜଗଦିଶଚନ୍ଦ୍ରସାହୁଙ୍କୁ ଖଲାସ କରାଯାଇଛି ।ଏହି ୫ଜଣ ଖଲାସ ହେବାପରେ ମୁକ୍ତାକାଶକାରାଶ୍ରମରେ ୪୮ଜଣ କଏଦୀ ରହିଥିବାର ଅଧିକ୍ଷକ ସ୍ମିତାମହାନ୍ତି କହିଛନ୍ତି ।(ପଦ୍ମଲୋଚନବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.