ଚୋରାବାଇକ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାରଥାନା ପୋଲିସ

0 215

ଚୈାଦ୍ୱାର,୩୦/୭(ଏସଏସନିୟୁଜ)ଏକ ଚୋରାବାଇକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଚୈାଦ୍ୱାରଥାନା ପୋଲିସ । ଲୋଚନବେହେରା ନାମକ ଯୁବକଙ୍କର ବାଇକ ଚୋରୀହୋଇଥିବାର ଅଭିଯୋଗପରେ ପୋଲିସ ଅନୁସନ୍ଧାନ କରି ବାଇକଚୋରା ଗ୍ୟାଙ୍ଗକୁ ଧରିପାରିବା ସହ ସେମାନଙ୍କଠାରୁ ୫ଟି ଚୋରା ବାଇକ ଜବତ କରିଛନ୍ତି ।
ପ୍ରକାସ ଯେ, ଚୈାଦ୍ୱାର ଜନସେବକ ନସିଁହୋମରେ କାମକରୁଥିବା ଜଗତପୁର ପଦବରା ଗ୍ରାମର ଲୋଚନବେହେରା ତାଙ୍କ ଓଡି୦୫ଏସି-୫୯୫୧ନଂ ହୋଣ୍ଡାବାଇକକୁ ନର୍ସିଂ ହୋମ ଆଗରେ ଗତ୨୦ତାରିଖରେ ପାକିଁଂକରି ଯାଇଥିଲେ ।କିଛିସମୟଛାଡି ଆସିଦେଖିବାବେଳକୁ ବାଇକଟି ନଥିବାର ଜାଣିବାକୁ ପାଇଥିଲେ ।ଏବିଷୟରେ ଚୈାଦ୍ୱାରଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ୩୦୯/୨୧କେଶନଂରେଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।ସିସିଟିଭି ଯାଂଚ ପରେ ବାଇକ ଚୋରଙ୍କ ବିଷୟରେ ସୁରାକ ପାଇଥିଲା ପୋଲିସ ।ପରେ ପୋଲିସ ଚଢାଉକରି ଖୁଂଟୁଣି ଭୋଗରାର କାହ୍ନୁ ଓରଫ ଶ୍ରୀକାନ୍ତ  ଜେନା ଓ ବ୍ରାହ୍ମଣସାହିର ବାପୁନି ଓରଫ ରମେଶଚନ୍ଦ୍ରଶତପଥିକୁ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ବାଜାଜ ପଲସର,ବାଜାଜ ଡିସକଭର ଗୋଟିଏ,ହିରୋହୋଣ୍ଡାସ୍ଲପେଣ୍ଡରଗୋଟିଏ,ହୋଣ୍ଡାସାଇନ ଗୋଟୁଏ ସମୁଦାୟ ୫ଟି ଚୋର ବାଇକକୁ ଜବତ କରିଥିଲେ ।ତେବେ କାହ୍ନୁଙ୍କ ନାମରେ ତିଗିରିଆ ,ଖୁଂଟୁଣି ଓ ଚୈାଦ୍ୱାରଥାନାରେ ଏହିଭଳି ଅପରାଧିକ ମାମଲା ଥିବାର ପୋଲିସ ଅନୁସନ୍ଧାନବେଳେ ଜାଣିବାକୁ ପାଇଛି ।(ପ୍ରିୟଙ୍କା ଦାସଙ୍କ ରିପୋର୍ଟ)

Leave A Reply

Your email address will not be published.