କେନାଲକୁ ଖସିଲା ପିସିଆର ଭ୍ୟାନ

0 196

ସତ୍ୟବାଦୀ , ୮/୯(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ସତ୍ୟବାଦୀ ଥାନାର ଏକ ପିସିଆର ଭ୍ୟାନ କେନାଲ ମଧ୍ୟକୁ ଖସିପଡିବାରୁ ଡ୍ରାଇଭର ସହ ଜଣେ ପୁଲିସ କର୍ମଚାରୀ ଅଳ୍ପକେ ରକ୍ଷାଯାଇଛନ୍ତି । ଗାଡିଟି ପାର୍ବତୀପୁର ଠାରେ କେନାଲ ଭିତରକୁ ଓଲଟି ପଡିଥିଲା । ଗାଡି ଭିତରେ ଥିବା ପୁଲିସ କର୍ମଚାରୀ ଓ ଡ୍ରାଇଭର ଗାଡି ଭିତରୁ ବାହାରି ଜୀବନ ରକ୍ଷା କରିଥିବା ଜଣାପଡିଛି । ପରେ ସ୍ଥାନିୟ ଲୋକଙ୍କ ସାହାଯ୍ୟରେ ଏକ ଟ୍ରାକ୍ଟର ଦ୍ୱାରା ଗାଡିଟିକୁ ଉଠାଯାଇଥିଲା । ସ୍ଥାନୀୟ ଯୁବକମାନେ ଗାଡି ଭିତରେ ମଦ ବୋତଲ ସହ କିଛି ଖାଦ୍ୟ ସାମଗ୍ରୀ ଥିବାର ଦେଖିବାକୁ ପାଇଥିବାବେଳେ ନିଶାଗ୍ରସ୍ତ ହୋଇ ଦୁର୍ଘଟଣା ସମ୍ମୁଖିନ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.