ବଢୁଛି ବନ୍ୟା ଆଶଙ୍କା

ଆଜିର ଖବର,ତାରିଖ–୧୪-୦୯-୨୦୨୧(ମଙ୍ଗଳବାର)

0 277

୧. ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍ ।
୨. ୧୭ରୁ ଆଉ ଏକ ଲଘୁଚାପ: ଲଘୁଚାପ ଦୁର୍ବଳ ହେଲା ବେଳକୁ ଆସନ୍ତା ୧୭ ତାରିଖ ସୁଦ୍ଧା ଉତ୍ତର ବ‌େଙ୍ଗାପସାଗରରେ ‌ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୮ ତାରିଖ ସୁଦ୍ଧା ଉତ୍ତର ଓଡ଼ିଶାର ଉପକୂଳରେ ପହଞ୍ଚିବ ।
୩. ଆଫଗାନିସ୍ତାନ ସହିତ ଭାରତର ଯେଉଁ ସମ୍ପର୍କ ରହିଥିଲା ଏବେ ମଧ୍ୟ ସେହି ସମ୍ପର୍କ ବଜାୟ ରଖିବାକୁ ନୂଆଦିଲ୍ଲୀ ଆଗ୍ରହୀ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ।
୪. ଭାରତର ଟିକାକରଣ ଅଭିଯାନକୁ ହୁ’ର ପ୍ରଶଂସା ।
୫. କରୋନା ସଂକ୍ରମଣ ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟମ୍ୟାଚ୍‌ ବାତିଲ ହୋଇଛି । ବିସିସିଆଇ କହିଛି ଯେ ଏହି ଟେଷ୍ଟମ୍ୟାଚ୍‌ ପୁନଃନିର୍ଦ୍ଧାରିତ ହେବ ।
୬. ଓଡିଶାର ନରମ ଦେଖି ଗରମ ଖାଉଛି ଆନ୍ଧ୍ର, କୋଟିଆ ପରେ ଏବେ ମାଣିକପାଟଣାରେ ସ୍ଥିତି ଜାହିର କରିବାକୁ ଉଦ୍ୟମ, ପ୍ରଶାସନ ନିଦା ବିଷ୍ଣୁ ।
୭. ଖୋର୍ଦ୍ଧା ସହରର ୭ଟି ୱାର୍ଡ ବାହ୍ୟଜଗତରୁ ଆଂଶିକ ବିଚ୍ଛିନ୍ନ ।
୮. ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ରୋହିତ ଶର୍ମା ଭାରତର ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହେବେ । ବିରାଟ କୋହଲି କେବଳ ଟେଷ୍ଟ କ୍ରିକେଟ୍‌ରେ ଭାରତର ଅଧିନାୟକ ରହିବେ ।
୯. ସମ୍ ଡାକ୍ତରଙ୍କ ଆତ୍ମହତ୍ୟା ବିରୋଧୀ ସଚେତନତା ଯାତ୍ରା ।
୧୦. ଦେଶ ଛାଡ଼ିବାକୁ ପାକିସ୍ତାନ ସୀମାରେ ଆଫଗାନ ନାଗରିକଙ୍କ ଅସମ୍ଭାଳ ଭିଡ଼, ସାମ୍ନାକୁ ଆସିଲା ସାଟେଲାଇଟ୍‌ ଚିତ୍ର ।
୧୧. ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍ ଅନାବଶ୍ୟକ: ବିଲ ଆଣିଛନ୍ତି ତାମିଲନାଡୁ ରାଜ୍ୟ ସରକାର ।
୧୨. ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରିବା ପାଇଁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।
୧୩. ଲଗାଣବର୍ଷାରେ ଖୋର୍ଦ୍ଧା ଜିଲ୍ଳା ଉବୁଟୁବୁ ; ଜଣେ ମୃତ, ୩୨ ଗାଁ, ୨ ପୌରାଞ୍ଚଳ ପ୍ରଭାବିତ ।
୧୪. ଆନ୍ଦୋଳନ ପାଇଁ ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଯାଅ । ଏଭଳି ମନ୍ତବ୍ୟ କାରଣରୁ ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ।
୧୫. ଆଜିଠୁ ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍: ସେପଟେ ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇର ପ୍ରଥମ କଟ୍ ଅଫ୍ ମାର୍କ ।
୧୬. ମୂର୍ତ୍ତି ଉଚ୍ଚତାକୁ ନେଇ ବଢୁଛି ଅସନ୍ତୋଷ: ୧୨ ଘଂଟିଆ କଟକ ବନ୍ଦ ପାଳନ କଲା ବିଜେପି।
୧୭. ଲଗାଣ ବର୍ଷା ଯୋଗୁଁ ୧୩ ନଦୀରେ ବଢୁଛି ଜଳ ସ୍ତର । ଜଳ ସ୍ତର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢୁଛି ବନ୍ୟା ଆଶଙ୍କା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢାବଳଙ୍ଗ, ବଂଶଧାରା ଓ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି ।
୧୮. ଆଜି ସାରାରାତି ବର୍ଷା! ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏହି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା, ବରଗଡ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ । ଏହି ସବୁ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
୧୯. ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ: ହେଲଥ କାର୍ଡ ବାଣ୍ଟିବେ, ୫୯୦ କୋଟିର ପ୍ରକଳ୍ପ ଭେଟି ଦେବେ ।
୨୦. ତାଲିବାନକୁ ନେଇ ଆମେରିକାର ବଡ ଘୋଷଣା । ସହାୟତା ପାଇଁ ଦେବ ୬୪ ମିଲିୟନ ଡଲାର ।
୨୧. ୭୫ କୋଟି ଟପିଲା ଟିକାକରଣ, ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍ ଟିକାକରଣ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ତା’ହା କେମିତି ସମ୍ଭବ ହେବ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି ।
୨୨. ବିନା ଅନୁମତିରେ ପ୍ରଦର୍ଶନୀ ଆୟୋଜନ, ତିରୁପତି କଲ୍ୟାଣ ମଣ୍ଡପକୁ ସିଲ୍ କଲା ବିଏମସି ।
୨୩. ଟି-୨୦ ବିଶ୍ୱକପ ଲାଗି ପାକିସ୍ତାନର କୋଚ ହେଲେ ମ୍ୟାଥୁ ହେଡେନ ।
୨୪. ‘ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ।
୨୫. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୮୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨ ହଜାର ୮୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୮୩୩ କୁ ବୃଦ୍ଧି ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୨୭୫ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୯୮ କୁ ବୃଦ୍ଧି ହୋଇଛି ।
୨୬. ଏଥର +୨ ଅରିଜିନାଲ ମାର୍କସିଟ୍‌ ଓ ମାଇଗ୍ରେଶନ ସାର୍ଟିଫିକେଟ ବିନା +୩ ଆଡମିଶନ କରିପାରିବେ ଛାତ୍ରୀଛାତ୍ର । କରୋନା ଯୋଗୁ ଡାଉନଲୋଡ୍‌ ମାର୍କସିଟ୍‌ରେ ଏଥର ଆଡମିଶନ କରି ହେବ ବୋଲି ଶିକ୍ଷା ପକ୍ଷରୁ ସୂଚନା ମିଳିଛି ।
୨୭. କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡେଜଙ୍କ ପରଲୋକ ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଆଜି ପବିତ୍ର ରାଧାଷ୍ଟମୀ,ଶୁଭସକାଳ , GOOD MORNING ।
ଭାଗ୍ୟର ପରିବର୍ତ୍ତନ ସମୟ ଅନୁସାରେ ହୋଇଥାଏ… କେତେବେଳେ କାହାର ଭାଗ୍ୟ କେଉଁଠି ବଦଳି ଯିବ ତାହା କହିବା ସମ୍ଭବ ନୁହେଁ… ତେଣୁ … ସମୟକୁ ଅପବ୍ୟବହାର କରନ୍ତୁ ନାହିଁ…. ଯେଉଁ ସମୟରେ ଯାହା କରିବା ଆବଶ୍ୟକ ତାହା ଅବଶ୍ୟ କରନ୍ତୁ…ଆପଣଙ୍କ ସମୟ ଭଲ ଥିଲେ ଗର୍ବ କରନ୍ତୁନି କି ଖରାପ ଥିଲେ ଦୁଃଖ କରନ୍ତୁନି….ସୁପ୍ରଭାତ ।

 

Leave A Reply

Your email address will not be published.