ବାହାର ରାଜ୍ୟରୁ କାମ କରିବାକୁ ଆସି ଯୁବକ ନିଖୋଜ

୧୫ ଦିନ ପରେ ଥାନାରେ ଅଭିଯୋଗ

0 256

ବାରଙ୍ଗ,୧୬/୯(ଏସ ଏସ ନିୟୁଜ)ରଘୁନାଥପୁର ଅଞ୍ଚଳର ଏକ ଘୋରୋଇ ଲଣ୍ଡ୍ରୀ ଦୋକାନ ରେ କାର୍ଯ୍ୟ କରୁଥିବା ବିହାର ରାଜ୍ୟର ଜଣେ ଯୁବକ ନିଖୋଜ ଥିବା ପରିବାର ପକ୍ଷରୁ ଗୁରୁବାର ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ ବିହାର ରାଜ୍ୟ ମୁଜାଫରପୁର ଜିଲ୍ଲା କରଜା ଥାନା ଅଧୀନସ୍ଥ ପକଡି ପକୋହି ଗ୍ରାମର ମୁକେଶ ରଜକ୍ (୩୮) ଦୀର୍ଘ ପାଞ୍ଚ ବର୍ଷ ଧରି ରଘୁନାଥପୁର ଅଞ୍ଚଳରେ ବିଚିତ୍ର ସେଠୀଙ୍କ ଲଣ୍ଡ୍ରୀ ଦୋକାନରେ କାର୍ଯ୍ୟ କରୁଥିଲେ।କରୋନା ମହାମାରୀ ଯୋଗୁଁ ଦୋକାନ ବନ୍ଦ ଥିବାରୁ ସେ ଘରକୁ ଚାଲି ଆସିଥିଲେ।କଟକଣା କୋହଳ ହେବାରୁ ଦୋକାନ ମାଲିକ ତାଙ୍କୁ ପୁଣି କାମକୁ ଡାକିବାରୁ ମୁକେଶ ଜୁଲାଇ ୨ ତାରିଖରେ ଆସି ପହଞ୍ଚିଥିଲେ।ହେଲେ ଗତ ସେପ୍ଟେମ୍ବର ୨ ତାରିଖରୁ ମୁକେଶଙ୍କ କୌଣସି ଯୋଗାଯୋଗ ପରିବାର ସହିତ ହୋଇନଥିଲା।ସେପଟେ ଦୋକାନ ମାଲିକଙ୍କୁ ପରିବାର ଲୋକେ ଯୋଗାଯୋଗ କରିବାରୁ,ତମ ପୁଅ ଘରକୁ ଯାଇଛି ବୋଲି ମାଲିକ କହିଥିଲେ।ଏଣେ ବନ୍ଧୁ,ପରିବାର,ସମ୍ପର୍କୀୟଙ୍କୁ ବହୁ ପଚରାଉଚୁରା ପରେ ବି ମୁକେଶ ଙ୍କ କୌଣସି ପତ୍ତା ପାଇନାହାନ୍ତି ପରିବାର ଲୋକେ।ତେଣୁ ଶେଷରେ ମୁକେଶଙ୍କ ବାପା ଜଳନ୍ଧର ରଜକ ପୁଅ କାମ କରୁଥିବା ସ୍ଥାନରେ ଆସି ପହଞ୍ଚିଥିଲେ।ପରେ ଏନେଇ ଗୁରୁବାର ନନ୍ଦନକାନନ ଥାନାରେ ପୁଅ ନିଖୋଜ ହୋଇଯାଇଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି।ମୁକେଶ ଙ୍କର ୩ ଟି ସନ୍ତାନ ଥିବାବେଳେ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି।ସେ ଘରର ବଡ଼ ପୁଅ ହୋଇଥିବାରୁ ସେ ପରିବାରର ପ୍ରତିପୋଷଣ କରନ୍ତି।ତେବେ ମୁକେଶ ଙ୍କ ପରିବାର ଲୋକଙ୍କ କହିବା କଥା ସେପ୍ଟେମ୍ବର ୧ ତାରିଖ ରାତିରେ ପୁଅ ଫୋନ କରି ସବୁ ଭଲ ଥିବା ତାଙ୍କ ମା ଙ୍କ ସହ କଥା ହୋଇଥିଲେ।ହେଲେ ଘରକୁ ଆସିବା କଥା କିଛି କହିନଥିଲେ।ତା ପରଦିନ ଠାରୁ ପୁଅର ଫୋନ ବନ୍ଦ ଥିବା ପରିବାର ଲୋକେ କହିଛନ୍ତି।ଅନ୍ୟପଟେ ସେପ୍ଟେମ୍ବର ୩ ତାରିଖ ଦିନ ପୁଅ ଘରେ ପହଞ୍ଚିଲା ନାହି ବୋଲି ଦୋକାନ ମାଲିକ ଫୋନ ରେ ତାଙ୍କ ପରିବାରକୁ ପଚାରିଥିଲେ।ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅନେକ ସନ୍ଦେହ ସୃଷ୍ଟି ହେଉଛି।ସେପଟେ ଦୀର୍ଘ ୧୫ ଦିନ ଧରି ପୁଅ ନିଖୋଜ ଥିବାରୁ ପରିବାର ଲୋକଙ୍କ ସମେତ ୩ ସନ୍ତାନ ଦୁଃଖରେ ଜୀବନଯାପନ କରୁଛନ୍ତି।ପୋଲିସ ଅଭିଯୋଗ ପାଇବା ପରେ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରୁଛି।

Leave A Reply

Your email address will not be published.