ଆଜିର ଅନୁଚିନ୍ତା

0 314

ଆଜିର ନୀତିବାଣୀ
➡️”ଯନ୍ତ୍ରଣାର ଦୁଇଟି ଦିଗ ଥାଏ । ଗୋଟିଏ ହୃଦୟକୁ କଷ୍ଟ ଦିଏ ତ ଅନ୍ୟଟି ଜୀବନକୁ ପରିବର୍ତ୍ତନ କରିଥାଏ !!
➡️”ତୁମେ କାହାକୁ କେତେ ପସନ୍ଦ କରିବା ପରିବର୍ତ୍ତେ,ଗୁରୁତ୍ୱପୂର୍ଣ୍ଣ ହେଉଛି ତୁମେ ସେମାନଙ୍କୁ କେତେ ସମ୍ମାନ କରୁଛ … !!
➡️”ଚିନ୍ତାଧାରା ଦ୍ୱାରା ଆଗକୁ ବଢିବା ସହ ସଫଳତାର ନିକଟତର ଜଣେ ହୋଇ ପାରିବ !!
➡️”ଯଦି ଆପଣ ଆଜି କୌଣସି ଅନାବଶ୍ୟକ କିଣନ୍ତି, ତେବେ ଆସନ୍ତାକାଲି ଯାହା ଦରକାର ତାହା ବିକ୍ରୟ କରିବାକୁ ପଡିବ !!”
➡️”ଆସନ୍ତାକାଲି ଖରାପ ନିଶା ତ୍ୟାଗ କରିବା ଅପେକ୍ଷା ଆଜି ତ୍ୟାଗ କରିବା ଭଲ !!
ଆଜିର ଅନୁଚିନ୍ତା
➡️” ଧୌର୍ଯ୍ୟବାନ ” ହୁଅ , କାହିଁକିନା ସବୁକିଛି ସହଜ ହେବା ପୂର୍ବରୁ ପ୍ରଥମେ କଷ୍ଟକର ହିଁ ହୋଇଥାଏ !!
➡️”ନିଜର ମନକୁ ସବୁବେଳେ ନିଜ ନିୟନ୍ତ୍ରଣ ରେ ରଖନ୍ତୁ , କାହିଁକିନା ଆପଣଙ୍କର ମନ ହିଁ ଏକ ବିଶାଳ ଶତୃ !!
➡️”ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ନିଜର ଖୁସି ନିଜ ହାତରେ ହିଁ ରହିଥାଏ , ଯଦି ନିଜ ଖୁସି ପାଇଁ ଅନ୍ୟ ଉପରେ ନିର୍ଭର କରିବ ତେବେ ନିଶ୍ଚିତ ଦୁଃଖ ହିଁ ପାଇବ !!
➡️”ଆଜି ସମୟ ଏପରି ପରିବର୍ତ୍ତନ ହେଇଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟ କଷ୍ଟକର !!
➡️”ଅନ୍ୟ ଉପରକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ପ୍ରଥମେ ନିଜ ଉପରକୁ ଉଠାଇବା କାହିଁକିନା ଅନେକ ଭୁଲ୍ ମଧ୍ଯ ନିଜ ପାଖରେ ରହିଯାଇ ଥାଏ !!
ଆଜିର ସୁବିଚାର
➡️”ଅତିରିକ୍ତ ଖାତିର ଆଉ ଭଲପାଇବା ସବୁ ଦିନେ Black List ରେ ସୀମାବଦ୍ଧ ହୋଇ ରହି ଯାଏ !!
➡️”ସଂସାର ର ଆଶ୍ରୟ ନେଲେ ପରାଧୀନତା ଓ ଭଗବାନ ଙ୍କର ଆଶ୍ରୟ ନେଲେ ସ୍ବାଧୀନତା ମିଳିଥାଏ !!
➡️”ଯେଉଁ ପୁଅର ଅଧିକ ରୋଜଗାର ତା ସ୍ତ୍ରୀ ପୁରା ପରିବାର ଭିତରେ ସବୁଠୁ ଅଳ୍ପ କାମ କରେ ଆଉ ଅଧ୍ବକ ଆଇନ୍ ବାହାର କରେ ! କଟୁ ବାକ୍ୟ କିନ୍ତୁ ସତ୍ୟ !!
➡️”ଯଦି ଥରେ ଗୋଟିଏ ମଣିଷ ଉପରେ ବିଶ୍ବାସ ଚାଲିଯାଏ , ପରେ ସିଏ ରାଣ ଖାଉ କି ବିଷ ଖାଉ କିଛି ଫରକ ପଡ଼େନି !!
➡️”କୁଅଁ ଭିତର କୁ ଓହ୍ଲାଇ ଗଲା ପରେ ବାଲ୍ମି ଟି ନଇଁ ପଡେ ନିଶ୍ଚିତ , ନଇଁ ପଡ଼ିଲା ପରେ , ନିଜେ ପାଣି ଭରି କରି ବାହାରକୁ ଆସିଯାଏ , ଜୀବନ ମଧ୍ୟ ଏହିପରି ହୋଇଥାଏ , ଯିଏ ନଇଁ ଯାଏ ଟିକେ , ସେ କିଛିନା କିଛି ନେଇ କରି ଉଠିଥାଏ .. !!
🙏ଓଁ ମା ଲକ୍ଷ୍ମୀ ନାରାୟଣ ନମଃ🙏 ଶୁଭ ସକାଳ ଆଜି ଗୁରୁବାର ମା ଲକ୍ଷ୍ମୀ ନାରାୟଣ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ମା ଲକ୍ଷ୍ମୀ ନାରାୟଣ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.