ବାରଙ୍ଗ,୩୧/୧୦(ଏସଏସନିୟୁଜ)କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ କୁମାର ମିଶ୍ରାଙ୍କ ଦ୍ଵାରା ଆଜି ମୁଣ୍ଡଳି ସ୍ଥିତ ସିଆଇଏସଏଫ କେଆରଟିସି ପରିସରରେ ତିନୋଟି ନୂତନ ବିଲ୍ଡିଂର ଉଦଘାଟିତ ହୋଇଯାଇଛି।ସୂଚନା ମୁତାବକ ମନ୍ତ୍ରୀ ଶ୍ରୀ ମିଶ୍ରା ମୁଖ୍ୟ ଅତିଥି ଭାବରେ ପୂର୍ବାହ୍ନ ୧୦ ଘଟିକା ସମୟରେ ମୁଣ୍ଡଳୀ ସ୍ଥିତ ସିଆଇଏସଏଫ ରେ ଯୋଗଦେଇଥିଲେ।ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।କ୍ୟାମ୍ପସ ପରିସରରେ ପାରମ୍ପରିକ ପୂଜା ପରେ ମନ୍ତ୍ରୀ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଉଦଘାଟନୀ ଫଳକକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ।ଏହାପରେ ମନ୍ତ୍ରୀ ଶ୍ରୀ ମିଶ୍ରା ରିବନ କାଟି ତିନୋଟି ବିଲ୍ଡିଂ ଯଥା ରୁଶିକୁଲ୍ୟା ବ୍ୟାରେକ୍,ବ୍ରାହ୍ମଣୀ ହଷ୍ଟେଲ ଏବଂ ଟ୍ରେନିଂ ବ୍ଲକ- ୨ କୁ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଅତିରିକ୍ତ ମହା ନିର୍ଦ୍ଦେଶକ ଅରବିନ୍ଦ ଦୀପ,ମହା ନିରୀକ୍ଷକ ସୁଧୀର କୁମାର,ଉପ ମହା ନିରୀକ୍ଷକ ମାମୁଦ ଉର ରସିଦ ଏବଂ ଚିତ୍ତରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଥିସହ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ଏହି ସମାବେଶକୁ ସମ୍ବୋଧିତ କରି ଜାତିସଂଘ ନିର୍ମାଣରେ ସିଆଇଏସଏଫ ର ଆନ୍ତରିକ ଉଦ୍ୟମ ପ୍ରତି କୃତଜ୍ଞତା ଜଣାଇଥିଲେ।ଶ୍ରୀ ଅରବିନ୍ଦ ଦୀପ ସ୍ମୃତିଚାରଣ ଉପସ୍ଥାପନ କରିଥିଲେ।ଏହି ଅଟ୍ଟାଳିକାର ଉଦଘାଟନ ଦ୍ଵାରା ସିଆଇଏସଏଫ କୁ ବହୁ ଆବଶ୍ୟକୀୟ ଯୋଗଦାନ ଯୋଗାଇବା ଯାହା ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ କେନ୍ଦ୍ରର ପ୍ରୟାସକୁ ବହୁତ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ।ଯଦ୍ୱାରା କେଆରଟିସି ଭବିଷ୍ୟତରେ ସଫଳତାର ଏକ ମାଇଲଖୁଣ୍ଟ ଚିହ୍ନିତ ହେବ ବୋଲି ମନ୍ତ୍ରୀ କହିଥିଲେ।
