୫ଘଣ୍ଟା ପରେ ମୁକୁଳିଲେ ମନ୍ତ୍ରୀ

0 160

ଭୁବନେଶ୍ୱର,୩/୧୧(ଏସ ଏସ ନିୟୁଜ)୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ
କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଗତକାଲି ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡ଼ି କର୍ମୀମାନେ ଆକ୍ରମଣ କରିବା ପ୍ରତିବାଦରେ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ କରିଛନ୍ତି ବିଜେପି ଓ କଂଗ୍ରେସ ।ଏହିଅଵସରରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଥିବା ବେଳେ ଏହି ଦୁଇଟି ଦଳର କର୍ମୀମାନେ ତାଲା ପକାଇଦେଇଥିଲେ। ମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯିବା ସହ ଡାକ ବଙ୍ଗଳା ବାହାରେ ନାରାବାଜି କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ଓ ଏସଡିପିଓ ପହଞ୍ଚି କର୍ମୀମାନଙ୍କୁ ବୁଝାଇଥିଲେ ।ଏହା ଜଣାପଡିବା ପରେ ବିଜେଡି କର୍ମୀମାନେ ମଧ୍ୟ କଂଗ୍ରେସ-ବିଜେପି କର୍ମୀମାନଙ୍କ ଧାରଣାସ୍ଥଳକୁ ଧସେଇ ପଶିଥିଲେ।ଫଳରେ ଉଭୟ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା।ଶେଷରେ ପୋଲିସ ଲାଠିଚାର୍ଜ କରିବା ସହ ଉଭୟ ଦଳର ଶତାଧିକ କର୍ମୀଙ୍କୁ ଉଠାଇନେଇଥିଲା।ଶେଷରେ ଡାକବଙ୍ଗଳା ରୁ ୫ଘଣ୍ଟା ପରେ ମୁକୁଳି ଥିଲେ ମନ୍ତ୍ରୀ ଟୁକୁନି ସାହୁ।

Leave A Reply

Your email address will not be published.