ଜୁଆ ଆଡା ଉପରେ ଚଢଉ

0 547

ନୂଆପଡ଼ା,୩/୧୧(ଏସ ଏସ ନିଉଜ)ଦୁଇଟି ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୫ହଜାର ୪୪୦ ଟଙ୍କା ଜବତ କରିଛି ପୋଲିସ ।ନୂଆପଡ଼ା ଜିଲ୍ଲା ସଦର ଏନଏସି ୧୩ ନଂ ୱାର୍ଡ ମହୁଆଭଟା ଗ୍ରାମର ଏକ ଜମିରେ ଓ ନୂଆପଡ଼ା ବ୍ଳକ ଲାଞ୍ଜିମାଲଠାରେ ଜୁଆଆଡ୍ଡା ଉପରେ ଚଢଉ କରିଥିଲା।ଦୀପାବଳି ଉପଲକ୍ଷେ ଜୁଆଆଡ଼ା ଚାଳୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା।ମହୁଆଭଟାରୁ ୪ଜଣଙ୍କୁ ଗିରଫ କରିବା ସହ ୨୮ ହଜାର ୬୮୦ ଟଙ୍କା ଓ ଲାଞ୍ଜିମାଲଠାରୁ ୮ଜଣଙ୍କୁ ଗିରଫ କରିବା ସହ୨୬ ହଜାର ୭୫୦ ଟଙ୍କା ପୁଲିସ ଜବତ କରିଥିଲା ।

Leave A Reply

Your email address will not be published.