ଆଜିର ଅନୁଚିନ୍ତା

ତାରିଖ - ୨୧:୧୧:୨୦୨୧ (ରବିବାର)

0 343

🦋ଯଦି ଆପଣ ଅନ୍ୟ କାହାଦ୍ୱାରା ନିଜର କାମ କରାଉଛନ୍ତି ତାହାଲେ-ଦୟାକରି-କାମ ସରିଯିବା ପରେ\”ଧନ୍ୟବାଦ\” କହିବା ଜମାରୁ ଭୁଲନ୍ତୁ ନାହିଁ ।
🦋ନିଜକୁ ସର୍ବଦା ସୁନା କଏନ୍ ଭଳି ବନାନ୍ତୁ, କାରଣ ନାଳରେ ପଡିଥିଲେ ବି ତା \’ର ଦାମ୍ କେବେ ବି କମି ନଥାଏ ।
🦋ଭୋକ ଲାଗିଲେ ମାଆ , ଦୁଃଖ ଲାଗିଲେ ମାଆ , ଭୟ ଲାଗିଲେ ମାଆ ; ଏହିଭଳି ସବୁବେଳେ ମାଆ’ ମାଆ’ ବୋଲି ଆମେ ଡାକି ଥାଉ । କିନ୍ତୁ ଯେତେବେଳ ପିଲା ଉନ୍ନତି ହୋଇ ଖୁସିରେ ରହେ, ସେ ନିଜ ମାଆ-ବାପାଙ୍କୁ ଭୁଲି ଯାଏ । ମନେ ରଖିଥାଆନ୍ତୁ ମାଆ ବାପାଙ୍କ ଭଳି ଦୁନିଆରେ ଆଉ କେହି ବି ମିଳିବେ ନାହିଁ ।
🦋ଝାଳ ବୁହାଇ, ଧାରକରଜ କରି ବାପା ପୁଅକୁ ବଡ ମଣିଷ କରନ୍ତି, ଆଉ ପୁଅ ବଡ ହେଲାପରେ ୠବମରଭକ୍ଟକ୍ଟଳ ରେ ଲେଖେ ଗଚ୍ଚ ଙ୍ଗସଲର ସଗ୍ଦ ଜ୍ଞଚ୍ଚ ଖସଲର.
ଯଦି ମହାଭାରତ ପଢିବାକୁ ଆପଣଙ୍କ ପାଖରେ ସମୟ ନାହିଁ ଏହାର ନଅ ଗୋଟି ସୂତ୍ର ପ୍ରତି ସର୍ବଦା ସଚେତନ ରହିଲେ ଯଥେଷ୍ଟ ହେବ।

୧. ନିଜ ସନ୍ତାନଙ୍କ ଭୁଲ୍ ଇଛାକୁ ଏବଂ ଜିଦ୍ କୁ ଯଦି ଠିକ୍ ସମୟରେ ଅଙ୍କୁଶ ନ ଲଗାନ୍ତି, ଶେଷରେ ଆପଣ ଅସହାୟ ହୋଇଯିବେ।(କୌରବ)
୨. ଆପଣ ଯେତେ ବଳବାନ୍ ହୁଅନ୍ତୁ ନା କାହିଁକି, ଯଦି ଆପଣ ଅଧର୍ମର ସାଥିରେ ଅଛନ୍ତି, ତେବେ ଆପଣଙ୍କ ବିଦ୍ୟା, ଅସ୍ତ୍ର-ଶସ୍ତ୍ର,,ଶକ୍ତି ଏବଂ ବରଦାନ ସବୁ ନିଷ୍ଫଳ ହୋଇଯିବ।(କର୍ଣ୍ଣ)
୩. ସନ୍ତାନଙ୍କୁ ଏତେ ମହତ୍ବାକାଂକ୍ଷୀ କରନ୍ତୁ ନାହିଁ ଯେ ସେମାନେ ବିଦ୍ୟାର ଦୁରୂପଯୋଗ କରି ସର୍ବନାଶକୁ ନିମନ୍ତ୍ରଣ କରିବେ (ଅଶ୍ଵତ୍ଥମା
୪. ଏପରି କାହାକୁ କିଛି କଥା ଦିଅନ୍ତୁ ନାହିଁ ଯେ ଆପଣଙ୍କୁ ବିଧର୍ମୀଙ୍କ ଆଗରେ ନତମସ୍ତକ ହେବାକୁ ପଡିବ। (ଭୀଷ୍ମ ପିତାମହ)
୫. ସଂପତ୍ତି, ଶକ୍ତି ଓ ସତ୍ତାର ଦୁରୂପଯୋଗ ପାଇଁ ନିଜର ସର୍ବନାଶ ହିଁ ଅନ୍ତିମରେ ଦେଖିବାକୁ ପଡିଥାଏ। (ଦୁର‌୍ୟ୍ୟୋଧନ)
୬. ମୁଦ୍ରା, ମଦିରା, ଅଜ୍ଞାନ, ମୋହ ଏବଂ କାୟା ଯଦି ଅନ୍ଧ ବ୍ୟକ୍ତିଙ୍କ ପାଖରେ ଥାଏ, ତାହାହେଲେ ସତ୍ତା ମଧ୍ୟ ବିନାଶ ଆଡକୁ ନେଇଯାଇଥାଏ। (ଧୃତରାଷ୍ଟ)
୭. ବିଦ୍ୟା ଯଦି ବିବେକ ସହ ବନ୍ଧା ହୋଇଥାଏ ଉକ୍ତ ବ୍ୟକ୍ତିର ବିଜୟ ସୁନିଶ୍ଚିତ । (ଅର୍ଜୁନ)
୮. ସବୁକାର୍ଯ୍ୟରେ ଯଦି ଆପଣ ଛଳ, କପଟ, ପ୍ରପଞ୍ଚ କରନ୍ତି ସର୍ବଦା ଅସଫଳତାର ସ୍ବାଦ ଚାଖିବାକୁ ପଡିଥାଏ। (ଶକୁନି)
୯. ଯଦି ଆପଣ ନୀତି, ଧର୍ମ ଓ କର୍ମ ସଫଳତାପୂର୍ବକ ପାଳନ କରୁଛନ୍ତି ତେବେ ବିଶ୍ୱର କୌଣସି ଶକ୍ତି ଆପଣଙ୍କୁ ପରାଜିତ କରିପାରିବ ନାହିଁ । (ଯୁଧିଷ୍ଠିର)ଯଦି ଏହି ନଅ ଗୋଟି ସୂତ୍ର ଜୀବନରେ ଧାରଣ ନ କରୁଛନ୍ତି ତେବେ ନିଜ ଜୀବନରେ ମହାଭାରତର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ 🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳ,ଆଜି ରବିବାର, ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ 🙏

Leave A Reply

Your email address will not be published.