ଚୀନରେ ପୁଣି ଥରେ ଲକଡାଉନ୍

ଆଜିର ଖବର,ତାରିଖ–24-12-2021 (ଶୁକ୍ରବାର)

0 282

୧. ତୀବ୍ର ହେଉଛି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ସ୍ବର: ୧୯୯୭ରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ୮୫ ଗ୍ରାମବାସୀ ।
୨. ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ । ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା ।
୩. ହରିଦ୍ଵାରରେ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ଚାଲିଥିବା ଧର୍ମ ସଂସଦରେ ସଂଖ୍ୟା ଲଘୁ ସମ୍ପଦାୟ ବିରୋଧରେ ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦିଆଯାଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେ ।
୪. ଅନଲାଇନ ଟ୍ରାଞ୍ଜେକସନକୁ ସୁରକ୍ଷିତ କରିବାକୁ RBI ବଢ଼ାଇଲା ୬ ମାସ ସମୟସୀମା ।
୫. କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣି ଥରେ ଲକଡାଉନ୍ ଘୋଷଣା କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ ।
୬. କାୟା ବିସ୍ତାର କରୁଛି ଓମିକ୍ରନ: ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
୭. ପଞ୍ଚାୟତ ନିର୍ବାଚନ: ଓବିସି ସଂରକ୍ଷଣ ହଟିବା ନେଇ ବିଜେପି-ବିଜେଡି ମୁହାଁମୁହିଁ
୮. ଓମିକ୍ରନ ଆତଙ୍କ ଭିତରେ ରେଭେନ୍ସା କଲେଜରେ ଏକାଠି ହେଲେ ହଜାର ହଜାର ପିଲା: ନାଚଗୀତରେ ଦଳିଦେଲେ କୋଭିଡ ନିୟମ ।

୯. ଜାନୁଆରୀ ୧ରେ ଲୋକାର୍ପିତ ହେବ ଟ୍ରାଫିକ ଛକ ରୋଟରୀ ।
୧୦. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶର ବାରାଣସୀସ୍ଥିତ ରାଜ୍ୟ ଉଦ୍ୟୋଗ ବିକାଶ ପ୍ରାଧିକରଣ ଫୁଡ୍ ପାର୍କ, କାରଖିୟାଁଠାରେ ‘ବନସ ଡେରୀ ସଙ୍କୁଳ’ ର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୩୦ ଏକର ଜମିରେ ବ୍ୟାପ୍ତ ଏହି ଡେରୀର ନିର୍ମାଣରେ ପ୍ରାୟ ୪୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏଥିରେ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧର ପ୍ରକ୍ରିୟାକରଣ କରାଯିବାର ସୁବିଧା ରହିବ ।
୧୧. ୟୁପି ନିର୍ବାଚନ ଘୁଞ୍ଚାଯାଉ, ରାଲି ଉପରେ ରୋକ୍ ଲଗାଯାଉ; ପ୍ରଧାନମନ୍ତ୍ରୀ ଓ ଇସିଙ୍କୁ ହାଇକୋର୍ଟଙ୍କ ଅପିଲ୍ ।
୧୨. ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ : ବାଜିମାରିଲେ ଓଡ଼ିଆ ଝିଅ ଜଗଜିତା ଦାଶ ।
୧୩. ବାଂଲାଦେଶ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମର ଘୋଷଣା କରାଯାଇଛି । ଭାରତୀୟ ଟି-୨୦ ଟିମରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ନକୁଳ ବଡ଼ନାୟକଙ୍କୁ ସାମିଲ କରାଯାଇଛି ।
୧୪. ଦକ୍ଷିଣ ଆଫ୍ରିକା ଗସ୍ତରେ କୋହଲି ପାଇଁ ବଡ ସୁଯୋଗ; ପଛରେ ପଡିଯିବେ ଲକ୍ଷ୍ମଣ, ଦ୍ରାବିଡ ଏବଂ ସେହଓ୍ବାଗ !
୧୫. ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ଅନୁଧ୍ୟାନ: ଓମିକ୍ରନ ବିରୋଧରେ ପ୍ରଭାବୀ ହେବ କୋଭିସିଲ୍ଡର ବୁଷ୍ଟର ଡୋଜ୍ ।
୧୬. କଲେଜ ପିଲାଙ୍କ ଚରିତ୍ର ନିର୍ମାଣ ପାଇଁ ସରକାରଙ୍କ ଉଦ୍ୟମ: ଆରମ୍ଭ ହେବ ‘ଯୁବ ସଂସ୍କାର’ କ୍ଲାସ ।
୧୭. ଶ୍ରୀମନ୍ଦିର ଐତିହ୍ୟ କରିଡର ଆରମ୍ଭରୁ ବିବାଦ, ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସ୍ଥପତିଙ୍କୁ ଅବହେଳା! ।
୧୮. ଡେଲ୍ଟା, ଓମିକ୍ରନ ପରେ ଏବେ ଆମେରିକା ଓ ୟୁରୋପରେ ପ୍ରକୋପ କରୁଛି କରୋନାର ଆଉ ଏକ ଭାରିଏଣ୍ଟ Delmicron ।
୧୯. ଦେଶରେ ୩୦୦ ପାର୍ କଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସକାଳ ସୁଦ୍ଧା ୨୩୬ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିବା କହିଥିଲା ।
୨୦. ଖୋର୍ଦ୍ଧା ଜିଲ୍ଲା ଖବରକାଗଜ ହକରମାନଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ ସହାୟତା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା ।
୨୧. ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ , ଏପ୍ରିଲ ସୁଦ୍ଧା ନିଯୁକ୍ତି ।
୨୨. ଥରିଲା ତାମିଲନାଡୁ । ତାମିଲନାଡୁର ଭେଲୋର୍‌ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ସେହିପରି କର୍ଣ୍ଣାଟକ ମଧ୍ୟ ଭୂକମ୍ପ ଝଟ୍‌କାରେ ଥରିଛି । କର୍ଣ୍ଣାଟକରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି ।
୨୩. ଆମେରିକାରୁ ଏକ ଖୁସି ଖବର ଆସିଛି। କରୋନା ଔଷଧ ‘ପାକ୍ସଲୋଭିଡ’ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲାଭ କରିଛି। ଏହି ଔଷଧ ଖାଇବା ପରେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଏବଂ ମୃତ୍ୟୁର ସମ୍ଭାବନା ବହୁତ କମିଯିବ ବୋଲି ଦାବି କରାଯାଇଛି ।
୨୪. ଭବାନୀପାଟଣା: ଫୁର୍‌ଲିଝରଣ ଜଳପ୍ରପାତରେ ଅଘଟଣ, ଶିଶୁପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ବାପା ମୃତ ।
୨୫. ଚେନ୍ନାଇ: ଏକାଥରେ ୩୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ୨ ଜଣଙ୍କୁ ଛାଡ଼ି ସମସ୍ତେ ନେଇଥିଲେ ଡବଲ ଡୋଜ୍‌ ।
୨୬. ଓମିକ୍ରନ ଟେନସନ: ଦେଶରେ ୩୨୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା ।●କର୍ଣ୍ଣାଟକରେ ୧୨, କେରଳରେ ୫ ନୂଆ ମାମଲା ●ଓଡ଼ିଶାରେ ଆଉ ଦୁଇ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ●ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ।
ଶୁଭ ସକାଳ,GOOD MORNING କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।

 

 

Leave A Reply

Your email address will not be published.