ବସଷ୍ଟାଣ୍ଡ ରୁ ମହିଳା ପର୍ଯ୍ୟଟକ ନିଖୋଜ

0 271

ବାରଙ୍ଗ,୨୩/୧୨(ଏସ ଏସ ନିଉଜ) ନନ୍ଦନକାନନ ବସଷ୍ଟାଣ୍ଡରୁ ଗୁରୁବାର ଅପରାହ୍ନ ୪ଟା୪୫ମିନିଟ ସମୟରେ ଜଣେ ମହିଳା ପର୍ଯ୍ୟଟକ ନିଖୋଜ ହୋଇଥିବା ଘଟଣାକୁ ନେଇ ସ୍ବାମୀ ସୁରାଜ ଶାଲ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି।ନିଖୋଜ ମହିଳା ଜଣକ ଝାଡଖଣ୍ଡ ଧନବାଦର ଜ୍ୟୋତି ଦେବୀ(୨୫)।ସେ ତାଙ୍କ ସ୍ବାମୀ ଓ ୪ବର୍ଷର ପୁଅ ସହ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଥିଲେ।ନନ୍ଦନକାନନକ ବୁଲିସାରି ବସଷ୍ଟାଣ୍ଡକୁ ଫେରୁଥିବାବେଳେ ଜ୍ୟୋତି ବସଷ୍ଟାଣ୍ଡରୁ ନିଖୋଜ ହୋଇଥିଲେ।ସୁରଜ ଚାରିଆଡେ ଖୋଜାଖୋଜି କରିବା ପରେ ସ୍ତ୍ରୀକୁ ନପାଇ ସନ୍ଧ୍ୟାରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି।ପୁଲିସ ଅଭିଯୋଗକୁ ଭିତ୍ତିକରି ନିଖୋଜ ମାମଲାରୁଜୁ କରି ତଦନ୍ତ ଜାରିରଖିଛି।

Leave A Reply

Your email address will not be published.