ଚାଲିଗଲା ଗୁରାଣ୍ଡି ଜୀବନ

0 425

ବାରଙ୍ଗ,୨୩/୧୨(ଏସ ଏସ ନିଉଜ)ପ୍ରାଣୀଉଦ୍ୟାନନନ୍ଦନକାନନ ର ୩୭ନମ୍ବର (ଗ) ଏନକ୍ଲୋଜରରେ ରହୁଥିବା ୧୦ବର୍ଷର ମାଈ ଗୁରାଣ୍ଡି(ମାଉସ ଡିଅର) ଗୁରୁବାର ବଢିଭୋରୁ ଇଂକ୍ଲୋଜରରେ ମରିପଡିଥିବା ଦେଖିବାକୁ ମିଳିଥିଲା।ମାଈ ଗୁରାଣ୍ଡି କିଛିଦିନ ହେବ ଫୁସଫୁସ ରୋଗରେ ପିଡୀତ ଥିଲା।ନନ୍ଦନକାନନ ପ୍ରାଣୀଉଦ୍ୟାନର ବନ୍ୟପ୍ରାଣୀ ଚଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଜାରିରହିଥିଲା।ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ କର୍ତ୍ତୁପକ୍ଷ ମୃତ ଗୁରାଣ୍ଡିଟିର ଶବବ୍ୟବଛେଦ କରିଛନ୍ତି।ଏହି ଗୁରାଣ୍ଡିଟି ପ୍ରାଣୀଉଦ୍ୟାନରେ ଆଠଥର ମାଆ ହୋଇଛି।ଏହାର ମୃତ୍ୟୁ ପରେ ସେମାନଙ୍କ ସଂଖ୍ୟା ୨୬କୁ ହ୍ରାସପାଇଛି।।

Leave A Reply

Your email address will not be published.