କୋଭିଡ ନୁଆନୀୟମ ଘୋଷଣା କଲେ ଏସଆରସି

ଭୁବନେଶ୍ୱର, ୫/୧(ଏସଏସନିୟୁଜ) ନୂତନ କୋଭିଡ୍ ଗାଇଡଲାଇନ ଘୋଷଣା କରିଛନ୍ତି ରାଜ୍ୟସରକାର । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୁଆ ଗାଇଡଲାଇନ ଘୋଷଣା କରିଛନ୍ତି ଏସଆରସି ।ନୁଆ ଗାଇଡଲାଇନଅନୁଯାୟୀ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି କରାଯିବ ।ଏହି ସମୟରେ କେବଳ ଜରୁରୀକାଳୀନ କାର‌୍ୟ୍ୟକୁ ଅନୁମତି ଦିଆଯାଇଛି ।ବିବାହ ବ୍ରତ କାର‌୍ୟ୍ୟକ୍ରମ ପାଇଁ ୧୦୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ ବରଯାତ୍ରୀ ପାଇଁ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି । ଅନଲାଇନ କ୍ଲାସ ପୂର୍ବପରି ଜାରି ରହିବାସହ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ କ୍ଲାସ ବନ୍ଦ ରଖାଯାଇଛି । ସରକାରୀ କାର୍ଯ୍ୟାଳୟରେ କମ କର୍ମଚାରୀରେ କାମ କରାଯିବ । ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏସଆରସି କହିଛନ୍ତି ।

- Advertisement -

Leave A Reply

Your email address will not be published.