ଓଡ଼ିଶାରୁ ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

0 145

ଭୁବନେଶ୍ୱର ,୫/୧(ଏସଏସନିୟୁଜ) ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ ରହିଛି । ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ମୋଟ ୨୧୮ ସାମ୍ପଲର ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ଆଜିର ୨୪କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।ରାଜ୍ୟରେ କରୋନା ମହାମାରୀ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଥିବାବେଳେ ଏହାରି ମଧ୍ୟରେ ଓମାଇକ୍ରନରେ ଆକ୍ରାନ୍ତ ତିନି ଜଣସଂକ୍ରମିତ ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି । ତେବେ ଚିହ୍ନଟ ହୋଇଥିବା ୨୪ ଓମିକ୍ରନ ସଂକ୍ରମିତ ଯାଜପୁର, ସମ୍ବଲପୁର, ନୂଆପଡ଼ା, ସୁନ୍ଦରଗଡ଼, ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।ଚିହ୍ନଟ ୨୪ ଜଣକ ମଧ୍ୟରେ ୧୮ ଜଣ ପୁରୁଷ, ୬ ଜଣ ମହିଳା । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ସମସ୍ତ ୨୪ ଆକ୍ରାନ୍ତଙ୍କ ବୟସ ୧୯ ବର୍ଷରୁ ୬୫ ବର୍ଷ ମଧ୍ୟରେ ହୋଇଥିବାର ଜଣାପଡିଛି ।

 

Leave A Reply

Your email address will not be published.