ବାଇକ ଚୋରୀ କରିବା ପଡିଲା ମହଙ୍ଗା, ଧରାହେଲେ ୨

0 185

ଚୈାଦ୍ୱାର,୨୬/୫(ଏସଏସନିଉଜ)ଡାକ୍ତରଖାନା ବାହାରୁ ଚୋରୀ ହୋଇଥିବା ଗାଡିକୁ ଉଦ୍ଧାର କରିବା ସହ ଏହାକୁ ଚୋରୀ କରିଥିବା ଓ କିଣିଥିବା ଯୁବକଦ୍ୱୟକୁ ଗିରଫ କରି କୋର୍ଟଚାଳଣ କରିଛି ଚୈାଦ୍ୱାରଥାନା ପୋଲିସ ।
ପ୍ରକାସ ଯେ, ୨୨ତାରିଖରେ ଚୈାଦ୍ୱାରଥାନାରେ ଢେଙ୍କାନାଳର ଚିତରଞନପରିଡା ନାମକ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ସେ ଗତ୨୧ତାରିଖ ରାତିରେ ଚାରିବାଟିଆରେ ଥିବା ଇଏସଆଇ ହସପିଟାଲରେ ଚିକିସ୍‌ା ହେଉଥିବା ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ।ହସ୍ପିଟାଲ ବାହାରେ ତାଙ୍କର ଓଡି୦୫-ଡବ୍ଲ୍ୟୁ-୨୦୬୬ନଂ ହିରୋହେଣ୍ଡା ବାଇକକୁ ଥୋଇ ଭିତରକୁ ଯାଇଥିଲେ ।ପରଦିନ ସକାଳେ ଆସି ଦେଖିବାବେଳକୁ ବାଇକଟି ସେଠାରେ ନଥିଲା ବୋଲି ସେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ୨୪୨/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ କଟକ ଜଗତପୁରର ଗୋଲିଆ ଓରଫ ବାସୁଦେବ ବେହେରା ନାମକ ଯୁବକ ଏହି ବାଇକଟିକୁ ଚୋରୀ କରି ଚୈାଦ୍ୱାରର ହାଉସିଂବୋର୍ଡ କଲନୀରେ ରହୁଥିବା ଲୋଟସ ସାମଲକୁ ୧୫ହଜାରେ ଟଙ୍କାରେ ବିକ୍ରିକରିଥିବାର ଜାଣିବାକୁ ପାଇଥିଲା ଏହାପରେ ଗୋଲିଆକୁ ଥାନାକୁ ଆଣି ପଚରାଉଚରା କରିବାବେଳେ ସେ ବାଇକ ଚୋରୀ କରିଥିବାର ମାନିଥିଲା ।ଏହାପରେ ପୋଲିସ ଚୋରୀ ବାଇକକୁ ଜବତ କରିବା ସହ ଗୋଲିଆ ଓ ଲୋଟସକୁ ଗିରଫ କରି କୋର୍ଟଚାଳଣ କରିବା ସହ ଚୋରୀ ଗାଡି ଜବତ କରିଛି ।

Leave A Reply

Your email address will not be published.