ବାବୁ ନନ୍ଦନକାନନ ଛାଡିବାକୁ ନାରାଜ!

0 475

ବାରଙ୍ଗ,୨୬/୫(ଏସଏସନିଉଜ)ବାବୁ ନନ୍ଦନକାନନ ଛାଡି ଯିବାକୁ ରାଜିନାହାନ୍ତି ।ବଦଳି ହେଲେ ମଧ୍ୟ ଧରାଧରି କରି ଏଠାରେ ରହିବାକୁ ଭାରି ଇଛା ।କାରଣ ନନ୍ଦନକାନନ ପ୍ରତି ଏତେ ଯେ ମମତା ରହିଛି ତାହା ଜୀବଜନ୍ତୁମାନଙ୍କ ମୃତ୍ୟୁ ଘଟଣା ପ୍ରମାଣ କରୁଛି ।ଅସୁସ୍ଥ ଜଳହସ୍ତୀକୁ ଚିକିସ୍‌ା କରିବାକୁ ଯାଇ ତା ପିଚାରେ ସିରିଞ ଛାଡିଦେବା ଘଟଣା ଏବେ ବି ଚର୍ଚ୍ଚାରେ ରହିଛି ।ଏହାହେଉଛି ଡାକ୍ତମାନଙ୍କର ଆନ୍ତରିକତା ।ସେଇଥିପାଇଁ ବୋଧେ ନନ୍ଦନକାନନ ଛାଡିବାକୁ ବାବୁମାନେ ରାଜି ନାହାନ୍ତି । ନନ୍ଦନକାନନ ୱେବ୍‌ସାଇଟରେ ଡ.ଶରତକୁମାର ସାହୁ ବ୍ଲକ ପ୍ରାଣିଚିକିସ୍‌କ ହୋଇଥିବାର ଉଲ୍ଲେଖ ରହିଛି ।ତଥାପି ବାବୁ ନନ୍ଦନକାନନରେ ରହିଛନ୍ତି ।ଶୁଣିବାକୁ ମଳିଛିଯେ, ବାବୁଙ୍କର ବ୍ଲକ ପ୍ରାଣିଚିକିସ୍‌କ ଭାବେ ଏଠାରୁ ବଦଳି ହୋଇଥିଲା ।କିନ୍ତୁ ବଡବଡିଆଙ୍କୁ ବାବୁଧରି ତାଙ୍କପାଇଁ ଏହି

ପଦବୀଟି ନନ୍ଦନକାନନରେ ତିଆରିକରି ଦୀର୍ଘ ବର୍ଷହେବ ଏଠାରେ ରହିଆସୁଛନ୍ତି ।ସେହିଭଳିଭାବେ ନନ୍ଦନକାନନ ପ୍ରାଣିଚିକିସ୍‌ାଳୟର ବିଶେଷଜ୍ଞ ଦେବବ୍ରତ ମହାପାତ୍ରଙ୍କର ଏଠାରୁ ୧ମାସହେବ ବଦଳି ହୋଇଛି ।କିନ୍ତୁ ଯିବାକୁ ନାରାଜ ।କାହିଁକିବା ଯିବେ ।ଏଠାରେ ସବୁପ୍ରକାର ସୁବିଧା ସହ କରୁଥିବା କାର୍ଯ୍ୟ ପ୍ରତି କାହାରବି ବିରୋଧ ନାହିଁ ।କିଏବା କରିବ ,କାହାକୁବା ସମୟ ଅଛି ଅନ୍ୟର କାମ ଦେଖିବାକୁ ।କିଏ ଠିକାଦାରୀ ପାଇଁ ବ୍ୟସ୍ତ ତ କିଏ ଏସିରୁମରୁ ବାହାରିବାକୁ ନାରାଜ ।ଏହି ସୁଯୋଗରେ ବାବୁ ତାଙ୍କ ବଦଳି ପାଇଁ ଲାଗିପଡିଥିବାର ଜଣାପଡିଛି ।ଗତକିଛିଦିନ ହେବ ନନ୍ଦନକାନନରେ ବିବଦୀୟ ଘଟଣାମାନ ଘଟିଛାଲିଛି ।ଗୋଟେପଟେ ପଶୁପକ୍ଷୀମାନଙ୍କ ମୃତ୍ୟୁ ସହ ଅସୁସ୍ଥତା ଓ ଅନ୍ୟପଟେ ପର୍ଯ୍ୟଟକମାନଙ୍କୁ ଆକ୍ରମଣ ସାଙ୍ଗକୁ ନନ୍ଦନକାନନ ପକ୍ଷରୁ ପ୍ରଣୟନ ତଥା ଚୁକ୍ତିକୁ ଖିଲାପ କରି ଘରୋଇକରଣରେ ନେଇଥିବା ଠିକାଦାରମାନଙ୍କର ଚୁକ୍ତି ଖିଲାପକାରୀ କାର୍ଯ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି ।ନିଜର ଲାଭଖୋର ମନୋଭାବ ଯୋଗୁ ପର୍ଯ୍ୟଟକମାନଙ୍କ ଜୀବନ ସହ ଖେଳଖେଳିବାକୁ ପଛାଉନଥିବାର ଦେଖିବାକୁ ମିଳିଛି ।ଯଦି ଏଥିପ୍ରତି ବଡବଡିଆ ବାବୁମାନେ ଦୃଷ୍ଟି ନଦିଅନ୍ତି ତେବେ ନନ୍ଦନକାନନ ବିଶ୍ୱସ୍ତରୀୟ ହେବାର ଯୋଜନା କେବଳ ସ୍ଲୋଗାନରେ ରହିଯିବା ସହ କେବଳ ବଦନାମର ପାହଡକୁ ମୁଣ୍ଡାଇବାକୁ ପଡିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.