ଜଳିଗଲା ୯ ବଖରା ଘର

0 212

ଭଦ୍ରକ, ୨୬/୫(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ସାହାଡ଼ା ପଞ୍ଚାୟତ ସମିଆ ସାହାଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଜଳିଯାଇଛି ।ଘରଭିତରେ ଥିବା ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ରାତିରେ ସମସ୍ତେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଚାହୁଁ ଚାହୁଁ ୪ଟି ପରିବାରର ୯ ବଖରା ଘର ନିଆଁରେ ଚାଲିଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଥିବାବେଳେ ଭଦ୍ରକରୁ ଅଗ୍ନିଶମ ବାହିନୀ ଟମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.