ବ୍ଲାକମେଲିଂ କରି ବନ୍ଧା ହେଲେ କନଷ୍ଟେବଳ

0 434

ଭୁବନେଶ୍ବର,୨୬/୫(ଏସଏସନିଉଜ) ଜଣେ ନାବାଳିକାକୁ ଫସାଇ ୪ବର୍ଷକାଳ ଶାରୀରିକ ସମ୍ପର୍କ ରଖି ଶେଷରେ ଧମକ ଦେଇଥିଲେ ।କେବଳ ଧମକ ନୁହେଁ ଅନ୍ତରଙ୍ଗ ମୁୁର୍ହୁତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ୫୦ହଜାରେ ଟଙ୍କା ଦାବୀ କରି ବ୍ଲାକମେଲିଂ କରିଥିଲେ ।ଘଟଣା ବଢିବାରୁ ନିରୁପାୟ ହୋଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ଧୋକାବାଜ ପ୍ରେମିକର ଅସଲ ଚେହେରା ପଦାକୁ ଆସିଥିଲା ।ଶେଷରେ ଧୋକାବାଜ ପ୍ରେମିକ ସାଜିଥିବା କନେଷ୍ଟବଳକୁ ମହିଳାଥାନା ପୋଲିସ ଗିରଫ କରି କୋର୍ଟଚାଳଣ କରିଛି । ନାବାଳିକାଙ୍କୁ ବଳାତ୍କାର ସହ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ଭାଇରାଲ କରିବା ବ୍ଲାକମେଲିଂ ଅଭିଯୋଗରେ ରଜନୀକାନ୍ତ ଗମାଙ୍ଗୋ ନାମକ ସଶସ୍ତ୍ର ବାହିନୀରେ ଚାକିରି କରିଥିବା କନେୁ‌ଷ୍ଟବଳକୁ ଗିରଫକରି କୋର୍ଟଚାଳଣ କରିଛି । ସେ ଲିଙ୍ଗରାଜ ଥାନା ଅଧୀନ ରବି ଟକିଜ ଅଞ୍ଚଳରେ ଭଡ଼ାରେ ରହୁଥିଲେ ।ଘରପାଖରେ ଜଣେ ନାବାଳିକାକୁ ପ୍ରେମଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଆସୁଥିଲେ ।ଶେଷରେ ନାବାଳିକା ଜଣଙ୍କ ଗତକାଲି ଚାଇଲ୍ଡ ଲାଇନର ସହାୟତାରେ ମହିଳାଥାନାରେଲିଖିତ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.