ଭିକି ଓ କ୍ୟାଟ୍‌ଙ୍କୁ ହତ୍ୟା ଧମକ

ଭୁବନେଶ୍ୱର,୨୫/୭(ଏସଏସନିଉଜ) ଅଭିନେତା ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ଆସିଛି ହତ୍ୟା ଧମକ । ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇ ପୋଷ୍ଟ୍ କରିବା ସହ ମେସେଜ୍ ବି କରୁଛି ବୋଲି ସେ ତାଙ୍କ ଅଭିଯୋଗରେ କହିଛନ୍ତି ।ସେ ଆହୁରି ବି ଲେôଖଛନ୍ତି ବ୍ୟକ୍ତି ଜଣକ କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଧମକ ଦେଉଛି। ଅଭିଯୋଗ କରିବାକୁ ଭିକି ନିଜେ ସାଣ୍ଟାକ୍ରଜ୍ ପୁଲିସ୍ ଷ୍ଟେସନ୍‌କୁ ଆସିଥିଲେ। ଭିକି ଓ କ୍ୟାଟ୍‌ଙ୍କୁ ସୋସିଆଲ୍ ମିଡିଆରେ ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍ ଏ ନେଇ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ପ୍ରକାସ ଯେ, ଭିକି ଓ କ୍ୟାଟ୍‌୨୦୨୧ ମସିହା ଡିସେମ୍ବର ୯ ତାରିଖରେ ରୀତିନୀତି ଅନୁଯାୟୀ ବିବାହ ବନ୍ଧନ‌ରେ ବାନ୍ଧି ହୋଇଥିଲେ ।

 

 

 

 

- Advertisement -

Leave A Reply

Your email address will not be published.