ମୋ ବସ୍ ଡ୍ରାଇଭରର ଉତ୍ପାତ

ଭୁବନେଶ୍ବର,୨୪/୭(ଏସଏସନିଉଜ)ମୋବସକୁ ନେଇ ରାଜଧାନୀବାସୀଙ୍କର ଯେଉଁ ଭଲ ଭାବନା ଥିଲା ଏବେ ବସ୍ ଡ୍ରାଇଭର୍‌ଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ଏହା କାଳପାଲଟିବାକୁ ଯାଉଛି ।ଯାହାଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାତି ପ୍ରାୟ ୯ଟା ବେଳେ ଶିରିପୁର ଛକରେ ମୋ’ ବସ୍ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ୟୁନିଟ୍-୩ର ଶିବ ପ୍ରସାଦ ବେହେରା ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି ।ବାଇକ୍ ନେଇ ଶିବ ଘରକୁ ଫେରୁଥିବା ବେଳେ ପଛପଟୁ ଓଡି ୩୩ୟୁ ୭୧୦୫ନଂ ମୋ ବସ୍ ତାଙ୍କୁ ଧକ୍କା ଦେଇ ଗୋଡ଼ ଉପରେ ଚଢ଼ିଯାଇଥିଲା। ଏହାକୁନେଇ ସ୍ଥାନୀୟ ଲୋକମାନେ ଉତେଜିତ ହୋଇ ରାସ୍ତାରୋକକରିଥିଲେ ।ଗତକାଲି ରାତିରେ ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ଜଣେ ଯୁବକ ରାସ୍ତା ପାରି ହେଉଥିବା ବେଳେ ତାଙ୍କ ଗୋଡ଼ ଉପରେ ମୋ ବସ୍ ଚଢ଼ାଇ ଦେଇଥିବାରୁ ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପୁଲିସ ବସ୍ ଜବତ କରିବା ସହିତ ଚାଳକକୁ ଅଟକ ରଖିଥିଲା।

- Advertisement -

Leave A Reply

Your email address will not be published.