ବିଶାଳକାୟ ଗଛ ଉପୁଡି ଘର ଉପରେ ପଡିଲା

ମାଲକାନଗିରି,୨୫/୭(ଏସଏସନିଉଜ) ଲଗାଣ ବର୍ଷାରେ ମାଥିଲି ନିକଟସ୍ଥ ଗାଙ୍ଗରାଜଗୁମ୍ମା ଗ୍ରାମରେ ଏକ ବିଶାଳକାୟ ଗଛ ଉପୁଡି ପଡି ପ୍ରଫୁଲ ଆୟାଲଙ୍କ ଘର ଉପରେ ପଡିଯାଇଥିଲା ।ସୈାଭାଗ୍ୟବଶତ ଘରେ ସମସ୍ତେ ଥିଲେ ମଧ୍ୟ କାହାର କୈାଣସି କ୍ଷତି ହୋଇନାହିଁ ।ବିଶାଳକାୟ ଗଛପଡି ପ୍ରଫୁଲଙ୍କ ଘରଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ।ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘରଉପରେ ପଡିଥିବା ଗଛକୁ କାଟି ଥିଲେ। ଏହି ପରିବାର ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ବେଳେ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

- Advertisement -

Leave A Reply

Your email address will not be published.