କୁଞ୍ଜବିହାରୀ ମହାବିଦ୍ୟାଳୟର ଗର୍ବ ଓ ଗୈାରବ

0 510

ବାରଙ୍ଗ,୨୬/୮(ଏସଏସନିଉଜ)ବିହାରର ପାଟଣାଠାରେ ସେପ୍ଟେମ୍ବର ୧ ରୁ ୪ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଜୁନିଅର କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଓଡିଶା ମହିଳାଦଳରେ ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ କୁମାରୀ ଅନିତା ସେନାପତି ସାମିଲ ହୋଇ ମହାବିଦ୍ୟାଳୟକୁ ଗୌରବନିତ କରିଛନ୍ତି ।ସେ ଜଣେ ପରିଶ୍ରମୀ ଓ କ୍ରୀଡ଼ାବିତ ଅଟନ୍ତି । ସେ ଅତୀତରେ ଯୁକ୍ତ ୨ ଖୋ-ଖୋରେ ଓଡିଶା ଦଳରେ ପ୍ରତିନିଧିତ୍ବ କରିଥିବା ବେଳେ ଗତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା କବାଡି ଦଳରେ ମଧ୍ୟ ସାମିଲ ହୋଇ ଓଡିଶା ଓ ଜାତୀୟ ଆନ୍ତବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ ।ଅନିତା କୁଞବିହାରୀ କଲେଜ ପାଇଁ ଗର୍ବ ସାଜିଛନ୍ତି ବୋଲି ମହାବିଦ୍ୟାଳୟ କ୍ରୀଡା ଅଧ୍ୟାପକ ଡ଼ ପ୍ରବୀର ମହାନ୍ତି କହିଛନ୍ତି ।(ସଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.