ଆଜିର ରାଶିଫଳ

0 370

ଅମାବାସ୍ୟା ଓ ଶ୍ରୀମନ୍ଦିରେ ସପ୍ତପୁରୀ ଭୋଗ ,୨୦୨୨ ମସିହା ଅଗଷ୍ଟ ମାସ ୨୭ ତାରିଖ (ଶନିବାର)ଭାଦ୍ରବମାସ -କୃଷ୍ଣ ପକ୍ଷ ,ତିଥି-ଅମାବାସ୍ୟା ଦିବା ଘ୧/୪୬ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୩/୧୨ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୨/୩୬ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର ,ଅମାବାସ୍ୟାର ଏକୋଦିଷ୍ଟ ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ-ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛିା
ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍ମ୍ରା୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍ଫୁହଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ-ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍ପ ଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ।
ନିତୀବାଣୀ-ଜୀବନରେ ସବୁ କିଣି ପାରିବେ, କିନ୍ତୁ ଆଶୀର୍ବାଦ ଓ ଭଲପାଇବା କିଣି ପାରିବେ ନାହିଁ। ଏହା ଆପଣଙ୍କୁ କମାଇବାକୁ ପଡ଼ିଥାଏ।
✡ବାସ୍ତୁ ଟିପ୍ପଣୀ✡ସକାଳେ ଘରର ମୁଖ୍ୟ କବାଟ ଖୋଲିବା ପରେ କରନ୍ତୁ ଏହି ଛୋଟ କାମ, ଘରକୁ ଆସିବ ସୁଖ ସମୃଦ୍ଧି◆◆◆
ଆମ ଜୀଵନରେ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଅଛି । ଶାସ୍ତ୍ରରେ ମନୁଷ୍ୟର ସମସ୍ତ ବିଷୟ ସମ୍ପର୍କରେ ସୂଚନା ଦିଆ ଯାଇଥାଏ ।ବାସ୍ତୁଶାସ୍ତ୍ର ଅନୁସାରେ ଘର ତିଆରି କରିବା ଉଚିତ । ଘରେ ସୁଖ ଶାନ୍ତି ରହିବାକୁ ହେଲେ କେତେକ ଉପାୟ କରିବାକୁ ପଡିଥାଏ । ସେହିଭଳି ରହୁଥିବା ଘରର ଦ୍ୱାରର ମୁହଁର ମଧ୍ୟ ମହତ୍ୱ ରହିଛି । ଘରର ମୁଖ୍ୟ ଦ୍ୱାର ର ବହୁତ ମହତ୍ୱ ରହିଥାଏ ।ଯଦି ଘରର ଦ୍ୱାର ମୁହଁ ବାସ୍ତୁ ଅନୁଯାୟୀ ହୋଇଥାଏ ତେବେ ସେହି ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ରହିଥାଏ ଏବଂ ସେହି ଘରେ ରହୁଥିବା ଲୋକଙ୍କ ସୁଖ ସମୃଦ୍ଧି ବଢିଯାଏ । ଶାସ୍ତ୍ର ରେ ମୁଖ୍ୟ ଦ୍ୱାରକୁ ଗ୍ରହମାନଙ୍କ ଦ୍ୱାର ବୋଲି ମନାଯାଏ ।
ଭାରତୀୟ ହିନ୍ଦୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାରକୁ କଳସ,ଆମ୍ବ ପତ୍ର,ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଜାଇବାର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା ଘରର କିଛି ସମସ୍ୟା ଦୂର କରିବା ପାଇଁ ଉପାୟ । ଘରର ଦ୍ଵାର ମୁହଁରେ ଏହି ଦୁଇଟି ଉପାୟ କରିବା ଦ୍ଵାରା ଘରର ସମସ୍ୟା ଦୂର ହୋଇଯିବ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ଅନେକ ଗୁଡିଏ ଦୋଷରୁ ଦୂର କରିଥାଏ । ଯଦି ଆପଣ କିଛି ଛୋଟ ବଡ ଅସୁବିଧାକୁ ନେଇକି ଚିନ୍ତିତ ରହୁଛନ୍ତି ତେବେ କିଛି ଉପାୟ କରିବା ଦ୍ୱାରା ତାହା ଦୂର ହୋଇଯିବ ।
ଯେତେବେଳ ଆପଣ ଦ୍ୱାର ମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗା ଜଳ ଆଣିକି ଛିଞ୍ଚନ୍ତୁ । ଘରର କବାଟରେ ସ୍ୱସ୍ତିକ ଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ସ୍ୱସ୍ତିକ ଚିହ୍ନକୁ ହଳଦୀ ଓ ସିନ୍ଦୁର ଦ୍ଵାରା କରନ୍ତୁ । ଆପଣ ଏହାକୁ ସୂର‌୍ୟ୍ୟ ଉଦୟ ପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘରର ଦ୍ଵାର ମୁହଁରେ ଅଶୋକ ଓ ଆମ୍ବର ପତ୍ରକୁ ସୂତାରେ ବାନ୍ଧି ଘରର ଦୁଆର ମୁହଁରେ ଲଗାନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଘରକୁ କୈାଣସି ଖରାପ ଶକ୍ତି ପ୍ରଵେଶ କରିପାରିବ ନାହିଁ ।
ଏପରି କରିବା ଦ୍ୱାରା ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ । ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ । କେବେ ମଧ୍ୟ କାହାର କୌଣସି ଅସୁବିଧା କିମ୍ବା ଅଭାବ ରହିବ ନାହିଁ । ଅର୍ଥ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳିବ ନାହିଁ ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲ ରହିବ । ଆପଣଙ୍କ ଘର ଉପରେ କୌଣସି କୁ ଦୃଷ୍ଟି ପଡିବନାହିଁ । ଯଦି ଆପଣ ଏହି ନିୟମଗୁଡିକୁ ମାନି ଚଳିବେ ତେବେ ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁ ଦୋଷର ବିନାଶ ଘଟିବ ।
ଯଦି ଆପଣଙ୍କର ଦ୍ୱାର ସବୁ ବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟ ଦ୍ୱାର ମାଧ୍ୟମରେ ଘରକୁ ସମସ୍ତ ପ୍ରକାର ଭଲ ଶକ୍ତି ପ୍ରବେଶ କରିଥାନ୍ତି । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟ ଦ୍ୱାର ଉପରେ କେବେ ମଧ୍ୟ କୌଣସି ପ୍ରକାର ବୃକ୍ଷର ଛାଇ ପଡିବା ଉଚିତ ନୁହେଁ ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

 

 

 

 

Leave A Reply

Your email address will not be published.