ଦୁଃଖଦ ଖବର

0 307

ଭୁବନେଶ୍ୱର,୨୬/୮(ଏସଏସନିଉଜ) ସାନଝିଅର ଜନ୍ମଦିନରେ ଚଲିଗଲା ୬ଜଣଙ୍କର ଜୀବନ ।ଏହିଭଳି ଦୁଃଖଦ ଘଟଣା ହରିୟାଣାର ଅମ୍ବାଲା ନିକଟସ୍ଥ ବାଲାନା ଗ୍ରାମରେ ଘଟିଛି ।ପରିବାରର ସଦସ୍ୟମାନେ ରାତ୍ରୀ ଭୋଜନ କରି ଶୋଇଥିଲେ ଏବଂ ସକାଳେ ଉଠିନ ଥିଲେ।ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୬ ଜଣ ସଦସ୍ୟଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।ପୋଲିସ ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି । ୩୪ ବର୍ଷିୟ ପୁଅ ସୁଖବିନ୍ଦର ସିଂ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ପରିବାରର ସମସ୍ତ ସଦସ୍ୟଙ୍କୁ ବିଷ ଦେଇ ଦେଇଥିଲେ। ବନ୍ଦ ଘରୁ ପୋଲିସ ସମସ୍ତ ୬ଟି ମୃତଦେହ ଉଦ୍ଧାର କରି ବ୍ୟବଛେଦପାଇଁ ପଠାଇଛି ।ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.