୨୦୨୨ ମସିହା ସେପ୍ଟେମ୍ବର ମାସ ୧୯ ତାରିଖ (ସୋମବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ନବମୀ ସଂନ୍ଧ୍ୟା ଘ୬/୩୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୫୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୩/୧୩ ,ମିଥୁନ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ନବମୀର ସାମ୍ଭତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ ,ଲାଉ ସନ୍ଧ୍ୟା ଘ୬/୩୦ ଗତେ କଳମ ଶାଗ ଭକ୍ଷଣ ନିଷେଧ ।
ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ-ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର୍ଯ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
ମିଥୁନ-ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
କର୍କଟ-କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
ସିଂହ-କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
କନ୍ୟା-ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା-ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
ବିଛା-ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର୍ଯ୍ୟ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ-ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
ମକର-ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
କୁମ୍ଭ-ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମୀନ-ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।
ନିତୀବାଣୀ-ବେଳେବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ଏହା ସତ ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ Decision ନେବାରେ ସହାୟକ ହୋଇଥାଏ ।

ଭଗବାନ ଶିବଶଙ୍କରଙ୍କ କୃପା ଶୀଘ୍ର ପାଇବାକୁ ଚାହୁଁଥିଲେ ତାଙ୍କ ଲିଙ୍ଗ ସ୍ୱରୂପକୁ ସଠିକ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରନ୍ତୁ। ଏହି ଉପାୟରେ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।
ଆୟୁ ବୃଦ୍ଧି ପାଇଁ ଗାଈଘିଅ ଅର୍ପଣ କରନ୍ତୁ।
ବାହନ ସୁଖ ପାଇଁ ମଲ୍ଲୀଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ଶିବମନ୍ଦିରରେ ଗାଈଘିଅରେ ଦୀପ ଲଗାନ୍ତୁ।
ବେଲପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
କେସର ମିଶ୍ରିତ ଜଳ ଅର୍ପଣକଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂରହେବା ସହ ଜୀବନସୁଖମୟ ହୋଇଥାଏ।
ଶନିଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ରାଶି ଅର୍ପଣ କରନ୍ତୁ।
ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ଘର ଓ ସନ୍ତାନ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।
ଧନପ୍ରାପ୍ତି ପାଇଁ ଖିରୀରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ଓ ମନ୍ତ୍ର ଖୁବ ସହାୟକ ହୋଇଥାଏ। ଆପଣ ଜୀବନରେ ଯଦି ସମସ୍ୟା , କାର୍ୟ୍ୟରେ ବାଧା ଲାଗି ରହୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ‘ଓଁ ହନୁମନ୍ତେ ନମଃ’ ମନ୍ତ୍ର ଜପ କରନ୍ତୁ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ। ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।

ବାସ୍ତୁ ଟିପ୍ପଣୀ- ଘରର ମୁଖ୍ୟକକ୍ଷ ହେଉଛି ରୋଷେଇଘର। ରୋଷେଇଘର ବାସ୍ତୁଅନୁଯାୟୀ, ରୋଷେଇଘର ତିଆରି କରିବା ସହ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି। ଏହାକୁ ପାଳନ କରିବା ଦ୍ୱାରା ରୋଗ,ଜୀବନର ଅନେକ ସମସ୍ୟା ଓ ଧନସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ଏଭଳି କେତେକ ଜିନିଷ ରହିଛି,ଯାହାକୁ ରୋଷେଇଘରେ ରଖିବା ଉଚିତ ନୁହେଁ। ସେହି ଜିନିଷକୁ ରୋଷେଇଘରେ ରଖିବା ଦ୍ୱାରା ବାସ୍ତୁସମସ୍ୟା ସୃଷ୍ଟିହୋଇଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ସୁଖସମୃଦ୍ଧିରେ ବାଧା ଉପୁଜିଥାଏ। ଜାଣନ୍ତୁ ସେହି ଜିନିଷ ବିଷୟରେ..
ରୋଷେଇଘରେ ଅଇନା କିମ୍ବା ଅଇନା ଭଳି ଅନ୍ୟ ଜିନିଷ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ବିପରୀତ ପ୍ରଭାବ ପଡିବା ସହ ଘରେ କଳହ ଲାଗି ରହିଥାଏ।
ରୋଷେଇଘରେ ଭଙ୍ଗା ଓ ଅପରିଷ୍କାର ବାସନ ଆଦୌ ରଖନ୍ତୁନାହିଁ। ଏହାଦ୍ୱାରା ସୁଖସମୃଦ୍ଧିରେ ଓ ଧନସମ୍ପତ୍ତି ବୃଦ୍ଧିରେ ସମସ୍ୟା ହୋଇଥାଏ। ଜୀବନରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିଥାଏ।
ରୋଷେଇଘରେ ଝାଡୁ ମଧ୍ୟ ରଖନ୍ତୁ ନାହିଁ।
ରୋଷେଇଘରେ ଆଲୁମିନିୟମର ବାସନ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ଚର୍ମଜନିତ ସମସ୍ୟା ସହ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ।
ରୋଷେଇଘରେ ପିମ୍ପୁଡି, ଅସରପା, ମୂଷା ଅନ୍ୟ କୀଟ ମାରିବା ପାଇଁ ବ୍ୟବହୃତ ହେଉଥିବା ଔଷଧ ରଖନ୍ତୁ ନାହିଁ।
ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
