ଅକ୍ଟୋବର ମାସ ୦୨ ତାରିଖ ୨୦୨୬ ମସିହା (ଶୁକ୍ରବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ଦିବା ଘ୧୦/୪୬ ଗତେ ସପ୍ତମୀ,ନକ୍ଷତ୍ର- ମୄର୍ଗଶିର। ରାତ୍ରି ଘ୦୪/୦୬ ଗତେ ଆର୍ଦ୍ରା,ସୂର୍ୟୋଦୟ- ପ୍ରାତଃ ଘ୦୫/ ୪୨ /୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୩୨/୨୨,ଯୋଗିନୀ ପଶ୍ଚିମେ ଦିବା ଘ୧୦/୪୬ ଗତେ ବାୟବ୍ୟେ,ବିଛା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୄତେ ଦିବା ଘ୧୦/୪୬ ଗତେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୦୮/୪୦ ଗତେ ଘ୧୧/୩୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ମଧ୍ୟେ ଓ ଘ୦୭/୧୭ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୦୬ ଗତେ ଘ୦୩/୧୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନ।ସ୍ତି,ଅଦ୍ୟ ନିମ୍ବ ଦିବା ଘ୧୦/୪୬ଗତେ ତାଳ ଭକ୍ଷଣ ନିଷେଧ।
ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ।ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ।ବାଣୀଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତିହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ👉ଆଜି ନିଜର ଉତ୍ସାହଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟପ୍ରତି ଏକାଗ୍ର ହେବା ସରଳ ରହିବ। ଧନଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ👉ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ।ଉଚ୍ଚଅଧିକାରୀ ମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ👉ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକ ମାନଙ୍କପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ଭଲ ରହିବ।
ସିଂହ👉ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭହେବ।ସରକାରଙ୍କ ସହିତ ଧନର ବ୍ୟବହାର ସଫଳରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା👉ଆଜିରଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ।ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀ ମାନଙ୍କଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା👉ଆଜି ଧାର୍ମିକକାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ।ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ।ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା👉ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ- ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ👉 ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର👉ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ👉ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥି ମାନଙ୍କପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକକାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ👉ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ।ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ।ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।

🍃 ପୁଦିନା (Mint) 🍃
ପୁଦିନା ଏକ ପୋଷକ ତତ୍ତ୍ୱରେ ଭରପୂର ଔଷଧୀୟ ଗଛ। ଏହା ଶରୀର ସହିତ ମସ୍ତିଷ୍କ ଓ ମନର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ପୁଦିନାର ୪ଟି ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ଉପକାରିତା 🌿
🔹 ୧. ହଜମ ଶକ୍ତି ବଢ଼ାଇବାରେ ସହାୟକ।ପୁଦିନାରେ ଥିବା ମେନ୍ଥଲ୍ ପାଚନତନ୍ତ୍ରର ମାଂସପେଶୀକୁ ଆରାମ ଦେବାରେ ସହାୟତା କରେ। ଗବେଷଣା ଅନୁସାରେ, ପେପରମିଣ୍ଟ ତେଲ କେତେକ ଲୋକଙ୍କଠାରେ ପେଟ ଯନ୍ତ୍ରଣା, ପେଟ ଫୁଲିବା ଓ ଗ୍ୟାସ୍ ଭଳି IBS ସମ୍ବନ୍ଧୀୟ ଲକ୍ଷଣ କମାଇବାରେ ସହାୟକ ହୋଇପାରେ।
🔹 ୨. ମୁଖର ଦୁର୍ଗନ୍ଧ ଦୂର କରେ
ପୁଦିନାରେ ଥିବା ପ୍ରାକୃତିକ ଜୀବାଣୁନାଶକ ଗୁଣ ମୁଖର କ୍ଷତିକାରକ ଜୀବାଣୁକୁ ନିୟନ୍ତ୍ରଣରେ ସହାୟତା କରେ। ସତେଜ ପୁଦିନା ପତ୍ର ଚୋବାଇବା କିମ୍ବା ପୁଦିନା ଚା’ ପିଇବା ମୁଖକୁ ସତେଜ ରଖିବାରେ ସହାୟକ ହୋଇପାରେ।
🔹 ୩. ମସ୍ତିଷ୍କର କାର୍ଯ୍ୟକ୍ଷମତା ଓ ସତର୍କତା ବଢ଼ାଇପାରେ 🧠ଗବେଷଣାରୁ ଜଣାପଡ଼େ ଯେ ପେପରମିଣ୍ଟର ସୁଗନ୍ଧ ନେବା ମଧ୍ୟ ସ୍ମୃତି ଓ ମାନସିକ ସତର୍କତା ବଢ଼ାଇବା ସହ ଦିନବେଳର ନିଦ୍ରାଳୁପଣ କମାଇବାରେ ସହାୟକ ହୋଇପାରେ।
🔹 ୪. ପୋଷକତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ✨
ପୁଦିନା ଭିଟାମିନ୍-Aର ଏକ ଭଲ ଉତ୍ସ, ଯାହା ଆଖି ଓ ଦୃଷ୍ଟିର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର କୋଷଗୁଡ଼ିକୁ କ୍ଷତି ଓ ଅକ୍ସିଡେଟିଭ୍ ଷ୍ଟ୍ରେସ୍ରୁ ସୁରକ୍ଷା କରିବାରେ ସହାୟତା କରେ।🌿 ପ୍ରକୃତିର ଛୋଟ ଉପହାର- ପୁଦିନା, ସ୍ୱାସ୍ଥ୍ୟ ପାଇଁ ଏକ ସତେଜ ସାଥୀ। 🌿
