ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ (ବୁଧବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା ରାତ୍ରି ଘ୯/୩୩ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୨୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୪/୪୫ ,କର୍କଟରାଶିର ଘାତବାର ,ତୃତୀୟାର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ .ପୋଟଳ ଭକ୍ଷଣ ନିଷେଧ ।
ମେଷ-ଦିନଟି ଆପଣଙ୍କଲାଗି ଉତ୍ତମ ରହିବ। ଆପଣଙ୍କଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶଯିବା ଲୋକ ଶୁଭଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।
ବୃଷ-ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ-ଆଜି କିଛି ନୂଆ ଅନୁଭବ କରି‌ବେ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସିଂହ-ମାଆଦୁର୍ଗାଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟପ୍ରତି ଟିକେ ଧ୍ୟାନ ଦିଅନ୍ତୁ।
କନ୍ୟା-ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା-ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।
ଧନୁ-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।
କୁମ୍ଭ-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ମୀନ-ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନକ୍ଷେତ୍ରରେ ଜ୍ଞାନଅର୍ଜନ କରିବାକୁ ପ୍ରୟାସକରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସିଖବର ମିଳିବ।
ନିତୀବାଣୀ-ସମୟ, ସମ୍ପର୍କ , ସାଙ୍ଗ ଆଉ ସ୍ବାସ୍ଥ୍ୟର ଜବଗ୍ଧର ଲେଖା ନଥାଏ, କିନ୍ତୁ ହରାଇବା ପରେ ଏ ସବୁରValue ଜଣା ପଡ଼ିଥାଏ ।
ବାସ୍ତୁଟିପ୍ପଣୀ-ଜାଣିଛନ୍ତି କି ପୂଜାରେ କାହିଁକି ବ୍ୟବହାର ହୁଏ ଗୋଗୁଳ ଧୂପ, ଜାଣନ୍ତୁ ଏହାର ଚମତ୍କାରିତା ଗୁଣ ବିଷୟରେ…
ପ୍ରତ୍ୟେକ ହିନ୍ଦୁ ପରିବାରରେ ଦୈନନ୍ଦିନ ପୂଜାରେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହୃତ ହୁଏ । ଏହା ସହିତ ଅନେକ ପ୍ରକାରର ସୁଗନ୍ଧିତ ଧୂପଦୀପ ମଧ୍ୟ ଜଳାଯାଏ । ନବରାତ୍ରୀ ମହୋତ୍ସବ ଯେତିକି ପାଖେଇ ଆସୁଛି ବଜାରରେ ସେମାନଙ୍କର ଚାହିଦାବୃଦ୍ଧି ପାଇଛି। । ଏହାର କାରଣ ହେଉଛି ଯେ ଏକ ଶୁଦ୍ଧ ଏବଂ ସୁଗନ୍ଧିତ ପରିବେଶରେ ପ୍ରଭୁ ଶୀଘ୍ର ତାଙ୍କ ଭକ୍ତମାନଙ୍କର ଇଚ୍ଛା ପୂରଣ କରନ୍ତି । କିନ୍ତୁ ଏସବୁ ଭିତରେ ଗୋଗୁଳ ଧୂପର ଅଧିକ ମହତ୍ୱ ରହିଛି । ଗୋଗୁଳ ଧୂପ କେବଳ ବାୟୁମଣ୍ଡଳକୁ ସୁଗନ୍ଧିତ କରେ ନାହିଁ, ବରଂ ଏହାର ବହୁ ଔଷଧୀୟ ଗୁଣ ମଧ୍ୟରହିଛି । ତେବେ ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ ବିଷୟରେ-
ଚାପରୁ ମୁକ୍ତି ପ୍ରଦାନ କରେ:ଗୋଗୁଳଧୂପ;- ଜଳାଇବାର ଅନେକ ଲାଭ ଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏହା ପରିବାରରେ ସୃଷ୍ଟି ହେଉଥିବା ଟେନସନକୁ ହ୍ରାସ କରିଥାଏ । ଏହା ମଧ୍ୟ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସୃଷ୍ଟି ହେଉଥିବା ବିଭେଦକୁ ଦୂର କରିଥାଏ ।
ନକାରାତ୍ମକତାକୁ ଦୂରରେ ରଖିଥାଏ:-ଘରେ ଗୋଗୁଳ ଧୂପ ଜାଳିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ରହିଥାଏ । ଜ୍ୟୋତିଷ ଶାସ୍ତ୍ରରେ ପ୍ରତିକାର ସ୍ୱରୂପ କୁହାଯାଇଛି ଯେ, ଘରେ ଗୋଗୁଳ ଧୂପ ୭ ଦିନ ପର‌୍ୟ୍ୟନ୍ତ ଲଗାଇବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ପଳାଇଯାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ।
ଅନେକ ପ୍ରକାରର ତ୍ରୁଟିରୁ ମୁକ୍ତି ପାଇବେ:-ଅନେକ ଥର ରାଶିଫଳର ଯେ କୌଣସି ଗ୍ରହ ହେତୁ ବସ୍ତୁ ଦୋଷ ଉତ୍ପନ୍ନ ହୁଏ । ଯେଉଁ କାରଣରୁ ଅନେକ ପ୍ରକାରର ବିଫଳତା ଘଟେ । ଏହି ପରିସ୍ଥିତିରେ ଗୋଗୁଳ ଧୂପର କିଛି ପ୍ରୟୋଗ କରିବା ଦ୍ୱାରା ଅନେକ ପ୍ରକାରର ସମସ୍ୟାର ସମାଧାନ ହେବ ।
ରୋଗରୁ ରକ୍ଷା କରେ:-ଗୋଗୁଳ କେବଳ ଜ୍ୟୋତିଷ ଗୁଣରେ ପରିପୂର୍ଣ୍ଣ ନୁହେଁ ବରଂ ଏହାର ଔଷଧୀୟ ଗୁଣ ମଧ୍ୟ ଅଛି, ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ । ବର୍ଷା ଋତୁରେ ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକ ପ୍ରକାରର କ୍ଷତିକାରକ ଜୀବାଣୁ ବିସ୍ତାର ହୁଏ ନାହିଁ ଏବଂ ବାୟୁରେ ଥିବା ଜୀବାଣୁ ମଧ୍ୟ ଏହା ଦ୍ୱାରା ନଷ୍ଟ ହୋଇଯାଏ । ମାନସିକ ଥକାପଣ ଦୂର କରିବାରେ ଏହା ମଧ୍ୟ ଉପଯୋଗୀ ।ଆଜିର ଦିନଟି ମଙ୍ଗଳମୟ ହେଉା

ବାସ୍ତୁ ଉପାୟ ଓ ବୈବାହିକ ଜୀବନ-ଶୟନକକ୍ଷରେ ନିଜ ବିବାହସମୟର ଫଟୋ ଲଗାନ୍ତୁ। ଏହାଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ ଭଲପାଇବା ବୃଦ୍ଧିହେବା ସହ ବୈବାହିକଜୀବନ ସୁଖମୟ ହୋଇଥାଏ।ପତିପତ୍ନୀ ଏକତ୍ରିତ ହସୁଥିବାଚିତ୍ର ମଧ୍ୟ ଘରେ ନିଶ୍ଚୟଲଗାନ୍ତୁ।ମାତାପିତା, ଭାଇଭଉଣୀଙ୍କଫଟୋ ଘରର ଉତ୍ତରଦିଗ ରେ ଲଗାଇଲେ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।ପରିବାର ଯେଉଁସଦସ୍ୟଙ୍କ ମୃତ୍ୟୁ ହୋଇ ଯାଇଛି ତାଙ୍କଫଟୋ ଦକ୍ଷିଣକାନ୍ଥରେ ଲଗାନ୍ତୁ।ଘରର ଭୋଜନକକ୍ଷରେ ସମଗ୍ର ପରିବାରସଦସ୍ୟଙ୍କ ଏକତ୍ରିତ ଫଟୋ ଲଗାନ୍ତୁ। ଏହାଦ୍ୱାରା ପରିବାରସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ।
କେବଳ ଗୋଲାପ କିମ୍ବା ଧଳାରଙ୍ଗର ଫୁଲ କିଣନ୍ତୁ। ।ଶୟନକକ୍ଷରେ ସର୍ବଦା ପୂର୍ବଦିଗକୁ ମୁହଁକରି ଶୁଅନ୍ତୁ।
ଶୁକ୍ରବାରଦିନ ସୁଗନ୍ଧିତ ଅତରକୁ ମାଲକ୍ଷ୍ମ ନାରାୟଣକୁ ଅର୍ପଣ କରି ତାହାକୁ ନିଜେ ବ୍ୟବହାର କରନ୍ତୁ।ଶୁକ୍ରବାରଦିନ ମାଲକ୍ଷ୍ମୀ କିମ୍ବା ମାଦୁର୍ଗାଙ୍କୁ ଧଳାରଙ୍ଗର ମିଠା ଭୋଗ କରନ୍ତୁ।ଏହାପରେ ସେହି ଭୋଗକୁ ସ୍ୱାମୀ ସ୍ତ୍ରୀ ଖାଆନ୍ତୁ।ଶୁକ୍ରବାରଦିନ ଖଟାଜାତୀୟ ଦ୍ରବ୍ୟ ଖାଆନ୍ତୁ ନାହିଁ।
ପତ୍ନୀ ନିଜ ବାପଘରୁ ଆଣିଥିବା ଖଟକୁ ଶୋଇବା ପାଇଁ ବ୍ୟବହାର କରିବା ଉଚିତ। ଶାଶୁଘରର ପୂର୍ବରୁ ଥିବା ପୁରୁଣାଖଟ ବ୍ୟବହାର କରନ୍ତୁ ନାହିଁ।ଶୟନକକ୍ଷରେ ପଲଙ୍କ ସମ୍ମୁଖରେ ଆଇନା ରଖନ୍ତୁ ନାହିଁ। ପଲଙ୍କସମ୍ମୁଖରେ ଆଇନା ରହିବାଦ୍ୱାରା ଆପଣ ସର୍ବଦା ଚିନ୍ତାଗ୍ରସ୍ତ ରହିବେ।
ଶୟନକକ୍ଷରେ ଝରକାସମ୍ମୁଖରେ ଆଇନା ରହିବାଦ୍ୱାରା, ଆଇନାଉପରେ ରଶ୍ମିପ୍ରତିଫଳିତ ହୋଇ ଆପଣଙ୍କ ଉପରେ ପଡ଼ିଥାଏ। ଏହା ଆପଣଙ୍କ ଜୀବନରେ କୁପ୍ରଭାବ ପକାଇଥାଏ।ଶୟନକକ୍ଷରେ ବସିବାପାଇଁ ଟେବୁଲ ଓ ଚ୍ୟାୟାରର ଆକାର ଅର୍ଦ୍ଧଚନ୍ଦ୍ରାକାର , ବୃତ୍ତାକାର ହେବା ଉଚିତ ନୁହେଁ। ଏପରି ହେବାଦ୍ୱାରା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହେନାହିଁ।ଶୟନକକ୍ଷରେ ଏପରି ସ୍ଥାନରେ ଲାଇନ ଲଗାନ୍ତୁ ଯେପରି, ଏହା ସିଧାସଳଖ ପଲଙ୍କଉପରେ ନପଡ଼ୁଥିବ। ପଲଙ୍କର ବାମପଟେ ପଡ଼ିବାଦ୍ୱାରା ଶୁଭଫଳ ପ୍ରାପ୍ତିହୋଇଥାଏ।ଶୟନକକ୍ଷରେ ଝରକା ନିଶ୍ଚୟ ରଖନ୍ତୁ। କାରଣ କକ୍ଷରେ ପ୍ରତିଦିନ ସୂର୍ୟ୍ୟାଲୋକ ପଡ଼ିବା ନିତ୍ୟାନ୍ତ ଆବଶ୍ୟକ। ଏପରି ହେବ ଦ୍ୱାରା ଶୟନକକ୍ଷରେ ସର୍ବଦା ସକରାତ୍ମକଶକ୍ତି ରହିଥାଏ।ଶୋଇବାସମୟରେ ପାଦ କକ୍ଷର ଦରଜା ସମ୍ମୁଖକୁ କରନ୍ତୁ ନାହିଁ।ଶୟନକକ୍ଷରେ ଦରଜାର ଅତି ନିକଟରେ ପଲଙ୍କ ରଖନ୍ତୁ ନାହିଁ। ପଲଙ୍କ ଦରଜାର ନିକଟରେ ରହିବା ଦ୍ୱାରା ଦମ୍ପତ୍ତିଙ୍କ ମନରେ ଅଶାନ୍ତି ରହିଥାଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.