ବାଲେଶ୍ୱର,୨୮।୯(ଏସଏସନିଉଜ) ରାଜ୍ୟରେ ଏବେ ବନ୍ୟା ବିଭୀଷିକାର ଭୟ ଦେଖାଦେଇଛି।ରାସ୍ତାଘାଟ ସବୁ ବୁଡି ଯାଇ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି।ଏହାରି ଭିତରେବିଭାହେବାପାଇ ଦେଶୀଡଙ୍ଗାରେ କନ୍ୟା ଘରକୁ ଆସିଛନ୍ତି ବାଲେଶ୍ୱର ଭୋଗରାଇର ଜୈନିକ ଯୁବକ ହେମନ୍ତ ପାତ୍ର ।ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି।ବିବାହ ଦିନବରବେଶରେ ମାତ୍ର କେଇ ଜଣ ଆତ୍ମୀୟଙ୍କ ସହ ବିବାହ ମଣ୍ଡପରେ ପହଞ୍ଚି ସମସ୍ତଙ୍କ ନଜରକୁ ଆସିଛନ୍ତି।
ଆଜି ବାହାଘର ଥିଲା ତ ହଠାତ ସୁବର୍ଣ୍ଣରେଖାର ନଦୀରେ ବନ୍ୟା ଆସିଗଲା । ଆମେ ସବୁ ପ୍ରକାର ବାଜା, ଡିଜେ ଆଦି ପ୍ରସ୍ତୁତି କରିଥିଲୁ।ଯେହେତୁ ପୂର୍ବରୁ ବିବାହ ତାରିଖ ନିର୍ଦ୍ଧାରିତ ହୋଇଯାଇଥିଲା ତେଣୁ ଅନ୍ୟ ଉପାୟ ନପାଇ ଡଙ୍ଗାରେ ଆସିବାକୁ ପଡିଲା ବୋଲି ବର ହେମନ୍ତ ପାତ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି।
Prev Post
Next Post
