ଆସିପାରିଲାନି ଆମ୍ବୁଲାନ୍ସ , ରିକ୍ସାରେ ଗଲେ ରୋଗୀ

ବାଲେଶ୍ବର,୨୮।୯(ଏସଏସନିଉଜ)ବନ୍ୟାରେ ବାଲେଶ୍ୱର ଜିଲ୍ଲାର ରାସ୍ତାଘାଟ ଜଳମଗ୍ନ ହୋଇଯାତାୟାତରେ ବାଧକ ସାଜିଛି।ଏହିଭଳି ସ୍ଥିତିରେ ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ଆସି ପାରିନଥିଲା।ଶେଷରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ରିକ୍ସାରେ ବୋହି ହସ୍ପିଟାଲ ନେବାକୁ ପଡ଼ିଛି । ଏହିଭଳି ଘଟଣା ଭୋଗରାଇ ବ୍ଲକ ନହରା ପଞ୍ଚାୟତ ମୁଣ୍ଢମାରୀ ଗାଁରେ ଦେଖିବାକୁ ମିଳିଛି ।
ପ୍ରକାଶ ଯେ,ଗୀତାଞ୍ଜଳି ଧଳ ନାମକ ମହିଳା ବନ୍ଧୁଘର ମୁଣ୍ଢମାରୀ ଗାଁର ରାମହରି ସେଠୀଙ୍କ ଘରକୁ ଆସିଥିଲେ । ଏହା ଭିତରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବାରୁ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଥିଲା । ଯାହାଫଳରେ ସେ ନିଜ ଘରକୁ ଫେରିପାରିନଥିଲେ । ଆଜି ହଠାତ୍ ସେ ଅସୁସ୍ଥ ହୋଇ ତଳେ ପଡ଼ିଯିବାରୁ ପରିବାର ଲୋକ ଚିକିସା ପାଇ ତାଙ୍କୁ ହସ୍ପିଟାଲ ନେବାକୁ ପଡ଼ିଥିଲା।ଆମ୍ବୁଲାନ୍ସ ଆସିନପରିବାରୁ ବାଧ୍ୟ ହୋଇ ରୋଗୀଙ୍କୁ ରିକ୍ସା ଯୋଗେ ପାଣି ଭିତର ଦେଇ ପ୍ରାୟ ୪ କିଲୋ ମିଟର କମର୍ଦ୍ଦା ମେଡିକାଲକୁ ନେଇଥିଲେ।

- Advertisement -

Leave A Reply

Your email address will not be published.