ଆଜିର ରାଶିଫଳ

0 326

ନତଃପଞ୍ଚମୀ ଓ ଶ୍ରୀବିରଜାଦେବୀଙ୍କ ପଞ୍ଚମୀହୋମ ,୨୦୨୨ ମସିହା ସେପ୍ଟେମ୍ବରମାସ ୩୦ତାରିଖ (ଶୁକ୍ରବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ରାତ୍ରି ଘ୧୦/୩୦ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ନକ୍ଷତ୍ର-ବିଶାଖା ପ୍ରାତଃ ଘ୫/୫୪ ପର୍ୟ୍ଯନ୍ତ ତଦନ୍ତେ ଅନୁରାଧା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୪୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୨/୫୧ ,ବିଛା, ଧନୁ ଓ ମୀନ ରାଶି ର ଘାତବାର ,ପଞ୍ଚମୀର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ.ବେଲ ଭକ୍ଷଣ ନିଷେଧ।

ମେଷ:-ଅର୍ଥପ୍ରାପ୍ତି ହେବା ସହ ବ୍ୟବସାୟବାଣିଜ୍ୟରେ ଲାଲାଭବାନ ହେବେ ।ସାଙ୍ଗଠନିକକାର୍ଯ୍ୟର ମୂଖ୍ୟ ଦାୟିତ୍ଵ ନେବେ।କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାମିଳିବ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।
ପ୍ରତିକାର-ପିତାମାତାଙ୍କ ପାଦସ୍ପର୍ଶ କରି ପ୍ରଣାମକରି କାର୍ଯ୍ୟକରନ୍ତୁ।
ବୃଷ:-ଶାରୀରିକପୀଡା,ମାନସିକଦୁଶ୍ଚିନ୍ତା ପାରିବାରିକକଳହ ମନକୁ ଭାରାକ୍ରାନ୍ତ କରାଇବ ।ଜମିଜମା ସମସ୍ୟା ଦେଖାଦେବ ।ଆୟଅପେକ୍ଷା ବ୍ୟୟ ଅଧିକହେବ ।ଯାତ୍ରାଜନିତ କ୍ଳାନ୍ତି ଅନୁଭବକରିବେ ।ସନ୍ତାନସନ୍ତତିମାନଙ୍କ ପାଇଁ ଚିନ୍ତିତ ହେବେ ।
ପ୍ରତିକାର-ଲକ୍ଷ୍ମୀନାରାୟଣଙ୍କ ପାଖରେ ଘିଅଦୀପଟିଏ ଜାଳନ୍ତୁ ।
ମିଥୁନ:-ପ୍ରତେକଟିକାର୍ଯ୍ୟରେ ସିଦ୍ଧିଲାଭ କରିବେ ।ମହିଳାମାନେ ନିଜପରିବାରରେ ପ୍ରଶଂସନୀୟ ହେବେ ।ଶତୃମାନେ ପରାଜିତ ହେବେ ।ବ୍ୟବସାୟରେ ପୂର୍ବଅପେକ୍ଷା ଆୟବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ ।
ପ୍ରତିକାର-କୈ।ଣସିଧାର୍ମିକ ଅନୁଷ୍ଠାନରେ କିଛିମିଷ୍ଟାନ୍ନ ଦାନ କରନ୍ତୁ।କଉଡ଼ିଟିଏ ନିଜ ପାଖରେ ରଖନ୍ତୁ।
କର୍କଟ:-ବହୁଦିନରଆଶା ଅଭିଳାଷ ପୁରଣହେବ ।ଧନମାନସମ୍ମାନ ମିଳିବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ ।ଦେହମନ ସୁସ୍ଥରହିବ ।ବକେୟା ଅର୍ଥ ହସ୍ତଗତ ହେବ । ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି ।
ପ୍ରତିକାର-ପାଞ୍ଚୋଟି ତ୍ରିଶାଖା ବେଲପତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗରେ ଚଢାନ୍ତୁ।
ସିଂହ:-ବାଦାନୁବାଦ ଭିତରେ ଗତିକରିବେ ।କର୍ମକ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ।ଶାରୀରିକ ଓ ମାନସିକପୀଡା ଅନୁଭବ କରିବେ ।ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ହେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।
ପ୍ରତିକାର-ରୁଟିରେ ଗୁଡ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।
କନ୍ୟା:-ଗୁପ୍ତଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ ।ନିଜର ଲୋକମାନେ ବିରୁଦ୍ଧା ଚରଣ କରିବେ ।ଦାମ୍ପତ୍ୟଜୀବନରେ ଭୁଲ ବୁଝାମଣା ଦେଖାଦେବ ।ମହିଳାମାନେ ସମାଲୋଚିତ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ମାଲିମକଦମାରେ ଜଡିତ ହୋଇପାରନ୍ତି ।
ପ୍ରତିକାର-ସାତୋଟି ଲାଲ୍ ମନ୍ଦାର ଗ୍ରାମଦେବତୀଙ୍କୁ ଚଢାନ୍ତୁ।
ତୁଳା:-ପାରିବାରିକଜୀବନ ସୁଖମୟ ହେବ ।ପିତାମାତା ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ ।କର୍ମକ୍ଷେତ୍ରରେ ପ୍ରଶଂସିତ ହେବୋ ସଞ୍ଚିତଅର୍ଥ ବୃଦ୍ଧି ଘଟିବ ।ଶତୃମାନେ ପରାଜୟ ହେବ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ
ପ୍ରତିକାର-ନୀଳରଙ୍ଗର ରୁମାଟିଏ ଆଜି ନିଜ ପାଖରେ ରଖନ୍ତୁ।
ବିଛା:-ଦେହମନ ସୁସ୍ଥରହିବ ।ଆର୍ଥିକଉନ୍ନତି ପରିଲକ୍ଷିତ ହେବ ।ବସ୍ତ୍ରଆଭୁଷଣ ମିଳିବାର ସମ୍ଭାବନା ଅଛି ।ପୂର୍ବର ସମସ୍ୟା ଓ ପ୍ରତିବନ୍ଧକ ଦୂରହେବ ।ନୂତନପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ ।ଦୂରଯାତ୍ରା କରିପାରନ୍ତି ।
ପ୍ରତିକାର-ତୁଳସୀବୃକ୍ଷମୂଳରେ ଜଳ ପ୍ରଦାନ କରନ୍ତୁ ,ତୁଳସୀମୂଳର ମାଟି ମଥାରେଲଗାନ୍ତୁ।
ଧନୁ:-ଆୟଅପେକ୍ଷା ବ୍ୟୟ ଅଧିକହେବ ।ସାମାନ୍ୟଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖାଦେବ ।ପାରିବାରିକଜୀବନରେ ଭୁଲ ବୁଝାମଣା ଦେଖା ଦେବ।ବ୍ୟବସାୟରେ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
ପ୍ରତିକାର-ଅଶ୍ୱତ୍ଥ ବୃକ୍ଷମୂଳରେ କଞ୍ଚାକ୍ଷୀରରେ କଳାରାଶିମିଶାଇ ଢାଳନ୍ତୁ ଓ ସେବୃକ୍ଷକୁ ସାତଥର ପ୍ରଦକ୍ଷିଣ କରନ୍ତୁ।
ମକର:-ଯଗିରଖି ଚଳନ୍ତୁ ,ଶାରୀରିକପୀଡା ଅନୁଭବ କରିବେ ।ଦାମ୍ପତ୍ୟଜୀବନରେ ଭୁଲ ବୁଝାମଣା ଦେଖାଦେବ ।ସ୍ଥାନାନ୍ତରହେବାର ସମ୍ଭାବନା ରହିଛି। ।ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ପାଇବେ ନାହିଁ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନଯୋଗି ହେବେ ।
ପ୍ରତିକାର-ଗରିବଅସହାୟ ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦିଅନ୍ତୁ
କୁମ୍ଭ:-ଅର୍ଥ ଓ ସମ୍ମାନ ମିଳିବ ।କାର୍ଯ୍ୟକ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧିପାଇବ ।ଉଚ୍ଚଆଶା ପୁରଣ ହେବ ।ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭକରିବେ । ନ୍ୟାୟାଳୟରେ ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
ପ୍ରତିକାର-କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।
ମୀନ:-କର୍ଥାବାର୍ତ୍ତାରେ ସଂଯମତା ରକ୍ଷାକରନ୍ତୁ ।ଛୋଟଛୋଟ କଥାକୁ ନେଇ ବାଦ ବିବାଦ ଦେଖାଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ଧନହାନୀ ପ୍ରାଣପୀଡାର ଭୟରହିଛି ।ଦ୍ରବ୍ୟନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।ସ୍ଥଗିତକାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ
ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ନୀତିବାଣୀ-କିଛିଲୋକ ଭୁଲନକରି ବି କ୍ଷମାମାଗିଥାନ୍ତି,ଏହାରମାନେ ନୁହେଁ କି ସେମାନଙ୍କୁ ପ୍ରତିବାଦ କରିଆସେ ନାହିଁ।ସେମାନଙ୍କ ଆଖିରେ ଗୋଟିଏ ଲକ୍ଷ୍ୟଥାଏ ସମ୍ପର୍କଟି ଯେମିତି ଭାଙ୍ଗିନଯାଉ।
ବାସ୍ତୁଟିପ୍ପଣୀ-ବାରମ୍ବାର ସ୍ବପ୍ନ ଦେଖି ଡରିଉଠି ପଡ଼ୁଛନ୍ତି କି ? ଏହି ଉପାୟକଲେ ଆଉ ସ୍ବପ୍ନ ଦେଖିବେନାହିଁ 
ସ୍ୱପ୍ନ ବଡ଼ବିଚିତ୍ର ହୋଇଥାଏ ।ଏହା କାହାର ଅଧୀନରେନଥାଏ । ଏହା କେତେବେଳେ ଆସିବ କହିକରି ଆସିନଥାଏ । କିଛିସ୍ୱପ୍ନ ନିଦରୁ ଉଠିବାପରେ ମନେରହିଥାଏ ତ କିଛିସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେକେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ ।ଫଳରେ ବ୍ୟକ୍ତି ଶୋଇପାରିନଥାଏ । ଛୋଟପିଲାଙ୍କୁ ଯଦି ଖରା_ ସ୍ୱପ୍ନଆସେ ସେମାନେ ହଡବଡଭାବେ ନିଦରୁ ଉଠିପଡ଼ିଥାନ୍ତି ।ତେଣୁ ଆଜି ଆସନ୍ତୁଜାଣିବା ଖରାପସ୍ୱପ୍ନ ଦେଖିବାରୁ କିପରି ପାଇବେମୁକ୍ତି:-
ଜ୍ୟୋତିଷଶାସ୍ତ୍ର ଅନୁସାରେ ଆପଣଙ୍କ ଆଖପାଖରେ ଯଦି ନକରାତ୍ମକଶକ୍ତି ରହିଥାଏ,ତେବେ ଭୟଙ୍କର ସ୍ୱପ୍ନ ଦେଖି ପାରନ୍ତି । ଏମିତିରେ ରାତିରେଶୋଇବା ସମୟରେ ଘରେ କର୍ପୁର ଜଳାଇ ତାରଧୂଆଁ ଦିଅନ୍ତୁ ।
ଯଦି ଆପଣଙ୍କସନ୍ତାନ ରାତିରେ ଭୟଭୀତ ହୋଇ ନିଦରୁ ଅଚାନକ ଉଠିପଡ଼ନ୍ତି, ତେବେ ପ୍ରତିମଙ୍ଗଳବାର କିମ୍ବା ଶନିବାରଦିନ ଫିଟିକିରିର ଏକଖଣ୍ଡ ଶୋଇବାବେଳେ ପିଲାର ମୁଣ୍ଡତଳେ ରଖିଦିଅନ୍ତୁ । କୁହାଯାଏ ଏହାଦ୍ୱାରା ଭୟଙ୍କର ସ୍ୱପ୍ନ ଆସିନଥାଏ ।
ଏହାଛଡ଼ା ଭୟଙ୍କରସ୍ୱପ୍ନରୁ ମୁକ୍ତିପାଇବା ପାଇଁ ରାତିରେ ଶୋଇବାପୂର୍ବରୁ ନିଜର ବିଛଣାତଳେ ଏକ କଳା ରଂଗର କପଡାରେ ଖଣ୍ଡେ ଫିଟିକିରି ବାନ୍ଧିରଖନ୍ତୁ ।ଏଥିରୁ ମୁକ୍ତି ମିଳିବ ।ଆଜିର ଦିନଟି ମଙ୍ଗଳମୟ ହେଉ 

Leave A Reply

Your email address will not be published.