ଭୁବନେଶ୍ୱର,୧୨/୧୦(ଡିଏନଏ) ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀଘୋଷଣା କରିବ ବିଜେଡ଼ି। ପ୍ରାର୍ଥୀଙ୍କନାମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆଜିନାଁ ଘୋଷଣାକରିବେ ଦଳରସଭାପତି ତଥା ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ। ବଡ଼ବ୍ୟବଧାନରେ ବିଜୟପାଇଁ ବ୍ଲୁପ୍ରିଣ୍ଟ କରିଛି ଶାସକ ଦଳ ।ତେବେ ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି କଂଗ୍ରେସପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା କରିଛି ଏଆଇସିସି ।ବିଧାୟକ ବିଷ୍ଣୁସେଠୀଙ୍କ ମୃତ୍ୟୁପରେ ଏହି ଆସନଟି ଖାଲିପଡିଥିଲା । ଉପନିର୍ବାଚନ ପାଇଁ ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ଓ ନଭେମ୍ବର ୩ରେ ହେବ ମତଦାନ ।
