ରାୟଗଡ଼ା,୮/୧୧(ଏସଏସନିଉଜ) ପୂର୍ଣ୍ଣମୀରେ ପିଶାଚ ପାଲଟିଯାଇଥିଲା ସ୍ୱାମୀ । ପାରିବାରିକ କଳହ କାରଣରୁ କଲ୍ୟାଣସିଂହପୁର ବ୍ଳକ କତାଗୁଡା ଗ୍ରାମର ହରିଜନ ସାହିରେ ସ୍ବାମୀ ନୀଳକଣ୍ଠକୌଶଲ୍ୟା (୪୨) ସ୍ତ୍ରୀ ରାଧାକୌଶଲ୍ୟା(୩୬)ଙ୍କୁ ଟାଙ୍ଗିଆରେ ହାଣି ଦେଇଥିବା ଶଶୁରଘରଲୋକ ଅଭିଯୋଗ କରିଛନ୍ତି। ଗତକାଲିସନ୍ଧ୍ୟାରେ କାର୍ତ୍ତିକପୂର୍ଣ୍ଣିମା ଯୋଗୁଁ ନିଜଘରକୁ ଯିବାକହି ସ୍ତ୍ରୀଙ୍କୁ ଆଣିବାପାଇଁ ଶଶୁର ଘରକୁ ଯାଇଥିଲା ନୀଳକଣ୍ଠ।ଶଶୁରଘରଲୋକେ ମନାକରିଥିଲେ ବି ଜୋରକରି ନେଇ ଆସିଥିଲା ସ୍ବାମୀ। ଖବରପାଇ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖିଛି ।