୨୦୨୨ ମସିହା ନଭେମ୍ବର ମାସ ୦୯ ତାରିଖ (ବୁଧବାର)ମାର୍ଗଶୀର ମାସ-କୃଷ୍ଣପକ୍ଷ ,ତିଥି-ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୫୫/୨୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୫/୪୧ ,କର୍କଟରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣି କଖାରୁ ଦିବା ଘ୫/୩ ଗତେ ବୃହତୀବୋଇତି କଖାରୁ ଭକ୍ଷଣ ନିଷେଧ ।
ମେଷ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ସମସ୍ୟାର ସରଳ ସମାଧାନପୂର୍ବକ ପ୍ରତ୍ୟେକକାର୍ଯ୍ୟକୁ ଯଥାସମୟରେ ସମ୍ପନ୍ନ କରିପାରନ୍ତି । ପୂର୍ବାଲୋଚନା ଅନୁଯାୟୀ ବନ୍ଧୁକଥା ମାନିକାମକଲେ ସୁବିଧାରେ କାର୍ଯ୍ୟହୋଇଯିବ ।
ବୃଷ-ଆକସ୍ମିକ ବହୁତଟଙ୍କା ଖର୍ଚ୍ଚକରିଥିବା କାରଣରୁ ଆଜି ହଠାତ୍ ଆବଶ୍ୟକତା ପୂରଣକରିବା ସକାଶେ ଧାର କରିବାକୁ ପଡିବ । ଆଜିର କର୍ମକ୍ଷେତ୍ରରେ କ୍ଳାନ୍ତି ଅନୁଭବ କରିବେ ।
ମିଥୁନ-କର୍ମକ୍ଷେତ୍ରରେ ଦୃଢ ପଦକ୍ଷପନେଇ ପ୍ରତ୍ୟେକକାମକୁ ସହଜରେ ସମାପନ କରିପାରିବେ ।ବନ୍ଧୁଙ୍କ ପାଖରେ ବହୁତ ଦିନରୁ ରହିଥିବାଟଙ୍କା ଫେରିପାଇବେ । ଦେହ ଭଲରହିଲେ ମଧ୍ୟ ସାମୟିକ ମୁଣ୍ଡବ୍ୟଥା ରହିବ ।
କର୍କଟ-ଆଜି ରାହୁଙ୍କନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ବିଭିନ୍ନସମସ୍ୟା ନେଇ ମାନସିକସ୍ଥିତି ଭଲରହିବ । ଛୋଟକଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତର ସୃଷ୍ଟିହେବ ।
ସିଂହ-ଆଜି ସକାଳୁସକାଳୁ ହଠାତ୍ ବନ୍ଧୁଙ୍କ ଡାକରାପାଇ ଦୂରଯାତ୍ରା କରିବାକୁପଡିପାରେ । ଆବଶ୍ୟକତାପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତହେବେ । ପରିବାରରେ କୌଣସିସଦସ୍ୟଙ୍କ ସ୍ୱାସ୍ଥ୍ୟସମସ୍ୟାଯୋଗୁ ମାନସିକସ୍ତରରେ ବିଚଳିତ ହେବେ ।
କନ୍ୟା-ପରିସ୍ଥିତି ସହ ଟକ୍କରଦେଇ ଚେଷ୍ଟା ଅବ୍ୟାହତରଖିଲେ ସଫଳତାପାଇବେ । ଯେମିତି ଚିନ୍ତାକରୁଛନ୍ତି,ସେହି ପରିକଲେ ସବୁ ଠିକହୋଇଯିବ । ଆଲୋଚନାମଝିରେ ଜଣେବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡା ଲାଗିପାରେ ।
ତୁଳା-ବହୁ ବିଳମ୍ବସତ୍ତ୍ୱେ କାମଗୁଡିକ ଠିକ୍ଭାବରେ ସମ୍ପନ୍ନନହେବାରୁ ମାନସିକସ୍ତରରେ ସନ୍ତୁଷ୍ଟ ହୋଇପାରିବେନାହିଁ ।ଜଣାଶୁଣାବ୍ୟକ୍ତିଙ୍କ ସହାୟତାରେ ବ୍ୟବସାୟ, ପରିବହନ ଓ ବାଣିଜ୍ୟକ୍ଷେତ୍ରରେ ସମସ୍ୟାଦୂରହେବ ।
ବିଛା-ଆଜି ବିଶେଷକିଛି ଅସୁବିଧା ନଥିଲେମଧ୍ୟ କର୍ମକ୍ଷେତ୍ରରେ କୌଣସିକାରଣକୁ ନେଇ ଟେନ୍ସନ ଲାଗିରହିବ । ଆଖି ନଦେଖା କଥାକୁ ବିଶ୍ୱାସକରି ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ ।
ଧନୁ-ସମସ୍ୟା ଲାଗିରହିଥିଲେମଧ୍ୟ ଆପଣଙ୍କର କୌଣସିକାମ ଅଟକିନାହିଁ । ଆର୍ଥିକସ୍ଥିତି ମଜଭୁତରହିବ ଏବଂ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ ।
ମକର-ରାଶିରେ କେତୁରହିଥିବାରୁ ଠିକ୍ ନିଷ୍ପତ୍ତି ନେଇପାରିବେନାହିଁ । ସାଧାରଣକଥାକୁ କେନ୍ଦ୍ରକରି ସମ୍ପର୍କୀୟ ମୁହଁ ଫେରାଇନେବ । କାର୍ୟ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭହେବ ।
କୁମ୍ଭ-ପତୋକ୍ଷ ଶତ୍ରୁତାକାରଣରୁ ଭଲ କାମକରି ମଧ୍ୟ ପ୍ରଶଂସା ପାଇପାରିବେନାହିଁ । ରବି ଓ ଶୁକ୍ରଯୋଗରୁ ନୂତନ ଯୋଜନା , ଅବହେଳିତକାମ, ବାକିରହିଥିବା ଟଙ୍କାପଇସା, ଆନୁଷ୍ଠାନିକକାମ ପ୍ରଭୃତିରେ ସଫଳତାମିଳିବ ।
ମୀନ-ପ୍ରତ୍ୟେକକ୍ଷେତ୍ରରେ ସମୟୋଚିତ ପଦକ୍ଷେପ ଗ୍ରହଣକରିବା କାରଣରୁ ପରିବାରରେ ସୁଖଶାନ୍ତି ଫେରିଆସିବ । ପୁରାତନରୋଗର ପ୍ରାଦୁର୍ଭାବ ବୃଦ୍ଧିପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ ।
ନିତୀବାଣୀ-ବାୟୁ କହେ ଏଇ ଦୁନିଆଁରେ ଭାଇ ମୁହିଁ ବେଶି ପ୍ରୟୋଜନ,
ଗୋଟିଏ ମୁହୂର୍ତ୍ତ ବଞ୍ଚିବେନି କେହି ଚଳିବେ ଜମ ଭୁବନ ।
ବାସ୍ତୁଟିପ୍ପଣୀ-ଘରେ ମିଳୁଛି ଏହିସବୁ ସଂକେତ କି ? ଆଗକୁ ମିଳିବ ଶୁଭ ଖବର
ଜୀବନରେ ଘଟୁଥିବା ପ୍ରତ୍ୟେକଘଟଣା ସହ ଆମର କିଛିନାକିଛି ସମ୍ପର୍କ ରହିଥାଏ। କିଛି ଛୋଟଘଟଣା ଯାହାକୁ ଆମେ ଅଣଦେଖାକରିଥାଉ , ତାହା ଅଧିକ ପ୍ରଭାବପକାଇଥାଏ। ଅନେକ ସଙ୍କେତ ଦେଇଥାଏ। ତେବେ ଆସନ୍ତୁଜାଣିବା ଏହି ସଙ୍କେତଗୁଡ଼ିକ ବିଷୟରେ-
ଯଦି ସକାଳେ ଆପଣଙ୍କ ଦ୍ୱାରପାଖରେ ଗାଈ ହମ୍ବାରଡ଼ି ଦେଇଥାଏ ତେବେ ଏହାକୁ ସୌଭାଗ୍ୟବୋଲି କୁହାଯାଇଥାଏ। ଏପରିହେଲେ ଆପଣଙ୍କଜୀବନରେ କିଛି ଭଲଘଟିବ। ଯଦି ଆପଣଙ୍କଘରେ ସକାଳେ କାଉବୋବାଏ ତେବେ ଏହାରଅର୍ଥ ଆପଣଙ୍କଘରେ ଆଜି କୈାଣସି ଚିଠିଆସିବ।
ଯଦି ଆପଣଙ୍କଘର ଅଗଣାରେ ମାଙ୍କଡ଼ କେଉଁଠୁଆଣି ଆମ୍ବପେନ୍ଥା ପକାଇଥାଏ ତେବେ ଆପଣଙ୍କ ବ୍ୟବସାୟରେ ଲାଭହେବ। ଏହାବ୍ୟତୀତ ଘରର ଦକ୍ଷିଣଭାଗରେ ହରଡ଼ଚଢ଼େଇ ବୋବାଇଥାଏ ତେବେ ଏହାରଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଧନପ୍ରାପ୍ତି ହେବ।
ଯଦି ଆପଣଙ୍କ ଘରଛାତରେ କିମ୍ବା କାନ୍ଥରେ କଳାପିମ୍ପୁଡ଼ି ରହିବା ଆରମ୍ଭକରନ୍ତି ତେବେ ଏହା ଶୁଭବୋଲି କୁହାଯାଇଥାଏ। ଏପରିହେଲେ ଆପଣଙ୍କ ଘରରଭାଗ୍ୟ ଉଦୟହେବ।
ଯଦି କୌଣସି ଭଲକାମ ପାଇଁ ଆପଣ ଘରୁବାହାରୁଛନ୍ତି ତେବେ ଯଦି କୈାଣସିବ୍ୟକ୍ତି ଗୁଡ଼କିଣୁଥିବା କିମ୍ବା ଗୁଡ଼ ନେଇଯାଉଥିବା ଦେଖାଯାଆନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ଲାଭମିଳିବ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post
