୨୦୨୬ମସିହା, ସେପ୍ଟେମ୍ବରମାସ,୨୪ତାରିଖ, ଗୁରୁବାର, ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଦେବଙ୍କର ବଳିବାମନ ବେଶ, ଚିଦାନନ୍ଦ ଜୟନ୍ତୀ ।ଋତୁ- ଶରତ ଋତୁର (ପ୍ରଥମ ମାସ)🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୫୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୮/୭,ଭାଦ୍ରବ ମାସ,ଶୁକ୍ଳପକ୍ଷ,ବୃହସ୍ପତି ବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୩ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ଦିବା ଘ୧୧/୩ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ରାତ୍ରି ଘ୧୧/୩ମି ପରେ ପଶ୍ଚିମ ଦିଗରେ । ରିକ୍ତାତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ରାତ୍ରି ଘ୧୧/୩ମି ମଧ୍ୟେ ଯାତ୍ରାଶୁଭ, ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବ ଦିଗକୁ ତ୍ୟାଗକରି ଯାତ୍ରା କରାଯିବ ।ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ।ଘାତ ବାର-ତୁଳା ଓ କୁମ୍ଭ ରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧୧/୩ମି ପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ- ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବାର୍ତ୍ତାକୀ (ବାଇଗଣ), ରାତ୍ରି ଘ୧୧/୩ମି ପରେ ବ୍ରିହୀ (ବିରି) ଭକ୍ଷଣ ନିଷେଧ,ଅଶୁଭ ବେଳା-(କାଳ ଓ ବାରବେଳା) ଦିବା ଘ୨/୩୭ମି ରୁ ଘ୫/୩୮ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୧/୩୬ମି ରୁ ଘ୧/୭ମି ପର୍ଯ୍ୟନ୍ତ, ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୧୬ମି ମଧ୍ୟେ, ଘ୧/୪୧ମି ରୁ ଘ୩/୧୭ମି ମଧ୍ୟେ, ରାତ୍ରି ଘ୬/୧୯ମି ରୁ ଘ୯/୩୧ମି ମଧ୍ୟେ, ରାତ୍ରି ଘ୧୧/୫୫ମି ରୁ ଘ୩/୭ମି ମଧ୍ୟେ, ଘ୪/୨ମି ରୁ ନିଶାନ୍ତ ଘ୫/୩୯ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ପୁଷ୍କର ଦୋଷ ନାହିଁ। ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସର୍ବ ସମ୍ପନ୍ନା (ଶୁଭ)ରାତ୍ରି ଘ୧୧/୩ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ) ଶୁଭକର୍ମ- ଅଦ୍ୟ ସୂର୍ଯ୍ୟାସ୍ତ ମଧ୍ୟ ୨୩ ଓ ୨୪ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ଅନ୍ନପ୍ରାଶନ, ହୋମାଦିସ୍ୱସ୍ଥ୍ୟୟନ, ଔଷଧକରଣ, ହଳପ୍ରବାହ, ବୀଜବପନ, ଧାନ୍ୟସ୍ଥାପନ, ରାତ୍ରି ଘ୧୧/୩ମି ମଧ୍ୟେ ନିଷେକ, ସୂର୍ଯ୍ୟୋଦୟରୁ ଦିବା ଘ୧୧/୩ମି ମଧ୍ୟେ ୨୩ ନକ୍ଷତ୍ରେ ନୌକାଚାଳନ ଓ ଯାତ୍ରା, ନାମକରଣ, ନିଷ୍କ୍ରମଣ, ନବବସ୍ତ୍ର ପରିଧାନ, ଅଳଙ୍କାର ଭୂଷଣ, ନାଟ୍ୟାରମ୍ଭ, ରାଜଦର୍ଶନ, ଦିବା ଘ୧୧/୩ମି ପରେ ସୂର୍ଯ୍ୟାସ୍ତ ମଧ୍ୟ ୨୪ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ବୃକ୍ଷରୋପଣି, ଔଷଧସେବନ, ବାଣିଜ୍ୟକରଣ । (ରାଧାରମଣ) । ଅଦ୍ୟ ଦିବା ଘ୧୧/୩ମି ମଧ୍ୟେ ଧନିଷ୍ଠାନକ୍ଷତ୍ରେ – ବୃକ୍ଷରୋପଣ, ନାମକରଣ, ଅନ୍ନପ୍ରାଶନ, ଦୀକ୍ଷା ଗ୍ରହଣ, ନବାନ୍ନ, କ୍ରୟ ବାଣିଜ୍ୟକରଣ, ନବବସ୍ତ୍ରାଳଙ୍କାରଧାରଣ, ନୌକାଗଠନ ଓ ଯାତ୍ରା, ନାଟ୍ୟାରମ୍ଭ, ତୈଳରନ୍ଧନ, ନୂତନଯାନାରୋହଣ, ବିଦ୍ୟାରମ୍ଭ, ନବଦୋଳାଦ୍ୟାରୋହଣ, ନବଶଯ୍ୟା ଦ୍ୟୁପଭୋଗ, ହଳପ୍ରବାହ, ବୀଜବପନ । (ଅରୁଣୋଦୟ) । ସୂର୍ଯ୍ୟୋଦୟ ଠାରୁ ଦିବା ଘ.୧୦- ୩୫ମି. ମଧେ ଅଦ୍ୟ ଧନିଷ୍ଠା ନକ୍ଷତ୍ରେ ଧାନ୍ୟଚ୍ଛେଦନ, ଅଳଙ୍କାର ଧାରଣ, ନବବସ୍ତ୍ରପରିଧାନ, ଅଦ୍ୟ ଧନିଷ୍ଠା ଓ ଶତଭିଷା ନକ୍ଷତ୍ରେ ଦେବତାଗଠନ, ହଳପ୍ରବାହ ଓ ବୀଜବପନ, ଯାନପୂଜା, ନାମକରଣ, ଶତଭିଷା ନକ୍ଷତ୍ରେ ରାଜଦର୍ଶନ, ବୃକ୍ଷରୋପଣ, ରାତ୍ର ଘ.୧୧–୧୯ମି. ଗତେ ଶତଭିଷା ନକ୍ଷତ୍ରେ ନିଷେକ । ନିର୍ବନ୍ଧ, ଭୂମିପୂଜା, ଜଳାଶୟ ଆରମ୍ଭ, ନାମକରଣ, ଅନ୍ନପ୍ରାଶନ, ନବାନ୍ନ, ବିଦ୍ୟାରମ୍ଭ, ଦୀକ୍ଷାଗ୍ରହଣ, ବାଣିଜ୍ୟକରଣ, ରାଜଦର୍ଶନ।
🐐ମେଷ👉ଆଜି ମନ ଭଲ ରହିବା ସାଙ୍ଗକୁ ପ୍ରତ୍ୟେକ କାମରେ ନିଜକୁ ନିମଜ୍ଜିତ କରି ରଖିବେ। କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ରହିବ ନାହିଁ। କିନ୍ତୁ ସାଙ୍ଗସାଥୀଙ୍କ ସହିତ ସାଧାରଣ କଥାକୁ କେନ୍ଦ୍ରକରି ମନ ଉତ୍ତେଜନାପୂର୍ଣ୍ଣ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
🐂ବୃଷ👉ବନ୍ଧୁଙ୍କ ସହଯୋଗରୁ ନୂଆ କରି କୌଣସି କାମ ଆରମ୍ଭ କରିପାରନ୍ତି। ଦୀର୍ଘଦିନରୁ କର୍ମକ୍ଷେତ୍ର ରେ ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାର ମଧ୍ୟରେ କେତେକ ଅସଂଗତି ପୂର୍ବରୁ ରହିଥିଲେ ମଧ୍ୟ ତାହା ଉଦ୍ବେଗଜନକ ହେବନାହିଁ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁ ଠିକ୍ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ।
👩❤️👨 ମିଥୁନ👉ଅନୁଚିତ ବିଚାରଧାରାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ। ସରକାରୀସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଧରି କର୍ମ କରି ଚାଲିଲେ ଅବଶ୍ୟ ଉପକୃତ ହେବେ।
🦀କର୍କଟ👉କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମାନସିକ ଓ ଶାରୀରିକ ସୁସ୍ଥତା ରହିବନାହିଁ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲହେବ। ପାରସ୍ପରିକ ଯୁକ୍ତିତର୍କ ସହିତ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି।
🦁 ସିଂହ👉ବ୍ୟୟବୃଦ୍ଧି ସାଙ୍ଗକୁ ଦୂରଯାତ୍ରା କିମ୍ବା ସ୍ଥାନାନ୍ତରଜନିତ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ତରବରିଆ ଜଗି ରଖି ଚଳିବା ଭଲ ହେବ। ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ହିତୈଷୀମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ।
🧕କନ୍ୟା👉କୌଣସି ଜିନିଷ ପ୍ରାପ୍ତି ଆଶାରେ ବନ୍ଧୁଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆବିର୍ଭାବ ପରିସ୍ଥିତିକୁ ଏପଟ ସେପଟ କରିଦେଇପାରେ। କାର୍ଯ୍ୟରେ ସଫଳତା ହାସଲ କରିବେ, କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ସରକାରୀ କାମରେ ହଠାତ୍ ଦୂରଯାତ୍ରା କରିବାକୁ ପଡିପାରେ।
⚖️ତୁଳା👉ଉଦ୍ଦେଶ୍ୟ ମହତ୍ ଥିଲେ ମଧ୍ୟ ଅନ୍ୟମାନଙ୍କ ଭୁଲ୍ ଧାରଣା ଆପଣଙ୍କ କାମରେ ଅନର୍ଥ ସୃଷ୍ଟିକରିବ। ଆଜି କର୍ମକ୍ଷେତ୍ରର ଚାପ ଏତେଦୂର ବଢିଯିବ ଯେ ଶାନ୍ତିରେ ରହିପାରିବେ ନାହିଁ। ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନ ଥିବ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
🦂ବିଛା👉ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ବୁଦ୍ଧିମାନର କାମହେବ। ସମସ୍ୟା ମଧ୍ୟରେ କାମ ବହୁତ କରିବେ ସତ କିନ୍ତୁ କୌଣସିଟା ପୂର୍ଣ୍ଣାଙ୍ଗ ହେବନାହିଁ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟିର କାର୍ଯ୍ୟକଳାପ ମନରେ ସନ୍ଦେହ ସୃଷ୍ଟିକରିବ। ବ୍ୟବସାୟ, ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା କ୍ଷେତ୍ରରେ କେତେକାଂଶରେ ଶୁଭଫଳ ପାଇବେ।
🏹ଧନୁ👉ପଡୋଶୀଙ୍କ ମିତ୍ରତା ମାନସିକ ଅସୁସ୍ଥତାକୁ ଦୂରେଇବାରେ ସମର୍ଥ ହେବ। ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କହି ପାରିବେ ନାହିଁ। ନୂତନ କାମରେ ପ୍ରତିବନ୍ଧକ ଲାଗି ରହିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ନିକଟରୁ ଧାର କରିବାକୁ ପଡିପାରେ।🐊ମକର👉କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅନ୍ୟମାନଙ୍କର ଅଭିଯୋଗ ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ବିନା କାରଣରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟିହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ମନକୁ ସାନ୍ବନା ଦେବାରେ ସହାୟକ ହୋଇପାରିବ। ବନ୍ଧୁଙ୍କ ପ୍ରେରଣାରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
🏺କୁମ୍ଭ👉ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥହେବ। ବନ୍ଧୁଙ୍କ ପାରିବାରିକ ସମସ୍ୟା ସମାଧାନର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଭୁଲ୍ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଅଫିସ୍ରେ ଉତ୍ତରଦାୟୀ ହେବାକୁ ପଡିବ ା ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଆପୋସ ଆଲୋଚନା ଦ୍ୱାରା ସମାଧାନର ଆଶା କରାଯାଇପାରେ।
🐟ମୀନ👉କର୍ମକ୍ଷେତ୍ରରେ ବିଫଳତା ଲାଗିରହିବାରୁ ମନରେ ବିଭିନ୍ନ କଳ୍ପନା ଜାଗ୍ରତ ହେବ। ବ୍ୟବସାୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ପାଖ, ପଡୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ସାମୟିକ ଭାବରେ ସ୍ନାୟବିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି।
🕉️ନୀତିବାଣୀ🕉️
ବିଦ୍ୱାନ ଆବର ଶ୍ରୀବୀର
କ୍ଷମା ଦିଅନ୍ତି ସଦା,
ବିଧର୍ମୀ ହୋଇଲେ ଜନୈକ
କ୍ଷମା ଦିଏନା କଦା…
ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି- ତୁମେ ଧୋକା ଖାଇ ପାର ହେଲେ କାହାକୁ ଧୋକା ଦେବ ନାହିଁ କାହିଁକି ନା ଧୋକା ଖାଇଥିବା ଲୋକ ସମୟ ସହିତ ଦିନେ ଠିକ୍ ହେଇଯିବ ହେଲେ ଧୋକା ଦେଇଥିବା ଲୋକ ସମୟ ସହିତ ସବୁକିଛି ହରେଇ ଦିଏ।
ଜୀବନ ଅଛି ତ ସମସ୍ୟା ଅଛି ଆଉ ପ୍ରତ୍ୟେକ ସମସ୍ୟାର ସମାଧାନର ବାଟ ବି ଅଛି, ନିଜକୁ ଦୁଃଖି କରିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ ।
ତୁମେ ବେଙ୍ଗକୁ ସୁନାରେ ନିର୍ମିତ Chair ରେ ବସାଇ ଦିଅନା କାହିଁକି…ତାର ପ୍ରକୃତି ସେ କିନ୍ତୁ କାଦୁଅକୁ ହିଁ ଡେଇଁବାକୁ ପସନ୍ଦ କରିବ ।ସେହିଭଳି ଆମ ଚାରିପାଖରେ କିଛି ଲୋକ ଏମିତି ଅଛନ୍ତି ଯାହାକୁ ତୁମେ ଯେତେ…. Respect ଦେଇ ଦିଅ କିମ୍ବା ଯେତେ ତୁମେ ତାଙ୍କୁ..ମୁଣ୍ଡରେ ଉପରେ ବସାଅ ସେ କିନ୍ତୁ ତାଙ୍କ ନିଜ କାର୍ଯ୍ୟ ମାଧ୍ୟମରେ Proof କରିବେ ଯେ ସେ ସମ୍ମାନର ଯୋଗ୍ୟ ନୁହଁନ୍ତି ।

*🌿 ଆୟୁର୍ବେଦିକ ଔଷଧ ବିଷୟରେ ଜାଣିବା ଜରୁରୀ!
ଆମ ଶରୀରର ମୁଖ୍ୟ ଅଙ୍ଗଗୁଡ଼ିକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଆୟୁର୍ବେଦରେ ଅନେକ ଉପକାରୀ ଜଡ଼ିବୁଟି ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣିବା କେଉଁ ସମସ୍ୟାରେ କେଉଁ ଆୟୁର୍ବେଦିକ ଉପଚାର ବିଶେଷ ଫଳପ୍ରଦ ହୋଇଥାଏ।
ହୃଦୟ (Heart Health):
❤️ ୧. ଅର୍ଜୁନ ଛେଲି- ହୃଦୟର ମାଂସପେଶୀକୁ ମଜଭୁତ କରିବା ସହ ରକ୍ତ ସଞ୍ଚାଳନ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ।
💪 ୨. ଅଶ୍ୱଗନ୍ଧା-ମାନସିକ ଚାପ, ଉଦ୍ବେଗ କମାଇ ହୃଦସ୍ପନ୍ଦନ ଓ ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହୁଏ।
🌿 ୩. ଅଜମୋଦା ପତ୍ର-କୋଲେଷ୍ଟ୍ରଲ୍ କମ୍ କରିବା ଏବଂ ରକ୍ତବାହୀ ନଳୀକୁ ସୁସ୍ଥ ରଖିବାରେ ଉପକାରୀ।
🌰 ୪. ଗୁଗୁଲ- ଶରୀରରୁ ଖରାପ କୋଲେଷ୍ଟ୍ରଲ୍ (LDL) ଦୂର କରି ହାର୍ଟ ବ୍ଲକେଜ୍ରୁ ରକ୍ଷା କରେ।
ଲିଭର (Liver Health):-
🌿 ୧. ଭୂଇଁ ଅଁଳା-ଲିଭର୍ ଡିଟକ୍ସ କରିବା, ଫ୍ୟାଟି ଲିଭର୍ ଓ କାମଳ (Jaundice) ରୋଗରେ ଅତ୍ୟନ୍ତ ଉପକାରୀ।
🌾 ୨. କୁଟକୀ-ଲିଭର୍ ଏନଜାଇମ୍ ସନ୍ତୁଳିତ ରଖି ପାଚନ ତନ୍ତ୍ରକୁ ସକ୍ରିୟ କରେ।
🌱 ୩.ଭୃଙ୍ଗରାଜ-ଲିଭର୍ର କାର୍ଯ୍ୟକ୍ଷମତା ବୃଦ୍ଧି କରି ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିଥାଏ।
🍇 ୪.ତ୍ରିଫଳା-ପେଟ ପରିଷ୍କାର ରଖିବା ସହ ଲିଭର୍ ଉପରେ ଚାପ କମାଇଥାଏ।
କିଡନୀ (Kidney Health)
💦 ୧.ପୁନର୍ନବା-କିଡନୀକୁ ସଫା ରଖିବା ସହ ଶରୀରର ଫୁଲା ଏବଂ ୟୁରିନ୍ ସଂକ୍ରମଣରୁ ମୁକ୍ତି ଦିଏ।
🥜 ୨.ଗୋକ୍ଷୁର-ପରିସ୍ରା ପୋଡ଼ାଜଳା ଓ କିଡନୀ ଷ୍ଟୋନ୍ ସମସ୍ୟାରେ ରାମବାଣ ଭଳି କାମ କରେ।
💊 ୩.ଚନ୍ଦ୍ରପ୍ରଭା ବଟୀ- ମୂତ୍ରାଶୟ ଏବଂ କିଡନୀ ସମ୍ବନ୍ଧିତ ସମସ୍ତ ବିକାର ଦୂର କରିବାରେ ପ୍ରଭାବଶାଳୀ।
🌿 ୪.ବରୁଣ-କିଡନୀ ପଥୁରୀକୁ ଭାଙ୍ଗି ପରିସ୍ରା ବାଟେ ବାହାର କରିବାରେ ବିଶେଷ ସାହାଯ୍ୟ କରେ।
ଡାଇବେଟିସ୍ (Diabetes Care)
🌿 ୧. ଭୃସଙ୍ଗାପତ୍ର/କରୀପତ୍ର-
ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣ କରିବା ସହ ଇନସୁଲିନ୍ ସମ୍ବେଦନ ଶୀଳତା ବଢ଼ାଏ।
🌾 ୨.ମେଥି-ଏଥିରେ ଥିବା ଫାଇବର୍ ବ୍ଲଡ୍ ସୁଗାର୍ ବଢ଼ିବାକୁ ରୋକିଥାଏ।
🥭 ୩.ଆମ୍ବପତ୍ର- ଡାଇବେଟିସ୍ ନିୟନ୍ତ୍ରଣ ସହ ରକ୍ତଚାପ ସ୍ୱାଭାବିକ ରଖିବାରେ ସହାୟକ।
🌿 ୪.ସଜନା- ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର, ଯାହା ଗ୍ଲୁକୋଜ୍ ସ୍ତର ସନ୍ତୁଳିତ ରଖିବାରେ ବେଶ୍ ଲାଭଦାୟକ।
