ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍‌

0 128

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍ ।୩୦ରୁ ଅଧିକ ଆହତ ହୋଇଥିବାବେଳେ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।ପୁଣେ-ବେଙ୍ଗଳୁରୁ ହାଇେଓ୍ୱର ନାଭାଲେ ବ୍ରିଜରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ବ୍ରିଜରେ ଟ୍ରାଫିକ୍ ଜାମ୍ ଯୋଗୁଁ ଶତାଧିକ ଗାଡ଼ି ପଛକୁ ପଛ ଛିଡାହୋଇଥିବାବେଳେ ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଥିଲା ।ସୌଭାଗ୍ୟବଶତଃ ଏଥିରେ କାହାରି ମୃତ୍ୟୁ ହୋଇନଥିବାବେଳେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ କରିଛନ୍ତି ।

 

Leave A Reply

Your email address will not be published.