ଆଜିର ରାଶିଫଳ

ଧନୁସଂକ୍ରାନ୍ତି ,ଶ୍ରୀମନ୍ଦିରରେ ପହିଲିଭୋଗ ,୨୦୨୨ମସିହା ଡିସେମ୍ବରମାସ ୧୬ତାରିଖ (ଶୁକ୍ରବାର)ପୌଷମାସ -କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ.ସୁର୍ୟୋଦୟ ପ୍ରାତଃଘ୦୬/୧୭/୦୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୬/୦୪ ,ବିଛା,ଧନୁ ଓ ମୀନରାଶିର ଘାତବାର ,ବୃଷରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ଭକ୍ଷଣ ନିଷେଧ ।
ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭରଙ୍ଗ କଫି । ଶୁଭଅଙ୍କ ୩ ।
ବୃଷ-ଆକସ୍ମିକ ଆବଶ୍ୟକତା ପୂରଣସକାଶେ ଋଣସୂତ୍ରରେ ଅର୍ଥଲାଭକରିବେ ।କାର୍ଯ୍ୟ ସହଜ ସୁଲଭହେବ । କୁଳ ଉଦ୍ଧାରକ ହୋଇପାରନ୍ତି । ମନ ପ୍ରସନ୍ନରହିବ । ଯଶସ୍ୱୀ ହେବେ । ପରିବାରପ୍ରତି ସ୍ନେହଭାବ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭଅଙ୍କ ୬ ।
ମିଥୁନ-ପରିସ୍ଥିତିର ଭାରସାମ୍ୟ ରକ୍ଷାକରିବାକୁ ମିଥ୍ୟାଳାପ କରିବାକୁ ପଡିପାରେ ।କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି । ଭ୍ରମଣରୁ ସୁଫଳମିଳିବ । ଭାଗ୍ୟଶାଳୀହେବେ । ଦିନଟି ଭୋଗ-ବିଳାସ-ବ୍ୟସନରେ କଟାଇ ପାରନ୍ତି । ଶୁଭରଙ୍ଗ ଲାଲ୍ । ଶୁଭଅଙ୍କ ୯ ।
କର୍କଟ-ଖଳଲୋକଙ୍କ କଥାରେ ଭଲସମ୍ପର୍କ ଥିବାବ୍ୟକ୍ତିଟି ଭୁଲ୍ ଧାରଣା ପୋଷଣକରିବ । ପାରିବାରିକ ଅଶାନ୍ତି ଦେଖାଦେଇପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବକରିପାରନ୍ତି । ଶତ୍ରୁମାନଙ୍କଉପରେ ନଜର ରଖିବାକୁ ପଡିବ । ଶୁଭରଙ୍ଗ ବ୍ରାଉନ୍ । ଶୁଭଅଙ୍କ-୫ ।
ସିଂହ-କର୍ମକ୍ଷେତ୍ରରେସମସ୍ୟା ସମାଧାନହୋଇଯିବ ଓ ଶିଳ୍ପ, ଏଜେନ୍ଶିପ, ସାମ୍ବାଦିକତାରୁ ଖୁସିରହିବେ ।ଅନ୍ୟମନସ୍କହେଲେ କ୍ଷତିଗ୍ରସ୍ତହେବେ । ମିତ୍ରଲାଭର ସୂଚନାମିଳୁଛି । ବ୍ୟବସାୟ ଲାଭଜନକହେବ । ସମାଜ ସେବୀ ହେବେ । ଶୁଭରଙ୍ଗ ଧଳା । ଶୁଭଅଙ୍କ- ୨ ।
କନ୍ୟା-ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସମସ୍ୟା ବଢିଯାଇପାରେ । ଅଭାବ ଦୂରହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । କେବଳ ସାମାନ୍ୟ ଚକ୍ଷୁପୀଡା ଅନୁଭବ କରିବେ । ଶୁଭରଙ୍ଗ ନୀଳ ।ଶୁଭଅଙ୍କ-୮ ।
ତୁଳା-ସକାଳୁ ବନ୍ଧୁଙ୍କନିକଟରୁ ଶୁଭଖବରପାଇ ମନ ଖୁସିହୋଇଯିବ ।କାର‌୍ୟ୍ୟ କରିବାକୁହେଲେ ପୂର୍ବରୁ ପରାମର୍ଶ ଗ୍ରହଣ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଶୁଭରଙ୍ଗ ୟେଲୋ ।ଶୁଭଅଙ୍କ-୪ ।
ବିଛା-ଅଟକିରହିଥିବା ଗୁରୁତ୍ୱପୂର୍ଣ୍ଣସମସ୍ୟା ସମାଧାନ ହୋଇଯିବାର ଆଶାରହିଛି ।କଳହଠାରୁ ଦୂରେଇ ରହିବାକୁ ପଡିବ । ଉଦାର ପ୍ରକୃତିର ହେବେ । ଦାମ ଧର୍ମକୁ ଆପଣେଇ ନେବେ । ସୁଖ ଭୋଗୀ ହେବେ । ଶୁଭରଙ୍ଗ ଲାଲ୍ ।ଶୁଭଅଙ୍କ-୨ ।
ଧନୁ-ଆର୍ଥିକଅନଟନ ଲାଗିରହିବା କାରଣରୁ ସାମୟିକ ମାନସିକଅସ୍ଥିରତା ଦେଖାଦେବ ।କାର୍ଯ୍ୟ ସଫଳତାଲାଭ କରିବେ । ମନ ପ୍ରସନ୍ନରହିବ । ଆସ୍ତିକ ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା କଫରେ ସାମାନ୍ୟପୀଡା ଅନୁଭବ କରିବେ । ଶୁଭରଙ୍ଗମେରୁନ୍ ।ଶୁଭଅଙ୍କ-୭ ।
ମକର-ସମ୍ପର୍କୀୟମାନେ ସମ୍ମୁଖରେ ଭଲଭଲ କଥାକହି ପରୋକ୍ଷ ଶତ୍ରୁତା କରିବାଯୋଗୁଁ ବିଚଳିତ ବୋଧ କରିବେ ।ଧନଲାଭର ସୁଯୋଗ ଅଛି । ସ୍ୱାଧୀନ କିଛିନକରି ଅନ୍ୟରସହାୟତା ନେଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ମିତ୍ରସୁଖ ମିଳିବ । ଶୁଭରଙ୍ଗ ଗ୍ରୀନ୍ ।ଶୁଭଅଙ୍କ-୧ ।
କୁମ୍ଭ-ଆଜି ଆକସ୍ମିକଭାବରେ ଦୂରଯାତ୍ରା କରିବାକୁ ବାଧ୍ୟହେବେ । ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଆୟ ସାମାନ୍ୟ ଅଧିକହେବ । ବନ୍ଧୁ ଓ ସରକାରୀ ସହାୟତାମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶୁଭରଙ୍ଗ ଧଳା ।ଶୁଭଅଙ୍କ-୫ ।
ମୀନ-ତରବରିଆଭାବେ କୌଣସି କାମକଲେ ସବୁ ଓଲଟପାଲଟ ହୋଇଯାଇପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେଚଳିବାକୁ ଚେଷ୍ଟିତହେବେ । ନେତ୍ରପୀଡା ଉପୁଜିପାରେ । ମଧୁରଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ । ଶୁଭରଙ୍ଗ କଫି ।ଶୁଭଅଙ୍କ-୯ ।

ନିତୀବାଣୀ-ବୟସରେ କିଏ ବଡ ହୋଇଥାଏ କିଏ ସାନ।ପ୍ରକୃତରେ ବଡ ସେ ହିଁ ହୋଇଥାଏ ଯାହା ହ୍ରୁଦ୍ରୟରେ ସମସ୍ତଙ୍କ ପାଇଁ ପ୍ରେମ,ସ୍ନେହ ଓ ସମ୍ମାନର ଭାବନା ରହିଥାଏ।
ବାସ୍ତୁଟିପ୍ପଣୀ-ବାସ୍ତୁଅନୁସାରେ ଘରେ ସଠିକଦିଗରେ ଲଗାନ୍ତୁ କ୍ୟାଲେଣ୍ଡର, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ପାଖେଇ ଆସିଲାଣି ନୂଆବର୍ଷ । ଆଉମାତ୍ର କିଛିଦିନର ସମୟ । ନୂଆବର୍ଷରେ ସାଧାରଣତଃ ସମସ୍ତଙ୍କ ଘରକୁ ନୂଆକ୍ୟାଲେଣ୍ଡର ଆସିଥାଏ। ପୁରୁଣାକ୍ୟାଲେଣ୍ଡରର ସ୍ଥାନନିଏ ନୂଆକ୍ୟାଲେଣ୍ଡର। ଯେପରି ପୁରୁଣା କ୍ୟାଲେଣ୍ଡର ଘରେରହିଲେ ଅନେକସମସ୍ୟା ଦେଖାଯାଏବୋଲି କୁହାଯାଏ, ସେହିପରି ନୂଆକ୍ୟାଲେଣ୍ଡରକୁ ଠିକଣାସ୍ଥାନରେ ନରଖିଲେ ମଧ୍ୟ ଅଶୁଭଫଳ ପ୍ରାପ୍ତି ହୁଏବୋଲି କୁହାଯାଏ। ଏଣୁ କ୍ୟାଲେଣ୍ତରକୁ ବାସ୍ତୁଅନୁସାରେ ଠିକ୍ ଦିଗରେ ଲଗାନ୍ତୁ।
କ୍ୟାଲେଣ୍ଡରକୁ ଘରର ଉତ୍ତର-ପଶ୍ଚିମ କିମ୍ବା ପୂର୍ବକାନ୍ଥରେ ଲଗାନ୍ତୁ। କ୍ୟାଲେଣ୍ଡରରେ ହିଂସ୍ରପଶୁ କିମ୍ବା ଦୁଃଖୀ ଚେହେରାଥିଲେ, ତାହାକୁ ତୁରନ୍ତ ହଟାଇବା ଦରକାର। ଏପ୍ରକାରଚିତ୍ର ଘରେ ନକାରାତ୍ମକଶକ୍ତି ଭରିଥାଏ।
ପୂର୍ବଦିଗରେ ସୂର୍ଯ୍ୟଉଦୟ ହେଉଥିବାରୁ ଏହିଦିଗରେ କ୍ୟାଲେଣ୍ଡରରଖିବା ଜୀବନର ଉନ୍ନତିକୁ ସୂଚାଇଥାଏ। ଲାଲ କିମ୍ବା ଗୋଲାପୀରଙ୍ଗର କାଗଜରେ ଉଦୟହେଉଥିବା ସୂର୍ଯ୍ୟଙ୍କଚିତ୍ର ଓ ଭଗବାନଙ୍କ ଛବିଥିବା କ୍ୟାଲେଣ୍ଡର ଘରେ ଲଗାନ୍ତୁ।
ଉତ୍ତରଦିଗ କୁବେରଙ୍କଦିଗ ବୋଲି ବିବେଚନାକରାଯାଏ। ଏହିଦିଗରେ କ୍ୟାଲେଣ୍ଡରଲଗାଉଥିଲେ ସବୁଜ, ନଦୀ, ସମୁଦ୍ର, ଝରଣା ଓ ବିବାହଆଦିଚିତ୍ରରେ ଅଙ୍କିତହୋଇଥିବା କ୍ୟାଲେଣ୍ଡରକୁ ଲଗାଇପାରନ୍ତି। ଏପରି କ୍ୟାଲେଣ୍ଡରରେ ସବୁଜ କିମ୍ବା ଧଳାରଙ୍ଗର ଉପଯୋଗ ଅଧିକ ହୋଇଥିଲେ ଭଲ।
ପଶ୍ଚିମଦିଗକୁ ଗତିଶୀଳଦିଗ ବୋଲି ବିବେଚନା କରାଯାଏ। ଏହିଦିଗରେ କ୍ୟାଲେଣ୍ଡରଲଗାଇଲେ ଅଟକିଥିବାକାର୍ଯ୍ୟ ବି ଖୁବ୍ ଜଲଦି ସମାପ୍ତ ହୋଇଯାଇଥାଏ। ଏପରିକି କାର୍ଯ୍ୟଦକ୍ଷତା ବି ବଢ଼ିଥାଏ।
ଘଣ୍ଟା ଓ କ୍ୟାଲେଣ୍ଡର ଉଭୟ ହିଁ ସମୟ ତଥା ଦିନ ସୂଚାଇଥାଏ । ଦକ୍ଷିଣଦିଗକୁ ସାଧାରଣତଃ ସ୍ଥିରଭାବେ ବିବେଚନା କରାଯାଇଥାଏ। ତେଣୁ ଏହିଦିଗରେ ସମୟ ସୂଚାଉଥିବାବସ୍ତୁ ରଖିବା ଉଚିତନୁହେଁ। ଏହିଦିଗରେ କ୍ୟାଲେଣ୍ଡର କିମ୍ବା ଘଣ୍ଟାଲଗାଇଲେ ତାହା ଉନ୍ନତିରପଥରେ ପ୍ରତିବନ୍ଧକସାଜିଥାଏ। ଏପରିକି ଘରରମୁଖ୍ୟଙ୍କ ସ୍ୱାସ୍ଥ୍ୟଉପରେ ମଧ୍ୟ ଏହାର ପ୍ରଭାବପଡ଼ିଥାଏ।
ଏହାବାଦ ମୁଖ୍ୟଦ୍ୱାରସମ୍ମୁଖରେ କ୍ୟାଲେଣ୍ଡର ଲଗାଇବା ଉଚିତନୁହେଁ। ମୁଖ୍ୟଦ୍ୱାର ଦେଇ ଅତିକ୍ରମ କରୁଥିବା ଊର୍ଜା ଏହାଦ୍ୱାରା ପ୍ରଭାବିତହେବାର ଆଶଙ୍କାଥାଏ। ପୁଣି ଏହାଦ୍ୱାରା ଅଧିକ ପବନଯୋଗୁ କ୍ୟାଲେଣ୍ଡର ସବୁବେଳେ ଓଲଟିବାର ଭୟଥାଏ। ଯାହାକୁ କି ଶୁଭ ବୋଲି ଧରା ଯାଇନଥାଏ।
କ୍ୟାଲେଣ୍ଡରରେ ସାଧୁସନ୍ଥ ତଥା ଭଗବାନଙ୍କ ଚିତ୍ରଥିଲେ ତାହାକୁ ଅଧିକ ପୂଣ୍ୟଦାୟୀ ତଥା ଆନନ୍ଦଦାୟକ ବୋଲି ବିବେଚନା କରାଯାଏ।ଆଜିର ଦିନଟି ମଙ୍ଗଳମୟ ହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.