ଆଜିରରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୨୪ ତାରିଖ (ଶନିବାର)ପୌଷ ମାସ – ଶୁକ୍ଲପକ୍ଷ ,ତିଥି-ପ୍ରତିପଦା.ସୁର୍ୟୋଦୟ ପ୍ରାତଃ ଘ୦୬/୨୧/୨୨ ,ସୂର୍ଯ୍ୟାସ୍ତ ସ୍ତସନ୍ଧ୍ୟା ଘ୦୫/୧୦/୮ ,ସିଂହ ଓ କନ୍ୟାରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣି କଖାରୁ ଦିବା ଘ୧୨/୮ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ
ମେଷ-ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଉଚ୍ଚ ଅଭିଳାଷ ପୂରଣ ହେବ । ଦାମ୍ପତ୍ୟ ସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା,ରାଜନୀତିରେ ଉତ୍ତମ ବୁଝାମଣା, ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୩ ।
ବୃଷ-ସମସ୍ୟାବହୁଳ ଦିନଟିଏ ।ତର୍କବିତର୍କରୁ ଦୂରେଇ ରହିବାଭଲ । ପରିବାରରେ ଶାନ୍ତି ଦାୟକସ୍ଥିତି, ମୂଲ୍ୟବାନ ଦ୍ରବ୍ୟ ନଷ୍ଟ, ଅନିୟମିତ ଆହାର , ବିଶ୍ରାମ, ଦେବ କାର୍ଯ୍ୟ  ରେ ନିଷ୍ଠା, ରାଜନୀତିରେ ନିନ୍ଦା ଅପବାଦର ସମ୍ଭାବନା ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୬ ।
ମିଥୁନ-ପାରିବାରିକସୁଖସୌଭାଗ୍ୟ ଅବ୍ୟାହତରହିବ ।ଜମିବାଡିସଂପର୍କୀତବିବାଦ ସମାଧାନ କରିବେ ।ମାନସିକ ଅସ୍ଥିରତା ଦୂରହେବ ନାହିଁ ।କର୍ମକ୍ଷେତ୍ରରେସ୍ଥିତିସୁଦୃଢକରିବେ ।ବନ୍ଧୁମାନେ ସହ-ଯୋଗୀହେବେ ।ରାଜନୀତିରେ ଅସ୍ଥିରଭାବରହିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୬ ।
କର୍କଟ-ଘାତଚନ୍ଦ୍ର ଦିନ ସାରାଭୋଗହେବ ।ସ୍ଥିରବୁଦ୍ଧି ପ୍ରୟୋଗ ନ କଲେ ପ୍ରତିକ୍ଷେତ୍ରରେକ୍ଷତିସହିବେ ।ସ୍ୱାସ୍ଥ୍ୟରେ ଅବନତି , ପାରିବାରିକସୁଖ, କର୍ମକ୍ଷେତ୍ରରେନେତୃତ୍ୱଲାଭ , ଦୂର ଯାତ୍ରାରେବ୍ୟୟ, ବ୍ୟବସାୟରେସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୩ ।
ସିଂହ-ଶ୍ରୀଚନ୍ଦ୍ରଭୋଗ ପାଇଁ ଦିନଟିମଙ୍ଗଳ ଦାୟକ ଅଟେ ।ମନରେସନ୍ତୋଷ,କର୍ମରେଶୃଙ୍ଖଳା, ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂବସ୍ତ୍ରାଳଙ୍କାର ପ୍ରାପ୍ତି ଅଛି ।ରାଜନୀତିରେ ଉଚ୍ଚ ପଦାସୀନଙ୍କସାହାର୍ଯ୍ୟ ମିଳିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୧ ।
କନ୍ୟା-କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବରହିବାକୁବାଧ୍ୟ ହେବେ । ଦୈହିକସ୍ୱାସ୍ଥ୍ୟସେପରି ଭଲ ନ ରହିପାରେ । ଯାନ ବାହାନରେବ୍ୟୟସାମାଜିକ ପ୍ରତିଷ୍ଠା, ବ୍ୟବସାୟରେଉନ୍ନତି,ଧର୍ମକାର୍ଯ୍ୟରେ ଆଗ୍ରହହେବ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୩ ।
ତୁଳା-ଦିନଟିଶାନ୍ତିସନ୍ତୋଷ ପ୍ରଦାୟକହେବ ।ମାଙ୍ଗଳିକକାର୍ଯ୍ୟକ୍ରମରେସକ୍ରିୟ ଅଂଶଗ୍ରହଣକରିବେ ।ବ୍ୟୟହେଲେ ମଧ୍ୟ କାର୍ଯ୍ୟମାନ ସଂପାର୍ଦିତହେବ । ଦ୍ରବ୍ୟଲାଭ , ନିମ୍ନ ଅଙ୍ଗରେ ପୀଡାକିମ୍ବାଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାବଢାଇବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୮ ।
ବିଛା-ଆର୍ଥିକସ୍ଥିତିଉପରେ ପ୍ରଭାବହେବ । ପରୋକ୍ଷରେଶତ୍ରୁବଢିବେ । ଥଣ୍ଡାସର୍ଦ୍ଦିହେତୁକସ୍ୱାସ୍ଥ୍ୟସମସ୍ୟା ଆସିବ । ଯାନବାହନରେବ୍ୟୟ, ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି, ବ୍ୟବସାୟିକଲାଭ ଓ ରାଜନୀତିରେକ୍ଷମତାବୃଦ୍ଧି ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୯ ।
ଧନୁ-ଆର୍ଥିକସ୍ଥିତିସ୍ୱଚ୍ଛଳରହିବ ।ମନରେସନ୍ତୋଷକର୍ମରେ ନିୟାମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ । ପରିବାରରେଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାବଢାଇବ ।ବୈଷୟିକଉନ୍ନତି, ପରୋପକାରକରି ଆତ୍ମସନ୍ତୋଷ ପାଇବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୩ ।
ମକର-ସାରା ଦିନ ଘାତଚନ୍ଦ୍ରଭୋଗହେବ । ଅଭାବ ଅନଟନ, କାର୍ଯ୍ୟକ୍ରମରେବିଶୃଙ୍ଖଳା, ପରୋକ୍ଷରେଶତ୍ରୁବୃଦ୍ଧି, ମାନସିକ ଅସହାୟତା, ବନ୍ଧୁବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ ।ରାଜନୀତିରେବିବାଦୀୟସ୍ଥିତି ଆସିପାରେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୫ ।
କୁମ୍ଭ-ଆୟଉପାର୍ଜନରେ ଅନିଶ୍ଚିତ ସ୍ଥିତି ଆସିପାରେ ।ବିବେକାନୁମୋଦିତକାମସର୍ବଦା କରଣୀୟ । ଅଣ୍ଟା ମେରୁଦଣ୍ଡ ରେ ପୀଡା, ଉଚ୍ଚ ସଂପର୍କରେଉନ୍ନତି, ବ୍ୟୟବୃଦ୍ଧି , ପରିବାରରେମତ ପାର୍ଥକ୍ୟର ସମ୍ଭାବନା ଅଛି ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୫ ।
ମୀନ-ଶୁଭାକାଂକ୍ଷୀମାନେ ସହ-ଯୋଗରହାତବଢେଇବେ ।ବାସଗୃହରେ ଆବଶ୍ୟକ ଥିବାସଂସ୍କାର ଆଣିପାରିବେ । ପରିବାରରେସମ୍ୟକବୁଝାମଣା, ଉପହାର ପ୍ରାପ୍ତ,ି ଦୂର ଯାତ୍ରାରେବ୍ୟୟ ଆଧ୍ୟାତ୍ମିକ ଦିଗରେବିଶ୍ୱାସ ଓ ରାଜନୀତିରେଜନାଦୃତିମିଳିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

ନିତୀବାଣୀ-ଦୁଃଖରସହ ଉଠନାହିଁ ଯେ ତୁମେ କାଲି ଗତକାଲି କଣ କରିପାରିଲନାହିଁ । ଆଜି ତୁମେ କଣ କରିପାରିବ,ସେହି ଚିନ୍ତା ସହିତ ଜାଗ୍ରତ ହୁଅ।
ବାସ୍ତୁଟିପ୍ପଣୀ-କେଉଁ ସବୁ ଜିନିଷ ଦେଇଥାଏ ଅଶୁଭ ସଙ୍କେତ, ବ୍ୟକ୍ତିଙ୍କ ଆରମ୍ଭ ହୋଇଥାଏ ଖରାପ ସମୟ-ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖରାପସମୟ ଆସେ, କିନ୍ତୁ ସତ୍ୟହେଉଛି, ଖରାପସମୟ ବହୁତ ଦିନଧରି ରହେ ନାହିଁ । ତଥାପି ଲୋକମାନେ ଖରାପସମୟ ପାଇଁ ପ୍ରସ୍ତୁତ ରହିବା ଦରକାର । ଶାସ୍ତ୍ରରେ, ଖରାପସମୟ ପୂର୍ବରୁ କିଛିଜିନିଷ ଉଲ୍ଲେଖ କରାଯାଇଛି । ଏହାକୁ ଜାଣିବାଦରକାର । ଏହାଦ୍ୱାରା ଯେକୌଣସିବ୍ୟକ୍ତି ଖରାପସମୟ ପାଇଁ ସତର୍କ ରହିପାରିବ । ଏପରିପରିସ୍ଥିତିରେ, ଖରାପସମୟ ପୂର୍ବରୁ ମିଳୁଥିବା ସଙ୍କେତ ବିଷୟରେ ଜାଣନ୍ତୁ ।
୧-ଖାଦ୍ୟ ଖାଇବାସମୟରେ, ପ୍ରଥମେ ପାଟିଭିତରକୁ ଖାଦ୍ୟ ପୁରାଇବାସମୟରେ ଯଦି ତିକ୍ତତା ଅନୁଭବକର । ତେବେ ଏହାଏକ ସଙ୍କେତ ଅଟେ ଯେ, ନିକଟରୁ କାହାଠାରୁ ଖରାପଖବର ଆସିବାକୁ ଯାଉଛି ।
୨-ପୂଜାପାଠ କରିବାସମୟରେ ହାତରୁ ପୂଜାପ୍ଳେଟ କିମ୍ବା କୌଣସିସାମଗ୍ରୀ ତଳେ ଖସିପଡ଼ିବା । ପତନ ଏକ ଅପ୍ରାକୃତିକ ସଙ୍କେତ ବୋଲି ବିବେଚନା କରାଯାଏ । ଏହା ଏକସଙ୍କେତ ଅଟେଯେ, ଆଗାମୀସମୟରେ ଏକ ବଡ଼ଧରଣର ବିପଦ ଆସିପାରେ । ଏହାବ୍ୟତୀତ, ଦୀପ ଲିଭିଯିବା ବଡ଼ଅଶୁଭ ବିବେଚନା କରାଯାଏ ।
୩-ସକାଳେ ଅଫିସକୁ ଯିବାବେଳେ କିମ୍ବା ଫେରୁଥିବାସମୟରେ ରାସ୍ତାରେ ଝଗଡ଼ା କିମ୍ବା ଯୁକ୍ତିତର୍କ ଦେଖିବା ଏକ ଅଶୁଭ ସଙ୍କେତ ଦେଇଥାଏ । ଏହା ସୂଚିତ କରେଯେ, ଆଗାମୀ ସମୟରେ କର୍ମକ୍ଷେତ୍ରରେ ଏକପ୍ରକାର ସମସ୍ୟା ଦେଖାଯିବ ।
୪-ବିଲେଇ ମଧ୍ୟ ଅନେକପ୍ରକାର ଶୁଭ ଓ ଅଶୁଭସଙ୍କେତ ଦେଇଥାଏ । ଯଦି ବିଲେଇ ଜୋରରେ ବୋବାଏ କିମ୍ବା ଗୋଟେ ବିଲେଇ ଅନ୍ୟ ଏକ ବିଲେଇ ସହିତ କଳିକରେ, ତେବେ ଏହା ଅଶୁଭଅଟେ । ଏହା ସୂଚିତ କରେଯେ, ନକାରାତ୍ମକଶକ୍ତି ଘରେ ପ୍ରବେଶ କରିଛି ।
୫-ଯଦି କଞ୍ଚାକ୍ଷୀର ଫୁଟାଉଥିବାବେଳେ କ୍ଷୀର ଛିଣ୍ଡିଯାଏ, ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଏହା ସୂଚିତ କରେଯେ, ଘରେ ଅସନ୍ତୋଷ ଏବଂ ଅସୁବିଧା ବଢ଼ିବାକୁ ଯାଉଛି ।
୬-ଯଦି କୌଣସିସ୍ତ୍ରୀ ମଥାରେ ସିନ୍ଦୁର ଲଗାଉଥିବାବେଳେ ସିନ୍ଦୁରଫରୁଆ ତଳେଖସିପଡ଼େ । ତେବେ ଏହା ସୂଚିତ କରେଯେ, ସ୍ୱାମୀଙ୍କ ସହିତ କୌଣସି ପ୍ରକାରର କ୍ଷତି ହେବାକୁ ଯାଉଛି ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.