୨୩-୧-୨୦୨୩(ସୋମବାର) ସନ୍ଧ୍ୟା ଘ୬।୪୯ ଗତେ ଅଗ୍ନିକୋଣେ । ଯାତ୍ରା ନାସ୍ତି । ଦେବତାଗଠନ,ନୌକାଗଠନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ,ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ସିଂହ ରାଶିର ଘାତଚନ୍ଦ୍ର । ରାତ୍ରି ଘ୧।୭ ଗତେ ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୨।୨୩ ଗତେ କୁମ୍ଭ ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବୋଇତି କଖାରୁସନ୍ଧ୍ୟା ଘ୬।୪୯ ଗତେ ପୋଟଳ ଭକ୍ଷଣ ନିଷେଧ । ଦ୍ଵିତୀୟା ଚନ୍ଦ୍ରଦର୍ଶନ ଓ ପୂଜା । ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ।

ମେଷ:-ଆପଣଙ୍କ ବିଚାର କ୍ଷମତା ବୃଦ୍ଧି ହେବ। ଆପଣଙ୍କର କୌଣସି ମିତ୍ରଙ୍କୁ ସାହାଯ୍ୟ କରିବାର ଅବସର ମିଳିବ। ଅଫିସରେ ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।
ବୃଷ:-ପୁରୁଣା କଥାକୁ ନେଇ ଆପଣ ଟିକେ ଚିନ୍ତାରେ ରହିପାରନ୍ତି। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ।
ମିଥୁନ:-ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ ଲୋକଙ୍କ ସାକ୍ଷାତ୍ ଆଲୋଚନାରେ ବଡ଼ ଫାଇଦା ହେବ। ନୂଆ କାମର ଯୋଜନା କରିପାରନ୍ତି। ଜୀବନସାଥୀଙ୍କ ସହିତ ସଂପର୍କ ମଜଭୁତ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
କର୍କଟ:-ଆପଣଙ୍କ ମନୋବଳରେ ଆପଣଙ୍କୁ ସଫଳତା ମିଳିବ। ଅଫିସର ମାହୋଲ, କାମର ଗତିକୁ ଦ୍ରୁତ କରାଇବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।
ସି˚ହ:-ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। କୌଣସି ରଚନାତ୍ମକ କାମରୁ ଧନଲାଭ ହୋଇପାରେ। ଅଫିସରେ ସହକର୍ମୀଙ୍କ ପୂରା ସହଯୋଗ ପାଇବେ।
କନ୍ୟା:-ଆଜି ସବୁ କିଛି ଠିକ୍ଠାକ୍ ରହିବ। ଭାଗୀଦାରିଙ୍କ ସଙ୍ଗରେ ରହି କାମ କରିବାରେ ସକ୍ଷମ ହେବେ। ଅଚାନକ ଧନପ୍ରାପ୍ତି ହେବ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
ତୁଳା:-ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। ଭାବି ଥିବା ସବୁ କାମ ପୂରା ହୋଇଯିବ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ରହିବ। ଲେଖକଙ୍କ ଲାଗି ଦିନଟି ବିଶେଷ ରହିବ। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ପାଇବେ।
ବିଛା:-ପୂଜାପାଠରେ ଅଧିକ ସମୟ ବିତିବ। କୌଣସି ବ୍ୟକ୍ତି ଆପଣଙ୍କ ଲାଗି ସହାୟତାକାରୀ ସାବ୍ୟସ୍ତ ହେବେ। ବେପାରିଙ୍କୁ ଅଚାନକ ଧନଲାଭ ହେବ। ଅଫିସ କାମରେ ସହର ବାହାରକୁ ଯିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ଧନୁ:-ଏକାକୀପଣରୁ ଦୂରେଇ ରହିବା ଲାଗି କାମରେ ବ୍ୟସ୍ତ ରହନ୍ତୁ। ନିଜର ମିତ୍ରଙ୍କ ଠାରୁ ଖୁସି ଖବର ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ ଉନ୍ନତି ହେବ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
ମକର:-ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ। ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
କୁମ୍ଭ:-ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ସରକାରୀ ନେଣେଦେଣରୁ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। କୋର୍ଟ କଚେରି ମାମଲାରେ ଆପଣଙ୍କର ବିଜୟ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।
ମୀନ:-ଆପଣ ସ୍ବୟଂକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ଆପଣଙ୍କର ଦାଂପତ୍ୟ ଜୀବନ ମଧୁର ବଜାୟ ରହିବା !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
