୨୦୨୬ ମସିହା,ଜୁଲାଇମାସ,୩୦ତାରିଖ,ଗୁରୁବାର,ଋତୁ-ବର୍ଷା ଋତୁର(ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟନ,🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୫/୧୪
🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୦/୪୬,ଶ୍ରାବଣମାସ,କୃଷ୍ଣପକ୍ଷ,ବୃହସ୍ପତିବାସ,
ତିଥି- ପ୍ରତିପଦ୍ ରାତ୍ରି ଘ୯/୩୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା,ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ସନ୍ଧ୍ୟା ଘ୬/୨୮ମିପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର,ଆୟୁଷ୍ମାନଯୋଗ ରାତ୍ରି ଘ୧/୪୩ମିପର୍ଯ୍ୟନ୍ତ ତଦନ୍ତେ ସୌଭାଗ୍ୟଯୋଗ,କରଣ-ବାଳବକରଣ ଦିବା ଘ୮/୫୨ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୯/୩୩ମିପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ଵଦିଗରେ,ରାତ୍ରି ଘ୯/୩୩ମିପରେ ଉତ୍ତର ଦିଗରେ,ତିଥି ଏବଂ ପାପାସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ,
ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର,ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ-କୁଷ୍ମାଣ୍ଡ (ପାଣିକଖାରୁ)ରାତ୍ରି ଘ୯/୩୩ମିପରେ ବୃହତି(ବୋଇତାଳୁ)ଭକ୍ଷଣ ନିଷେଧ, ଅଶୁଭବେଳା-(କାଳ ଓ ବାରବେଳା)ଦିବା ଘ୩/୮ମି ରୁ ଘ୬/୨୧ମି ପର୍ଯ୍ୟନ୍ତ(କାଳରାତ୍ରି)ରାତ୍ରି ଘ୧୧/୫୨ମିରୁ ଘ୧/୧୬ମିପର୍ଯ୍ୟନ୍ତ।
ଶୁଭବେଳା–(ଅମୃତବେଳା)ରାତ୍ରି ଘ୧/୨୯ମି ରୁ ଘ୩/୫୩ମିପର୍ଯ୍ୟନ୍ତ
(ମାହେନ୍ଦ୍ରବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୨ମିମଧ୍ୟେ,ଘ୧୦/୧୬ମି ରୁ ଘ୧୨/୪୦ମିପର୍ଯ୍ୟନ୍ତ,ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ରାତ୍ରି ଘ୯/୩୩ମି ପରେ ୧ ପାଦ ତିଥି ପୁଷ୍କରଦୋଷ, ଫଳଂ ଗୋପଶୁସମ୍ପଦର ବିନାଶ,ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ ବିଧବା । ଶାନ୍ତି କରଣୀୟ,ସନ୍ଧ୍ୟା ଘ୬/୨୮ମିପରେ ସର୍ବସମ୍ପନ୍ନା ଶୁଭ,ରାତ୍ରି ଘ୯/୩୩ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ(ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ)ଶୁଭକର୍ମ-ନାହିଁ ।
🐐ମେଷ:-ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ।ଅବଶ୍ୟ ଯାତ୍ରା,ବାଣିଜ୍ୟ,ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ।ରାଜନୀତିରେଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ବିଶେଷ ସମସ୍ୟା ଉପୁଜି ନପାରେ। ପିଲାମାନଙ୍କ ଉଚ୍ଚଶିକ୍ଷା ସକାଶେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି।
🐂ବୃଷ:-ବନ୍ଧୁଙ୍କ ସାହାଯ୍ୟ ଲାଭପୂର୍ବକ ସମସ୍ୟା ସମାଧାନରେ ସମର୍ଥ ହେବେ। ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ମନେହେଲେ ମଧ୍ୟ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପରିବହନରେ ଝଗଡ଼ା ଲାଗିପାରେ।ଗୁରୁତ୍ୱପୂର୍ଣ୍ଣ କାମଟିକୁ କରି ନପାରି ଦୁଃଖ ଅନୁଭବ କରିପାରନ୍ତି।
👩❤️👨 ମିଥୁନ:-ଆଜିର ପ୍ରତ୍ୟୁଷ ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ଅନୁକୂଳତା ପ୍ରଦାନ କରିବ।କଚେରି ମାମଲାରଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ। ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବେ ନାହିଁ।
🦀କର୍କଟ:-ଜଣେ ବିଶ୍ୱସ୍ତ ଲୋକଠାରୁ ଭୁଲ୍ ଖବର ପାଇ ବିବ୍ରତ ହେବେ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି। ସ୍ବର୍ଣ୍ଣାଳଙ୍କାର,ଗୃହୋପକରଣ କିମ୍ବା ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାକୁ ମନସ୍ଥକରିବେ। ବ୍ୟବସାୟ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବାର ଆଶା ରହିଛି ।
🦁 ସିଂହ:-ଆର୍ଥିକ ଅନଟନ କାରଣରୁ କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହି ପାରନ୍ତି।ମାନସିକ ଅଶାନ୍ତିଜନିତ କର୍ମକ୍ଷେତ୍ରରେ ମନ କଥା ମନରେମାରି ରହିବାକୁ ବାଧ୍ୟହେବେ। ଶିଳ୍ପ,ବ୍ୟବସାୟ,ନିର୍ମାଣ,ଗୃହ, ଜମିଜମାକାରବାର, ପରିବହନ ପ୍ରଭୃତିରୁ ଖୁସି ରହିବେ।
🧕କନ୍ୟା:-ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବେ ନାହିଁ,ଲେଖାପଢ଼ା,ପ୍ରକାଶନ, ମକଦ୍ଦମା ଓ ସଭାସମିତିରେ ସନ୍ତୋଷଜନକ ଫଳପାଇବେ।ବନ୍ଧୁଙ୍କ ଆଶ୍ୱାସନା ଲାଭ କରି ଗୃହ, ଭୂମି, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଦୂରହେବ।ବନ୍ଧୁଙ୍କ ପରାମର୍ଶ ଅନୁସାରେ କାମ କଲେ ଅର୍ଥ ସଂଗ୍ରହରେ ନିଷ୍ଫଳ ହେବନି ।
⚖️ତୁଳା:-ଆଜି ଅନ୍ୟମାନଙ୍କର ନିକଟତର ହେବାକୁ ଚେଷ୍ଟା କଲେ ଉପକୃତ ହେବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇପାରନ୍ତି।ଭୁଲ୍ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି।ବାରମ୍ବାର ରୋଗପୀଡ଼ାଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
🦂ବିଛା:-ଲକ୍ଷ୍ୟହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ।କର୍ମକ୍ଷେତ୍ରରେ ଇଚ୍ଛାଅନୁଯାୟୀ କାମ ସମ୍ପନ୍ନ ହେବାରୁ ମାନସିକ ସ୍ଥିରତା ରହିବ।ଅନ୍ୟମାନଙ୍କ ଉପରେ ଭରସାକରି ନୀରବରେ ବସି ରହିଲେ ସମସ୍ୟାରେ ଛନ୍ଦିହେବେ।ଶିଳ୍ପ,ବାଣିଜ୍ୟ,ଚୁକ୍ତିପତ୍ର,ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳହେବେ।
🏹ଧନୁ:-ପ୍ରତିବନ୍ଧକ କାରଣରୁ ନକାରାତ୍ମକ ଚିନ୍ତାଧାରା ବ୍ୟତିବ୍ୟସ୍ତ କରିପାରେ ।ଆନୁଷ୍ଠାନିକ କାମରେ ସୁଯୋଗପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠହେବ।ନିଜଲୋକ ପରୋକ୍ଷ ଶତ୍ରୁତାକରି ସମସ୍ୟାକୁ ବଢ଼ାଇଦେଇପାରନ୍ତି। ଆଜି ଆଲୋଚନା,ଚୁକ୍ତିପତ୍ର ପ୍ରଭୃତି ତରବରିଆଭାବେ କରିବା ଠିକ୍ ହେବନାହିଁ।
🐊ମକର:-ଅଟକି ରହିଥିବା ଅମୀସାଂସିତ ସମସ୍ୟାଟି ଆଜି ସମାଧାନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।ଆଜିରଯାତ୍ରାରେ ଲକ୍ଷ୍ୟ ପୂରଣହେବ ଓ ଘରକୁ ଖାଲିହାତରେ ଫେରିବେ ନାହିଁ।ପାରିବାରିକ କ୍ଷେତ୍ରରେ କୌଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
🏺କୁମ୍ଭ-କର୍ମକ୍ଷେତ୍ରରେ କୌଣସି ବିବାଦୀୟ ଘଟଣା ବିବ୍ରତ କରିପାରେ। ଯେତେ ଭଲ କାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକଜିନିଷ ଚଳାଇବା ଠିକ୍ ହେବ ନାହିଁ। ସ୍ବସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
🐟ମୀନ-ପରିବାରରେ ଅତୀତଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।ଆନୁଷ୍ଠାନିକକାମରେ ଅସୁବିଧା ହେବନାହିଁ।ପରିବାରର ଆବଶ୍ୟକତାନୁଯାୟୀ ଅଳଙ୍କାର ଔଷଧପତ୍ର କିମ୍ବା ସୌଖୀନଦ୍ରବ୍ୟ କ୍ରୟ କରିପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମାକ୍ଷେତ୍ରରୁ ସଫଳତା ହାସଲ କରିବେ।
🕉️ନୀତିବାଣୀ🕉️
ଏହି ୫ଟି କଥା କେବେ ବି ଭାଙ୍ଗନ୍ତୁନାହିଁ,ନଚେତ୍ ବିତାଇବେ ଅଭିଶପ୍ତ ଜୀବନ
ବିଶ୍ୱାସ:-ବିଶ୍ୱାସ ଠିକ୍ କାଚପରି।ଥରେ ଭାଙ୍ଗିଗଲେ ଯୋଡ଼ିବା ଅସମ୍ଭବ। ଯୋଡ଼ିବାର ବୃଥା ପ୍ରୟାସ କରାଯାଇପାରେ ହେଲେ ଯୋଡ଼ାଯାଇ ପାରେନା। ଅନ୍ୟର ବିଶ୍ୱାସ ଭାଙ୍ଗିବା ପୂର୍ବରୁ ସତର୍କ ରୁହନ୍ତୁ ଯାହାଙ୍କ ବିଶ୍ୱାସ ଭାଙ୍ଗୁଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କସହ ଆଖି ମିଳାଇ କଥା ହୋଇପାରିବେ ତ !
ଭଲପାଇବା:-ନକଲି ଦୁନିଆରେ ସବୁ ଚକ୍ ଚକ୍ ଦିଶେ।ହଜାରେ ଲୋକ ଆପଣଙ୍କୁ ଭଲପାଆନ୍ତି ବୋଲି ଦାବି କରିପାରନ୍ତି। ମାତ୍ର ବାସ୍ତବରେ ସେପରି ହୋଇନଥାଏ।ଦୁନିଆରେ ଭଲପାଉଥିବା ଲୋକ ନଗଣ୍ୟ।ଆପଣଙ୍କୁ ଯଦି କିଏ ବାସ୍ତବରେ ଭଲପାଆନ୍ତି ତାହାଲେ ଆପଣଭାଗ୍ୟବାନ।ସେ ଯେଉଁ ବି ସଂପର୍କ ହେଉ, ଭଲପାଇବାର ଦୁର୍ଲଭ ଅନୁଭୂତି ସଭିଙ୍କୁ ମିଳେନା। ତା’କୁ କେବେ ଭାଙ୍ଗି ଦିଅନ୍ତୁ ନାହିଁ।
ଆଶା:-ଆପଣ ଯଦି କୌଣସି ପରିସ୍ଥିତିରେ ଆସି କିମ୍ବା ସ୍ନେହ ବଶତଃ କାହାକୁ କିଛି ଆଶା ଦେଇଛନ୍ତି ତେବେ ସୃଷ୍ଟି ପ୍ରଳୟହୋଇଗଲେ ବି ତାହାକୁ ପୂରା କରନ୍ତୁ।ପୂରା କରିବାର ସାମର୍ଥ୍ୟ ନଥିଲେ ଆଶା ଦିଅନ୍ତୁନାହିଁ।
ପ୍ରତିଜ୍ଞା:-ଆଜିକାଲିର ଅନେକଯୁବକ ପିଢ଼ିଙ୍କ ମୁହଁରୁ ଶୁଣିବାକୁ ମିଳେ ‘promises are made to be broken’ ଅର୍ଥାତ ପ୍ରତିଜ୍ଞା ଭାଙ୍ଗିବା ପାଇଁ ହିଁ ନିଆଯାଇଥାଏ।ମାତ୍ର ମନେରଖନ୍ତୁ ଏହା ଏକପିଲା ଖେଳ ନୁହେଁ କି ମଜା କରିବାପରି ବିଷୟ ବସ୍ତୁ ଆଦୌ ବିନୁହେଁ। ଯେଉଁ ପ୍ରତିଜ୍ଞା ରଖିପାରିବେ ନାହିଁ ସେପରି ପ୍ରତିଜ୍ଞା ନିଅନ୍ତୁନାହିଁ। ଥରେ ପ୍ରତିଜ୍ଞା ନେବା ପରେ କୌଣସି ବି ପରିସ୍ଥିତିରେ ସେଥିରୁ ଓହରନ୍ତୁନାହିଁ।
ସଂପର୍କ:-ଦୁନିଆର ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ଓ ମହତ୍ୱପୂର୍ଣ୍ଣ ଜିନିଷଟିଏ। ଯାହା ବିନା ସବୁ କିଛି ଥାଇ ବି ଜୀବନଶୂନ୍ୟ।ସଂପର୍କ ଗଢ଼ିବେ କି ନାହିଁ ତାହା ଆପଣଙ୍କ ଇଚ୍ଛାଧୀନ।ମାତ୍ର ସଂପର୍କ ଭାଙ୍ଗିବା ଆପଣଙ୍କ ହାତରକଥା ନୁହେଁ, କାହିଁକି ନା ଏହା ଏକ ଦ୍ୱିପାକ୍ଷିକ ବ୍ୟାପାର।ଛୋଟ ଛୋଟ ରାଗରେ ଆସି ସଂପର୍କ ଭାଙ୍ଗିବାର କଥାକହୁଥିବା ବ୍ୟକ୍ତିି ଆଦୌ ବିଶ୍ୱାସଯୋଗ୍ୟ ନୁହଁନ୍ତି। ଆପଣଙ୍କର ଏପରିଗୁଣ ପାଇଁ କେହି ଆପଣଙ୍କୁ ଶ୍ରଦ୍ଧା କରିବେନାହିଁ।
ଆଜିର ରାଶିଫଳ
Prev Post
