ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଦିବଙ୍ଗତମନ୍ତ୍ରୀ ନବଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ । ନବଦାସଙ୍କ ପୁଅ ବିଶାଳଦାସ ଓ ଝିଅ ଦୀପାଳୀଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପିନେତ୍ରୀ ରାଧାରାଣୀପଣ୍ଡା ମଧ୍ୟ ବିଶାଳ ଓ ଦୀପାଳୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।ଗତମାସ ୨୯ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଅବସରରେ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣଦାସ ଗୁଳିକରି ହତ୍ୟା କରିଥିଲେ । ନବଦାସଙ୍କ ଅକସ୍ମାତ ଦେହାନ୍ତ ହେବାପରେ, ତାଙ୍କ ପରିବାରଉପରେ ଯେମିତି ପାହାଡ ଛିଡିପଡିଛି । ନବ ଦାସଙ୍କ ବିଶାଳବ୍ୟବସାୟିକ ସାମ୍ରାଜ୍ୟ ଓ ରାଜନୈତିକ ସାମ୍ରାଜ୍ୟର ଦାୟିତ୍ୱ ଏବେ ଭାଇ-ଭଉଣୀଙ୍କ କାନ୍ଧରେ ରହିଛି।
