ଜଟଣୀ ,୨୩ା୨(ଏସଏସନିଉଜ)ଏଥର ଜଟଣୀଆସନରେ କଂଗ୍ରେସପକ୍ଷରୁ ନିର୍ବାଚନଲଢିବେ କ୍ୟାପଟେନ ମନ୍ମଥରାଉତରାୟ । ବରିଷ୍ଟ କଂଗ୍ରେସନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କ ସାନପୁଅ ହେଉଛନ୍ତି ମନ୍ମଥ । ଆଉ ନିର୍ବାଚନ ଲଢିବେନିବୋଲି ଘୋଷଣାକଲେ ସୁରେଶ ରାଉତରାୟ । ମୋତେ ୮୦ବର୍ଷ ହେଲାଣି। ମୋ ସାନପୁଅ କଂଗ୍ରେସ ଟିକେଟରୁ ଲଢିବ।ମୁଁ ୫୫ବର୍ଷ କଂଗ୍ରେସରେ ରହିଛି। ମୋ ସାନପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ ବୋଲି ପ୍ରେସ୍ମିଟ୍ରେ ଏଭଳି କିଛି ସୂଚନାଦେଇଛନ୍ତି ବରିଷ୍ଠ କଂଗ୍ରେସନେତା ସୁର ରାଉତରାୟ।
